ETV Bharat / city

ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ - ବିଜେପି ଛାଡ଼ିଲେ ଝରଣା ବାରିକ

ବିଜେପି ଛାଡି ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ । ଝରଣା ବିଧିବଦ୍ଧ ଭାବେ ଆଜି ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ଅଧିକ ପଢ଼ନ୍ତୁ

ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ

author img

By

Published : Jan 18, 2022, 9:00 PM IST

Updated : Jan 18, 2022, 10:24 PM IST

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ । ଝରଣା ବିଧିବଦ୍ଧ ଭାବେ ଆଜି ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ଏ ନେଇ ଆଜି ଯୁବ ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।

ଦଳରେ ସେମାନଙ୍କ ସମ୍ମାନ ଓ ଆଦର ବିଜେପିଠାରୁ ଅଧିକ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ସାଂଗଠନିକ ସଭାପତି ବିଭୂତି ବଳବନ୍ତରାୟ, ଚିଲିକା ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ
ଝରଣା ୨୦୧୭ରେ ବିଜେପି ସମର୍ଥନରେ ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ୧୫ ବର୍ଷରୁ ଅଧିକ ସମୟ ଧରି ଝରଣା ବିଜେପିରେ ରହିଥିଲେ । କିନ୍ତୁ ଆଜି ସେ ତାଙ୍କ ସହଯୋଗୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ଏହାସହ ବାଣପୁର ବ୍ଲକ ନନ୍ଦପୁର ଗ୍ରାମ ପଞ୍ଚାୟତର ୧୫ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଦମୟନ୍ତୀ ବସ୍ତି ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ତାଙ୍କ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗଦେଇଛନ୍ତି ।ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jan 18, 2022, 10:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.