ETV Bharat / city

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଯାପିତ: ବାଦ୍ୟ ଓ ନୃତ୍ୟରେ କମ୍ପିଲା ଜନତା ମଇଦାନ

author img

By

Published : Dec 28, 2019, 11:24 AM IST

ଶୁକ୍ରବାର ରାତି 11ଟାରେ ଉଦ୍‌ଯାପିତ ହୋଇଯାଇଛି ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଅଧିକ ପଢନ୍ତୁ..

ସରିଲା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ସ୍ଥାନୀୟ ଜନତା ମଇଦାନଠାରେ ଡିସେମ୍ବର15 ତାରିଖଠାରୁ ଆରମ୍ଭ ହୋଇଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଶୁକ୍ରବାର ରାତି 11ଟାରେ ଉଦ୍‌ଯାପିତ ହୋଇଯାଇଛି ।

ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରଦୀପ ପ୍ରଜ୍ବଳନ କରି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ବସନ୍ତ କୁମାର ଦାଶ, ବିଭାଗୀୟ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ବିଭାଗୀୟ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଉପସ୍ଥିତ ଥିଲେ ।

‘ସହାୟ’ ଏବଂ ‘ସ୍ୱାଭିମାନ’ ଅନୁଷ୍ଠାନର କଳାକାରଙ୍କ ଶିକ୍ଷୟିତ୍ରୀ ସୁସ୍ମିତା ରାଉତରାୟ ଏବଂ ଲିଜା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଭାଗ ପକ୍ଷରୁ ‘ଭିଜିଲାନ୍ସ ଆୱାରନେସ୍‌ ୱିକ୍‌’ ଅବସରରେ ଅନୁଷ୍ଠିତ ସ୍ଳୋଗାନ ପ୍ରତିଯୋଗିତାର 8ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଶୁକ୍ରବାର ସନ୍ଧ୍ୟାରେ ‘ସହାୟ’ ଏବଂ ‘ସ୍ୱାଭିମାନ’ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ‘ସହାୟ’ ପକ୍ଷରୁ ଭିନ୍ନକ୍ଷମ ପିଲାମାନେ ଫୁ୍ୟଜନରେ ‘ଦଶାବତାର’ ନୃତ୍ୟ ପରିବେଷଣ କରିଥିଲେ। ଦୃଷ୍ଟିବାଧିତ ଗୋପାଳ ସାହୁ ‘ତେରି ମେରି କାହାନୀ’ ଓ ‘ସୁନୋନା’ ଭଳି ସଙ୍ଗୀତ ପରିବେଷଣ କରିବା ପରେ ଅତି ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ରଙ୍ଗବତୀ ପରିବେଷଣ କରାଯାଇଥିଲା।

ଅସୀତ ମହାପାତ୍ର ଓ ମୋହିତ ମହାପାତ୍ର ତାବ୍‌ଲା ଓ ବଂଶୀବାଦନ କରିଥିଲେ । ସାର୍ଥକ ଦ୍ବିବେଦୀଙ୍କ କ୍ୟାସିଓ ବାଦନ ପରେ ପରେ କ୍ଲାସିକାଲ୍‌ ଡ୍ୟାନ୍ସ ପରିବେଷଣ କରାଯାଇଥିଲା। ମିଥିଳେଶ ପଟ୍ଟନାୟକ ଓ ଶକ୍ତିସ୍ବରୂପ ବୀର ପ୍ରଥମେ ଏକକ ଓ ପରେ ଡୁଏଟ୍‌ ଗାନ କରିଥିଲେ । ତେରଦିନ ଧରି ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ହସ୍ତଶିଳ୍ପ ବିଭାଗରେ 10 କୋଟି 54 ଲକ୍ଷ 63 ହଜାର 100 ଟଙ୍କା, ହସ୍ତତନ୍ତ ବିଭାଗରେ 8 କୋଟି 22 ଲକ୍ଷ 10 ହଜାର 100 ଟଙ୍କା, ଫୁଡ୍‌କୋର୍ଟରେ 3 କୋଟି 14 ଲକ୍ଷ 76 ହଜାର 800 ଟଙ୍କାର ବିକ୍ରିବଟା ହୋଇଛି ବୋଲି ବିଭାଗ ପକ୍ଷରୁ ପ୍ରକାଶ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଗତ କାଲି ରାତି ଉଦ୍‌ଯାପିତ

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ସ୍ଥାନୀୟ ଜନତା ମଇଦାନଠାରେ ଡିସେମ୍ବର
୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଗତ କାଲି ରାତି 11 ସମୟ ରେ ଉଦ୍‌ଯାପିତ ହୋଇଯାଇଛି ।
ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରଦୀପ ପ୍ରଜ୍ୱଳନ
କରି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀ
ଜ୍ୟୋତିପ୍ରକାଶ ଦାସ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ଶ୍ରୀ ବସନ୍ତ କୁମାର ଦାଶ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି,
ବିଭାଗୀୟ ଯୁଗ୍ମ ସଚିବ ଶ୍ରୀମତୀ ଅଂଜନା ପଣ୍ଡା ଉପସ୍ଥିତ ଥିଲେ । ‘ସହାୟ’ ଏବଂ ‘ସ୍ୱାଭିମାନ’ ଅନୁଷ୍ଠାନର
କଳାକାରମାନଙ୍କ ଶିକ୍ଷୟିତ୍ରୀ ସୁସ୍ମିତା ରାଉତରାୟ ଏବଂ ଲିଜା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଭାଗ
ପକ୍ଷରୁ ‘ଭିଜିଲାନ୍ସ ଆୱାରନେସ୍‌ ୱିକ୍‌’ ଅବସରରେ ଅନୁଷ୍ଠିତ ସ୍ଳୋଗାନ ପ୍ରତିଯୋଗିତାର ୮ ଜଣ କୃତି ପ୍ରତିଯୋଗୀଙ୍କୁ
ପୁରସ୍କୃତ କରାଯାଇଥିଲା ।
ଆଜିର ସନ୍ଧ୍ୟାରେ ‘ସହାୟ’ ଏବଂ ‘ସ୍ୱାଭିମାନ’ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
‘ସହାୟ’ ପକ୍ଷରୁ ଭିନ୍ନକ୍ଷମ ପିଲାମାନେ ଫୁ୍ୟଜନରେ ‘ଦଶାବତାର’ ନୃତ୍ୟ ପରିବେଷଣ କରିଥିଲେ । ଦୃଷ୍ଟିବାଧିତ
ଗୋପାଳ ସାହୁ ‘ତେରି ମେରି କାହାନୀ...’ ଓ ‘ସୁନୋନା...’ ସଂଗୀତ ପରିବେଷଣ କରିବା ପରେ ଅତି ଚିତ୍ତାକର୍ଷକ
ସମ୍ବଲପୁରୀ ନୃତ୍ୟ ରଙ୍ଗବତୀ ପରିବେଷଣ କରାଯାଇଥିଲା ।
ଅସୀତ ମହାପାତ୍ର ଓ ମୋହିତ ମହାପାତ୍ର ତାବ୍‌ଲା ଓ ବଂଶୀବାଦନ କରିଥିଲେ । ସାର୍ଥକ ଦ୍ୱିବେଦୀଙ୍କ କ୍ୟାସିଓ
ବାଦନ ପରେ ପରେ କ୍ଲାସିକାଲ୍‌ ଡ୍ୟାନ୍ସ ପରିବେଷଣ କରାଯାଇଥିଲା । ମିଥିଳେଶ ପଟ୍ଟନାୟକ ଓ ଶକ୍ତିସ୍ୱରୂପ ବୀର
ପ୍ରଥମେ ଏକକ ଓ ପରେ ଡୁଏଟ୍‌ ଗାନ କରିଥିଲେ ।
ତେରଦିନ ଧରି ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ହସ୍ତିଶିଳ୍ପ ବିଭାଗରେ ୧୦ କୋଟି
୫୪ ଲକ୍ଷ ୬୩ ହଜାର ୧୦୦ ଟଙ୍କା, ହସ୍ତତନ୍ତ ବିଭାଗରେ ୮ କୋଟି ୨୨ ଲକ୍ଷ ୧୦ ହଜାର ୧୦୦ ଟଙ୍କା,
ଫୁଡ୍‌କୋର୍ଟରେ ୩ କୋଟି ୧୪ ଲକ୍ଷ ୭୬ ହଜାର ୮୦୦ ଟଙ୍କାର ବିକ୍ରିବଟା ହୋଇଛି ବୋଲି ବିଭାଗ ପକ୍ଷରୁ ପ୍ରକାଶ । Body:ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଗତ କାଲି ରାତି ଉଦ୍‌ଯାପିତ

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ସ୍ଥାନୀୟ ଜନତା ମଇଦାନଠାରେ ଡିସେମ୍ବର
୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଗତ କାଲି ରାତି 11 ସମୟ ରେ ଉଦ୍‌ଯାପିତ ହୋଇଯାଇଛି ।
ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରଦୀପ ପ୍ରଜ୍ୱଳନ
କରି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀ
ଜ୍ୟୋତିପ୍ରକାଶ ଦାସ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ଶ୍ରୀ ବସନ୍ତ କୁମାର ଦାଶ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି,
ବିଭାଗୀୟ ଯୁଗ୍ମ ସଚିବ ଶ୍ରୀମତୀ ଅଂଜନା ପଣ୍ଡା ଉପସ୍ଥିତ ଥିଲେ । ‘ସହାୟ’ ଏବଂ ‘ସ୍ୱାଭିମାନ’ ଅନୁଷ୍ଠାନର
କଳାକାରମାନଙ୍କ ଶିକ୍ଷୟିତ୍ରୀ ସୁସ୍ମିତା ରାଉତରାୟ ଏବଂ ଲିଜା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଭାଗ
ପକ୍ଷରୁ ‘ଭିଜିଲାନ୍ସ ଆୱାରନେସ୍‌ ୱିକ୍‌’ ଅବସରରେ ଅନୁଷ୍ଠିତ ସ୍ଳୋଗାନ ପ୍ରତିଯୋଗିତାର ୮ ଜଣ କୃତି ପ୍ରତିଯୋଗୀଙ୍କୁ
ପୁରସ୍କୃତ କରାଯାଇଥିଲା ।
ଆଜିର ସନ୍ଧ୍ୟାରେ ‘ସହାୟ’ ଏବଂ ‘ସ୍ୱାଭିମାନ’ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
‘ସହାୟ’ ପକ୍ଷରୁ ଭିନ୍ନକ୍ଷମ ପିଲାମାନେ ଫୁ୍ୟଜନରେ ‘ଦଶାବତାର’ ନୃତ୍ୟ ପରିବେଷଣ କରିଥିଲେ । ଦୃଷ୍ଟିବାଧିତ
ଗୋପାଳ ସାହୁ ‘ତେରି ମେରି କାହାନୀ...’ ଓ ‘ସୁନୋନା...’ ସଂଗୀତ ପରିବେଷଣ କରିବା ପରେ ଅତି ଚିତ୍ତାକର୍ଷକ
ସମ୍ବଲପୁରୀ ନୃତ୍ୟ ରଙ୍ଗବତୀ ପରିବେଷଣ କରାଯାଇଥିଲା ।
ଅସୀତ ମହାପାତ୍ର ଓ ମୋହିତ ମହାପାତ୍ର ତାବ୍‌ଲା ଓ ବଂଶୀବାଦନ କରିଥିଲେ । ସାର୍ଥକ ଦ୍ୱିବେଦୀଙ୍କ କ୍ୟାସିଓ
ବାଦନ ପରେ ପରେ କ୍ଲାସିକାଲ୍‌ ଡ୍ୟାନ୍ସ ପରିବେଷଣ କରାଯାଇଥିଲା । ମିଥିଳେଶ ପଟ୍ଟନାୟକ ଓ ଶକ୍ତିସ୍ୱରୂପ ବୀର
ପ୍ରଥମେ ଏକକ ଓ ପରେ ଡୁଏଟ୍‌ ଗାନ କରିଥିଲେ ।
ତେରଦିନ ଧରି ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ହସ୍ତିଶିଳ୍ପ ବିଭାଗରେ ୧୦ କୋଟି
୫୪ ଲକ୍ଷ ୬୩ ହଜାର ୧୦୦ ଟଙ୍କା, ହସ୍ତତନ୍ତ ବିଭାଗରେ ୮ କୋଟି ୨୨ ଲକ୍ଷ ୧୦ ହଜାର ୧୦୦ ଟଙ୍କା,
ଫୁଡ୍‌କୋର୍ଟରେ ୩ କୋଟି ୧୪ ଲକ୍ଷ ୭୬ ହଜାର ୮୦୦ ଟଙ୍କାର ବିକ୍ରିବଟା ହୋଇଛି ବୋଲି ବିଭାଗ ପକ୍ଷରୁ ପ୍ରକାଶ । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.