ETV Bharat / city

ବିକ୍ଷୋଭ ବେଳେ +2 ଡ୍ରପଆଉଟ ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ଉଠାଇନେଲା ପୋଲିସ - +2 drop-out student protests in bbsr

ପରୀକ୍ଷା ଫଳାଫଳକୁ ନେଇ +2 ଡ୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଲୋୟର ପିଏମଜିରେ ବିକ୍ଷୋଭବେଳେ କିଛି ଛାତ୍ରଙ୍କୁ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ...

+2 ଡ୍ରପଆଉଟ ଛାତ୍ରାଛାତ୍ରୀଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

author img

By

Published : Sep 6, 2021, 4:49 PM IST

Updated : Sep 6, 2021, 5:38 PM IST

ଭୁବନେଶ୍ବର: ପରୀକ୍ଷା ଫଳାଫଳକୁ ନେଇ +2 ଡ୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଏଥିରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଲୋୟର ପିଏମଜିରେ ରାଲି କରିବା ସହ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ପୋଲିସ କିଛି ଛାତ୍ରଛାତ୍ରୀଙ୍କୁୁ ଉଠାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

+2 ଡ୍ରପଆଉଟ ଛାତ୍ରାଛାତ୍ରୀଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେବାକୁ ରାଜି ନ ହେବା ସହ ପୂର୍ବ ପରୀକ୍ଷା ମାର୍କ ଆଧାରରେ ପାସ କରାଯିବା ନେଇ ଦାବି ରଖିଛନ୍ତି । +୩ ନାମଲେଖା ପାଇଁ ଆବେଦନ ଅବଧି ସରିବାକୁ ବସିଥିବାବେଳେ ଆଉ ଥରେ ପୁଣି +2 ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ସମୟରେ ପରୀକ୍ଷା କରାଗଲେ +୩ ପାଇଁ କେବେ ଛାତ୍ରଛାତ୍ରୀ ପାଠପଢା ଆରମ୍ଭ କରିବେ ବୋଲି ଗଣଶିକ୍ଷା ବିଭାଗକୁ ପ୍ରଶ୍ନ କରିଛନ୍ତି । ଏହି ଆନ୍ଦୋଳନ ବେଳେ ପୋଲିସ ସହ ଛାତ୍ରଛାତ୍ରୀଙ୍କର ଧସ୍ତାଧସ୍ତି ହେବା ସହ କିଛି ଛାତ୍ରଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 6, 2021, 5:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.