ETV Bharat / city

ଯୁକ୍ତ 2 ବିକଳ୍ପ ମୂଲ୍ୟାୟନ: ପୁରିଲା କଣ୍ଟ, ବାହାରି ପାରିଲାନି ନିଷ୍କର୍ସ

author img

By

Published : Jun 16, 2021, 6:55 PM IST

ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ନେଇ ଆଜି ବସିଥିଲା ବିଶେଷଜ୍ଞ କମିଟିର ତୃତୀୟ ବୈଠକ । ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ ନିଷ୍ପତ୍ତି ନେଇ ଅନିଶ୍ଚିତତା ଲାଗିରହିଥିବା ବେଳେ ତୃତୀୟ ବୈଠକ ବସିଥିଲା । ଅଧିକ ପଢନ୍ତୁ...

CHSE special committee
ଯୁକ୍ତ 2 ବିକଳ୍ପ ମୂଲ୍ୟାୟନ; ପୁରିଲା କଣ୍ଟ, ବାହାରିପାରିଲାନି ନିଷ୍କର୍ସ

ଭୁବନେଶ୍ବର: ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ନେଇ ଆଜି ବସିଥିଲା ବିଶେଷଜ୍ଞ କମିଟିର ତୃତୀୟ ବୈଠକ । ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ ନିଷ୍ପତ୍ତି ନେଇ ଅନିଶ୍ଚିତତା ଲାଗିରହିଥିବା ବେଳେ ତୃତୀୟ ବୈଠକ ବସିଥିଲା । ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୧୪ ଜଣିଆ ବିଶେଷଜ୍ଞ କମିଟିକୁ ପରିଷଦ ପକ୍ଷରୁ କୁହାଯାଇଛି ।

ତେବେ ଆଜି କଣ୍ଟ ପୂରିଥିଲେ ମଧ୍ୟ ବିଶେଷଜ୍ଞ କମିଟିର ସଦସ୍ୟମାନେ ବିକଳ୍ପ ମୂଲ୍ୟାୟନ ପାଇଁ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ କରିପାରି ନାହାନ୍ତି । ଦୁଇ ଥର ବୈଠକ ବସିଥିଲେ ମଧ୍ୟ ସଦସ୍ୟମାନେ କିଛି ବି ନିର୍ଯ୍ୟାସରେ ପହଞ୍ଚିପାରି ନଥିବାରୁ ବୁଧବାର ବୈଠକ ଡକାଯାଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ବସିଥିବା ଥିବା ଏହି ବୈଠକରେ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ବୈଠକରେ ମୂଲ୍ୟାୟନର ରୂପରେଖ ଚୂଡ଼ାନ୍ତ ହେବା ସହ କେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ସେନେଇ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ କମିଟି ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ଦେଇପାରିନି । ମିଟିଂରେ ବିଭିନ୍ନ ପ୍ରକାର ପ୍ରୋପୋଜାଲ୍ ଆସିଛି। ସେଥିରୁ କିଛି ପ୍ରୋପୋଜାଲକୁ ଆଖି ଆଗରେ ରଖା ଯାଇଥିବା ସୂଚନା । ସୂଚନା ଅନୁସାରେ ଆସନ୍ତାକାଲି ପୁଣି ବସିପାରେ ବୈଠକ । ଆସନ୍ତାକାଲି ନିଷ୍ପତ୍ତି ଆସିବାର ରହିଛି ସମ୍ଭାବନା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.