ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା । କୋଭିଡ୍ କଟକଣା ମଧ୍ୟରେ ଏହି ପରୀକ୍ଷା ହେବା ନେଇ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିଷା ପରିଷଦ ଓଡିଶା ଘୋଷଣା କରିଛି । ଏପ୍ରିଲ 28 ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା(CHSE Odisha Board exams) ଆରମ୍ଭ ହୋଇଥିବାବେଳେ, ପ୍ରଥମ ଦିନରୁ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ହୋଇଥିଲା । ଆଜି ପ୍ରଥମ ପରୀକ୍ଷା ଦେବେ ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାର୍ଥୀ । ପ୍ରଥମ ଦିନରେ ଇଂରାଜୀ ବିଷୟରେ ଦେବେ ପରୀକ୍ଷା । ପରୀକ୍ଷା ଆରମ୍ଭ ସମୟ ସକାଳ 9.00ଟା ରହିଛି । ବିଜ୍ଞାନ ପାଠ୍ୟକ୍ରମର ପରୀକ୍ଷା ମଧ୍ୟାହ୍ନ 12.00 ଶେଷ ହେବାନେଇ ସୂଚୀ ରହିଛି । ସେହିପରି ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା 11. 30ରେ ଶେଷ ହେବ । ଚଳିତ ଥର ରାଜ୍ୟରେ 11,33 ପରୀକ୍ଷା କେନ୍ଦ୍ର କରାଯାଇଛି । ବିଜ୍ଞାନରେ 7,877 ଓ 5,863 ଜଣ ଧନ୍ଦାମୂଳକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।
![ଆଜିଠୁ ଯୁକ୍ତ ଦୁଇ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା](https://etvbharatimages.akamaized.net/etvbharat/prod-images/od-bbsr-01-plustwo-exam-science-exam-7206049_09052022071116_0905f_1652060476_282.jpg)
ଚଳିତ ବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ଯୁକ୍ତଦୁଇ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ କଳା ବିଭାଗରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ, ବିଜ୍ଞାନ ବିଭାଗରେ ୭୮ ହଜାର ୦୭୭ ଜଣ, ବାଣିଜ୍ୟ ବିଭାଗରେ ୨୪ ହଜାର ୧୩୬ ଜଣ ଏବଂ ୫ହଜାର ୮୬୩ ଜଣ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ରହିଛନ୍ତି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ୧,୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍ ସେଣ୍ଟର) କରାଯାଇଛି । ମେ ୩୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।
ଏଥିପାଇଁ CHSE କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ମନା । ଏହି କଣ୍ଟ୍ରୋଲ ରୁମ୍ ମେ' 31 ତାରିଖ ପର୍ଯ୍ୟନ୍ତ ଚାଲୁରହିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ