ETV Bharat / city

2022-23ରୁ ସ୍କୁଲରେ ଜଳବାୟୁ ପରିବର୍ତ୍ତନ ଓ କୋଭିଡ ପରିଚାଳନା ପାଠ୍ୟକ୍ରମ

author img

By

Published : Jul 10, 2022, 3:55 PM IST

2022-23 ଶିକ୍ଷାବର୍ଷରୁ ସ୍କୁଲରେ ଜଳବାୟୁ ପରିବର୍ତ୍ତନ ଓ କୋଭିଡ ପରିଚାଳନା ପାଠ୍ୟକ୍ରମ ଲାଗୁ କରାଯିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଧିକ ପଢନ୍ତୁ

2022-23ରୁ ସ୍କୁଲରେ ଜଳବାୟୁ ପରିବର୍ତ୍ତନ ଓ କୋଭିଡ ପରିଚାଳନା ପାଠ୍ୟକ୍ରମ
2022-23ରୁ ସ୍କୁଲରେ ଜଳବାୟୁ ପରିବର୍ତ୍ତନ ଓ କୋଭିଡ ପରିଚାଳନା ପାଠ୍ୟକ୍ରମ

ଭୁବନଶ୍ବର: ଏଣିକି ସ୍କୁଲରେ ଜଳବାୟୁ ପରିବର୍ତ୍ତନ ଓ କୋଭିଡ ପରିଚାଳନା ପାଠ୍ୟକ୍ରମ ଲାଗୁ କରାଯିବ । 2022-23 ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ପଢ଼ାଯିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି, ‘‘ଏହି ସେକ୍ସନରୁ ମାଟ୍ରିକର ଶହେ ପ୍ରତିଶତ ସିଲାବସ ମଧ୍ୟ ପଢ଼ାଯିବ । କୋଭିଡ ଭୟାବହତା ସମ୍ପର୍କରେ ପିଲାମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ, ଏହାକୁ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସ୍ଥାନିତ କରିବା ଲାଗି । ବିଶେଷ କରି ଜଳ ବାୟୁ ପରିବର୍ତ୍ତନ ହେଉଥିବାରୁ ସେ ବିଷୟରେ ପିଲାମାନଙ୍କୁ ପୂର୍ବରୁ ପ୍ରସ୍ତୁତ ରଖିବା ଲାଗି ବିଭାଗ ଏପରି ନିଷ୍ପତ୍ତି ନେଇଛି ।’’

22-23 ଶିକ୍ଷା ବର୍ଷ ପାଇଁ କୋର୍ସ ପାର୍ଟନ ଆମେ ଦେଇ ସାରିଛୁ । ତେଣୁ, ଏଥର 100 ମାର୍କ ଉପରେ ପରୀକ୍ଷା ହେବ । ସେହିପରି ଯାହା ଯେମିତି ‘ସମେଟିଭ 1 ଆଣ୍ଡ 2’ ଥିଲା ସେହି ଅନୁସାରେ ପରୀକ୍ଷା କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପିଲାଙ୍କୁ ଥଣ୍ଡା ହୋଇଥିଲେ ପିଲାମାନେ ସ୍କୁଲ ନଆସିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସବୁ ଥଣ୍ଡା ଜ୍ଵର କୋଭିଡ ନୁହେଁ । ମାତ୍ର ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ, ଆମେ ଅଭିଭାବକ ମାନଙ୍କୁ କହୁଛୁ ସେମାନେ ପିଲାଙ୍କର ଥଣ୍ଡା ଜ୍ଵର ହେଉଥିଲେ ସେମାନଙ୍କୁ ସ୍କୁଲକୁ ଛାଡ଼ନ୍ତୁ ନାହିଁ ବୋଲି ସୂଚନା ଦେଇଛନ୍ତି ସମୀର ଦାଶ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.