ଭୁବନେଶ୍ବର: ବାଣପୁରରେ ସାଧାରଣ ଲୋକଙ୍କୁ ଗାଡି ଚଢାଇବା ଘଟଣା । ଆତଙ୍କ ସୃଷ୍ଟି କରିଥିବା ଚିଲିକା ବିଧାୟକଙ୍କୁ ଗିରଫ କରିଛି ବାଣପୁର ପୋଲିସ । ତାଙ୍କୁ ଭୁବନେଶ୍ବର SDJM କୋର୍ଟରେ ପୋଲିସ ହାଜର କରିଥିବା ସୂଚନା ମିଳିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସିତ ହେବା ପରେ ତାଙ୍କୁ ପୋଲିସ କୋର୍ଟରେ ହାଜର କରିଛି । ବିଧାୟକଙ୍କୁ ପୋଲିସ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି ।
ଏହା ବି ପଢନ୍ତୁ- ପ୍ରଶାନ୍ତ ଜଗଦେବଙ୍କ ନାଁରେ NSA ଲଗାଯାଉ: କଂଗ୍ରେସ
ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଜାରି ରହିଥିବା ବେଳେ ସେଠାରେ ଶହ ଶହ ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ବିଧାୟକ ବ୍ଲକ ପରିସରକୁ ଗାଡି ନେଇ ଧସେଇ ପଶିଥିଲେ । ଭିଡ଼ ଭିତରେ ସେ ଗାଡି ନେବା ସମୟରେ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଭିଡ଼ ଉପରେ ଗାଡ଼ି ଚଢାଇଦେବା ପରେ ଘଟଣାସ୍ଥଳରେ 10 ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ସାଧାରଣ ଲୋକ ଆହତ ହୋଇଥିବା ଖୋର୍ଦ୍ଧା ଏସପି ସୂଚନା ଦେଇଥିଲେ ।
![Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ ହେଲେ ହାଜର](https://etvbharatimages.akamaized.net/etvbharat/prod-images/od-bbs-02-chilika-mla-arrest-avo-7203832_22032022162439_2203f_1647946479_723.jpg)
- ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ବାହାରିବା ପରେ ଗିରଫ ହେଲେ ପ୍ରଶାନ୍ତ
- ବାଣପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଥିଲେ ପ୍ରଶାନ୍ତ
- ଆଜି ପ୍ରଶାନ୍ତଙ୍କୁ କୋର୍ଟରେ ହାଜର କରିଛି ପୋଲିସ
![Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ ହେଲେ ହାଜର](https://etvbharatimages.akamaized.net/etvbharat/prod-images/od-bbs-02-chilika-mla-arrest-avo-7203832_22032022162439_2203f_1647946479_909.jpg)
ଏହା ବି ପଢନ୍ତୁ- ଖୋର୍ଦ୍ଧାରେ ଖେରୀ ପୁନରାବୃତ୍ତି, ଭିଡ ଉପରେ ଗାଡି ମଡାଇଦେଲେ ଚିଲିକା ବିଧାୟକ
![Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ ହେଲେ ହାଜର](https://etvbharatimages.akamaized.net/etvbharat/prod-images/od-bbs-02-chilika-mla-arrest-avo-7203832_22032022162439_2203f_1647946479_1047.jpg)
ଏହି ଘଟଣା ଉତ୍ତରପ୍ରଦେଶ ଲଖୀମପୁର ଖେରୀ ଘଟଣାର ପୁନରାବୃତ୍ତି ବୋଲି କୁହାଯାଇଥିଲା । ଘଟଣାକୁ ଅନେକ ରାଜନେତାଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ନିନ୍ଦା କରିଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ । ସେପଟେ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ପାଇଁ NSA (National Security Act) ଲାଗୁ କରାଯାଉ ବୋଲି କଂଗ୍ରେସ ଦାବି କରିଥିଲା । ଏହି ଘଟଣା ଓଡ଼ିଶା ରାଜନୈତିକ ଇତିହାସରେ କଳଙ୍କିତ ଦିନ ଥିଲା ବୋଲି କହିଥିଲା କଂଗ୍ରେସ ଦଳ । ଏପଟେ ପ୍ରେସମିଟ୍ କରି ବିଜେଡି କହିଥିଲା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ