ETV Bharat / city

ଆଜିବି କଥା କହୁଛି ରେଡିଓ - radio fair bhubaneswar

ଆଜିର ଡିଜିଟାଲ ଯୁଗରେ ରେଡିଓ ତାର ଅସ୍ତିତ୍ୱ ହରାଇ ବସିଛି କି ନାହିଁ ତାହା ଏକ ବିତର୍କର ବିଷୟ । କିନ୍ତୁ, ଏହା ସତ ଆଜି ବି ରେଡିଓ ପ୍ରେମୀ ସ୍ରୋତା ସେତେବେଳର ସୁଖ ଦୁଃଖର ସାଥି ରେଡିଓକୁ ଭୁଲିପାରୁ ନାହାନ୍ତି । ଅଧିକ ପଢନ୍ତୁ...

ଆଜି ବି କଥା କହୁଛି ରେଡିଓ
ଆଜି ବି କଥା କହୁଛି ରେଡିଓ
author img

By

Published : Feb 15, 2021, 5:17 PM IST

ଭୁବନେଶ୍ୱର : ଏକଦା ସମୟ ଥିଲା ଯୋଗାଯୋଗର ମାଧ୍ୟମ କହିଲେ ଲୋକମାନେ ଚିଠିକୁ ବୁଝୁଥିଲେ । ହେଲେ ଧିରେ ଧିରେ ଆଧୁନିକତାର ସ୍ପର୍ଶରେ ଦୁନିଆ ଆଉ କିଛି ପାଦ ଆଗକୁ ଯାଇ ଉଦ୍ଭାବନ କଲା ରେଡ଼ିଓ । ଏହା ପରେ ଆରମ୍ଭ ହେଲା ରେଡିଓ ଯୁଗ । ଲୋକମାନେ ରେଡିଓ ସହିତ ଏପରି ଭାବେ ଜଡ଼ିତ ହୋଇଗଲେ ଯେ, ତାହା ସାଧାରଣ ଜୀବନର ଏକ ବିଶେଷ ଅଂଶ ପାଲଟିଗଲା ।

ଆଜି ବି କଥା କହୁଛି ରେଡିଓ

ଗତ ଫେବୃଆରୀ 12 ତାରିଖ ବିଶ୍ୱ ରେଡିଓ ଗିବସ ଉପଲକ୍ଷେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ରେଡିଓ ମେଳାର ଉଦଯାପନୀ ହୋଇ ଯାଇଛି । ଏହି ଅବସରରେ ଭିନ୍ନ ଭିନ୍ନ ପ୍ରକାର ରେଡିଓ ପ୍ରଦର୍ଶନୀ କରାଯାଇଥିଲା । କୋରୋନା ମହାମାରୀ ପାଇଁ ଏଥର ଏହି ମେଳାରେ ଦର୍ଶକଙ୍କ ଉପସ୍ଥିତି ସାମାନ୍ୟ କମ ଥିବାର ଲକ୍ଷ କରାଯାଇଥିଲା ।

ଆଜିକାର ଆଧୁନିକ ଓ ଡିଜିଟାଲ ଯୁଗରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଘରେ ଘରେ ଟେଲିଭିଜନର ବଡ଼ ବଡ଼ ସେଟ ସବୁ ରହିଛି । ଆଉ ବର୍ତ୍ତମାନ ଖବର ମଣିଷର ଆଙ୍ଗୁଠି ଟିପରେ ରହିଛି । କିନ୍ତୁ, ରେଡ଼ିଓ ପରି ସେମାନେ ମଣିଷର ଅନ୍ତରଙ୍ଗ ବନ୍ଧୁ ପାଲଟି ପାରି ନାହଁନ୍ତି । ତେଣୁ, ସମୟ ବଦଳିବା ସହିତ ରେଡ଼ିଓ ପ୍ରତି ଲୋକଙ୍କ ଭାବନାରେ ପରିବର୍ତ୍ତନ ହୋଇଛି ସତ କିନ୍ତୁ, ଏବେ ବି ସେ ସ୍ରୋତାମାନଙ୍କ ନିକଟରେ ନିଜର ଆଦର ବଜାୟ ରଖିଛି । ସେଥିପାଇଁ ଆଜିବି ଲୋକମାନେ ନିଜ ମନୋରଞ୍ଜନ ଏବଂ ସୂଚନା ପାଇବାର ଏକ ପ୍ରମୁଖ ଭୂମିକା ଭାବେ ବ୍ୟବହାର କରୁଛନ୍ତି ରେଡିଓକୁ ।

ସମୟ ଆସିଥିଲା ଏହାର ଅସ୍ତିତ୍ୱ ରହିବ କି ନାହିଁ ତା ଉପରେ ନାନା ବିତର୍କ ସୃଷ୍ଟି ହୋଇଥିଲା । ଅତ୍ୟାଧୁନିକ ଯୁଗରେ ମଣିଷ ପାଖରେ ସମୟ ଅଭାବ ଥିବା ବେଳେ ରେଡ଼ିଓ ସେମାନଙ୍କ ସହ ତାଳ ଦେଇ ଚାଲି ପାରିବ ନାହିଁ ବୋଲି ଅନେକ ଭାବୁଥିଲେ । କିନ୍ତୁ, ରେଡ଼ିଓ ଶିଳ୍ପ ସହିତ ଜଡିତ ବ୍ୟକ୍ତି ବିଶେଷ ଏହି ଆହ୍ୱାନକୁ ଗ୍ରହଣ କରିବା ସହ ବର୍ତ୍ତମାନ ସମୟରେ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ କରି ପାରିଛନ୍ତି । ତେଣୁ, ରେଡ଼ିଓ ଅପସରି ଯିବ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା ତାହା ଏବେ ଦୂର ହେବା ସହ ନିଜର କଳେବର ବୃଦ୍ଧି କରିବାରେ ଲାଗିଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.