ETV Bharat / city

ସିଭିଲ ଡିଫେନ୍ସ ପ୍ରତି ସରକାରଙ୍କ ଅଣଦେଖା

author img

By

Published : Dec 6, 2019, 2:27 PM IST

ଆଜି ପାଳିତ ହୋଇଛି ବେସାମରିକ ପ୍ରତିରକ୍ଷା ଦିବସ । ବରମୁଣ୍ଡା ଅଗ୍ନିଶମ ବିପତ୍ତି ନିସ୍ତାର ଏକାଡେମୀରେ ପାଳିତ ହୋଇଛି। ଅଧିକ ଖବର ପଢନ୍ତୁ...

ସିଭିଲ ଡିଫେନସ ପ୍ରତି ସରକାରଙ୍କ ଅଣଦେଖା
ସିଭିଲ ଡିଫେନସ ପ୍ରତି ସରକାରଙ୍କ ଅଣଦେଖା

ଭୁବନେଶ୍ବର: ଆଜି ପାଳିତ ହୋଇଛି ବେସାମରିକ ପ୍ରତିରକ୍ଷା ଦିବସ । ବରମୁଣ୍ଡା ଅଗ୍ନିଶମ ବିପତ୍ତି ନିସ୍ତାର ଏକାଡେମୀରେ ପାଳିତ ହୋଇଛି। ଅଗ୍ନିଶମ ବିଭାଗ ଡିଜି ଯୋଗଦେଇ ଏଥିରେ ନିଜର ବକ୍ତବ୍ୟ ରଖିଛନ୍ତି ।

୨୫୦ରୁ ଊର୍ଦ୍ଧ୍ବ ସିଭିଲ ଡିଫେନର ପୁରୁଷ ଓ ମହିଳା ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ ନିଜର ରଣ କୌଶଳ ଦେଖାଇଥିଲେ। ରାଜ୍ୟ ତଥା ରାଜ୍ୟ ବାହାରେ ମନୁଷ୍ୟକୃତ ବା ପ୍ରାକୃତିକ ଦୁର୍ବିପାକ ସମୟରେ ରହିଛି ସିଭିଲ ଡିଫେନସର ଗୁରୁତ୍ବପୂର୍ଣ୍ଣ ଭୂମିକା। ତେବେ ରାଜ୍ୟରେ କୋରାପୁଟ, ରାଉଲକେଲା, ଭୁବନେଶ୍ବର, ପାରାଦୀପ ଓ କଟକରେ ରହିଛି ସିଭିଲ ଡିଫେନସ ୟୁନିଟ ।

ସିଭିଲ ଡିଫେନସ ପ୍ରତି ସରକାରଙ୍କ ଅଣଦେଖା

ତେବେ ଅଗ୍ନିଶମ ବିଭାଗ ସହ ସିଭିଲ ଡିଫେନସ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି । ସିଭିଲ ଡିଫେନସରେ ବିଶେଷ କରି ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀ ମାନେ ସ୍ବେଚ୍ଛାକୃତ ଭାବେ ଯୋଗ ଦେଉଛନ୍ତି। ହେଲେ ସିଭିଲ ଡିଫେନସ ପାଇଁ ସରକାରଙ୍କ ଚରମ ଅବହେଳା ଦେଖିବାକୁ ମିଳିଛି ।

ସ୍ବେଚ୍ଛାକୃତ ଅନୁଷ୍ଠାନ ଯୋଗୁଁ ସରକାର ଦୀର୍ଘଦିନ ଧରି ପଦବୀ ପୂରଣ କରୁନାହାଁନ୍ତି। ଯେଉଁଠି ୫୦ ରୁ ଊର୍ଦ୍ଧ୍ବ କର୍ମଚାରୀ ରହିବା କଥା ତାହା ବର୍ତ୍ତମାନ ୩ ରୁ ୪ ଜଣ ଜରିଆରେ ଚାଲିଛି । ସିଭିଲ ଡିଫେନସ ଇନଷ୍ଟ୍ରକଟର ନିଯୁକ୍ତି ଆବଶ୍ୟକତା ରହିଥିବା ବିଶେଷ ସୁତ୍ରରୁ ପ୍ରକାଶ ପାଇଛି । ଯେଉଁମାନେ ପୂର୍ବରୁ କାମ କରୁଥିଲେ ଅନେକ ସେମାନଙ୍କ ମଧ୍ୟରୁ ପ୍ରମୋସନ ପାଇଲେଣି ଆଉ ଅଧିକାଂଶ ଅବସର ନେଲେଣି ଯାହାକୁ ନେଇ ଏପରି ସମସ୍ୟା ଦେଖାଦେଉଛି। ତେବେ ଏହାର ପଦବୀ ପୂରଣ ପାଇଁ ସରକାର କେବେ ପଦକ୍ଷେପ ନେବେ ତାହା ଚିନ୍ତାଜନକ ହୋଇଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ସିଭିଲ ଡିଫେନସ ପ୍ରତି ସରକାରଙ୍କ ଅଣଦେଖା,
୫୦ କର୍ମଚାରି ବଦଳରେ ୪ଜଣ ଅଛନ୍ତି।
Body:
ଆଜି ପାଳିତ ହୋଇଛି ବେସାମରିକ ପ୍ରତିରକ୍ଷା ଦିବସ।ବରମୁଣ୍ଡା ଅଗ୍ନିଶମ ବିପତି ନିସ୍ତାର ଏକାଡେମିରେ ପାଳିତ ହୋଇଛି।ଅଗ୍ନିଶମ ବିଭାଗ ଡିଜି ଯୋଗଦେଇ ରଖିଲେ ବକ୍ତବ୍ଯ।୨୫୦ରୁ ଉର୍ଧ ସିଭିଲ ଡିଫେନର ପୁରୁଷ ଓ ମହିଳା ବେସାମରିକ ପ୍ରତିରକ୍ଷା ସ୍ବେଛାସେବୀ ନିଜର ରଣ କୌଷଳ ଦେଖାଇଥିଲେ।ରାଜ୍ଯ ତଥା ରାଜ୍ଯ ବାହାରେ ମନୁଷ୍ଯକୃତ ବା ପ୍ରକୃତିକ ଦୁର୍ବିପାକ ସମୟରେ ରହିଛି ସିଭିଲ ଡିଫେନସର ଗୁରୁତ୍ବପୁର୍ଣ ଭୁମିକା।ତେବେ ରାଜ୍ଯରେ କୋରାପୁଟ,ରାଉଲକେଲା,ଭୁବନେଶ୍ବର ପାରାଦିପ ଓ କଟକରେ ରହିଛି ସିଭିଲ ଡିଫେନସ ୟୁନିଟ।ତେବେ ଅଗ୍ନିଶମ ବିଭାଗ ସହ ସିଭିଲ ଡିଫେନସ ମିଳିତ ଭାବେ କାର୍ଯ କରିଥାନ୍ତି।ତେବେ ସିଭିଲ ଡିଫେନସରେ ବିଶେଷ କରି ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀ ମାନେ ସ୍ବେଛାକୃତ ଭାବେ ଯୋଗଦେଉଛନ୍ତି।ହେଲେ ସିଭିଲ ଡିଫେନସ ପାଇଂ ସରକାରଙ୍କ ଚରମ ଅବହେଳା ଦେଖିବାକୁ ମିଳିଛି।ସ୍ବେଛାକୃତ ଅନୁଷ୍ଠାନ ଯୋଗୁଁ ସରକାର ଦିର୍ଘଦିନ ଧରି ପଦବି ପୁରଣ କରୁନାହାନ୍ତି।ଯେଉଁଠି ୫୦ରୁ ଉର୍ଧ କର୍ମଚାରି ରହିବା କଥା ତାହା ବର୍ତମାନ ୩ରୁ ୪ ଜଣ ଜରିଆରେ ଚାଲିଛି।ସିଭିଲ ଡିଫେନସ ଇନଷ୍ଟ୍ରକଟର ନିଯୁକ୍ତି ଆବଶ୍ଯକତା ରହିଥିବା ବିଶେଷ ସୁତ୍ରରୁ ପ୍ରକାଶ ପାଇଛି।ଯେଉଁମାନେ ରୁର୍ବରୁ କାମ କରୁଥିଲେ ଅନେକ ସେମାନଙ୍କ ମଧ୍ଯରୁ ପ୍ରମୋସନ ପାଇଲେଣି ଅଧିକାଂଶ ଅବସର ନେଲେଣି ଯାହାକୁ ନେଇ ଏପରି ସମସ୍ଯା ଦେଖାଦେଉଥିବା ବେଳେ ଏହାର ପଦବି ପୁରଣ ପାଇଁ ସରକାର କେବେ ପଦକ୍ଷେପ ନେବେ ତାହା ଚିନ୍ତାଜନକ ହୋଇଛି।Conclusion:ବାଇଟ-ସୁନୀଲ ରୟ,ଅଗ୍ନିଶମ ବିଭାଗ ଡିଜି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.