ETV Bharat / city

କାଗଜ କଲମରେ ରହିଯାଉଛି ଶିଶୁ ସୁରକ୍ଷା ଯୋଜନା, ଅନଲାଇନରେ ହେବ ସଚେତନତା

author img

By

Published : Nov 15, 2020, 7:50 PM IST

ଶିଶୁଙ୍କ ବିରୋଧରେ ଅପରାଧକୁ ରୋକିବା ଓ ନିଖୋଜ ଶିଶୁଙ୍କ ଉଦ୍ଧାର କରିବା ପାଇଁ ପୋଲିସ ଆଶାନୁରୂପକ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହିଁ । କୋରୋନା ପାଇଁ ସ୍ମାଇଲ ପରୀ ଓ ମୁସ୍କାନ ସମସ୍ତ ଯୋଜନା ଏବେ କେବଳ କାଗଜ କଲମରେ ସୀମିତ ରହିଛି । ଅଧିକ ପଢନ୍ତୁ...

child safety yajona failed in odisha
କାଗଜ କଲମରେ ରହିଯାଉଛି ଶିଶୁ ସୁରକ୍ଷା ଯୋଜନା, ଅନଲାଇନ ମାଧ୍ୟମରେ ହେବ ସଚେତନତା

ଭୁବନେଶ୍ବର: କାଗଜ କଲମରେ ରହିଯାଉଛି ଶିଶୁ ସୁରକ୍ଷା ଯୋଜନା, ଅନଲାଇନ ମାଧ୍ୟମରେ ହେବ ସଚେତନତା । କୋରୋନା ପାଇଁ ସ୍ମାଇଲ ପରୀ ଓ ମୁସ୍କାନ ସମସ୍ତ ଯୋଜନା ଏବେ କେବଳ କାଗଜ କଲମରେ ସୀମିତ ରହିଛି । ଅନଲାଇନ ମାଧ୍ୟମରେ ଲୋକଙ୍କୁ ସଚେତନ ଓ ଶିଶୁଙ୍କୁ ହେବ ଉଦ୍ଧାର କାର୍ଯ୍ୟ ।

ଶିଶୁଙ୍କ ବିରୋଧରେ ଅପରାଧକୁ ରୋକିବା ଓ ନିଖୋଜ ଶିଶୁଙ୍କ ଉଧାର କରିବା ପାଇଁ ପୋଲିସ ଆଶାନୁରୂପକ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହିଁ । 2015 ଠାରୁ 2019 ମଧ୍ୟରେ ରାଜ୍ୟରେ ଶିଶୁ ଉଦ୍ଧାର ପାଇଁ ଅପରେସନ ମୁସ୍କାନ ସ୍ମାଇଲ ଓ ପରୀ ଭଳି ଯୋଜନା ଆରମ୍ଭ ହୋଇଥିଲା । କୋରୋନା ପାଇଁ ଏ ସମସ୍ତ ଯୋଜନା ଏବେ କେବଳ କାଗଜ କଲମରେ ସୀମିତ ହୋଇ ରହିଛି । ଏଥିଲାଗି ଅନଲାଇନ ମାଧ୍ୟମରେ ସଚେତନ କରିବା ସହ ଉଦ୍ଧାର କାର୍ଯ୍ୟ କରିବାକୁ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ପ୍ରଚେଷ୍ଟା ଜାରି କରୁଛି ।

ରାଜ୍ୟରେ ବଢିଚାଲିଛି ଶିଶୁ ନିର୍ଯ୍ୟାତନା ମାମଲା । ପାରିବାରିକ ସମସ୍ୟା ହେଉ ବା ଅନ୍ୟ କୌଣସି କାରଣ ଶିଶୁଙ୍କୁ ଶୋଷଣ କରିବା ଭଳି ଘଟଣା । ଗତ କିଛିଦିନ ତଳେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଏହାର ଏକ ଉଦାହରଣ। କରୋନା ସମୟରେ ଆର୍ଥିକ ଅଭାବ ଯୋଗୁଁ ନାବଳିକାର ପରିବାରକୁ ଅର୍ଥ ଲୋଭ ଦେଖାଇ ମଧ୍ୟସ୍ତି ମାନେ ସେମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରିଥାନ୍ତି। ଦୁଃଖର ବିଷୟ ଯେ ଶିଶୁଙ୍କ ବିରୋଧରେ ଅପରାଧକୁ ରୋକିବା ଓ ନିଖୋଜ ଶିଶୁଙ୍କ ଉଦ୍ଧାର କରିବା ପାଇଁ ପୋଲିସ ଅସାନୁରୂପକ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହିଁ। ଜାତୀୟ ପରିସଂଖ୍ୟାନ ବ୍ୟୁରୋ ରିପୋର୍ଟ ଆନୁଯାୟୀ, 2019 ମସିହାରେ 27.1 ପ୍ରତିଶତ ଶିଶୁଙ୍କ ଉଧାର କରାଯାଇଥିଲା ବେଳେ 2018 ମସିହାରେ 31.07 ରହିଥିଲା । 2018 ମସିହାରେ ଶିଶୁଙ୍କ ନିଖୋଜ ମାମଲା 2352 ଥିବା ବେଳେ 2019 ମସିହାରେ ଏହିସଂଖ୍ୟା ବୃଦ୍ଧି ହୋଇ 3351 ରେ ପହଞ୍ଚିଥିଲା। 2019 ମସିହାରେ ଓଡିଶା ପୋଲିସ 1490ଜଣଙ୍କୁ ଉଦ୍ଧାର କରିଥିବା ବେଳେ ବର୍ତ୍ତମାନ ସୁଧା ତୁଳନା କଲେ ରାଜ୍ୟରେ ବିଭିନ୍ନ ଥାନାରେ 4013 ଜଣ ଶିଶୁ ଏବେବି ନିଖୋଜ ରହିଛନ୍ତି ।

ରାଜ୍ୟର ସ୍ଥିତି କୋରୋନା ପରବର୍ତ୍ତୀ ସମୟ ଅତି ଭୟଙ୍କର ହୋଇପଡ଼ିଛି। ଶିଶୁଙ୍କ ଅପରେସନ ପାଇଁ 2015 ଓ 2019 ମଧ୍ୟରେ ଥିବା ମୁସ୍କାନ ସ୍ମାଇଲ ଓ ପରୀ ଭଳି ଯୋଜନା କରାଯାଇଥିଲା। ପୋଲିସ ଶ୍ରମ ବିଭାଗ ଓ ଅନେକ ଏନଜିଓ ଙ୍କୁ ମିଶାଇ ଶିଶୁଙ୍କ ଉଦ୍ଧାର କରି ମୁଖ୍ୟ ସ୍ରୋତ କୁ ଆଣିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଲାକଡାଉନ ସମୟରେ ସମସ୍ତେ ଚୁପ ଚାପ ହୋଇ ବସିପଡିଲେ। ହେଲେ ଅନେକ କରୋନା ପରେ ଅନେକଙ୍କର ଆର୍ଥିକ ଅବସ୍ଥା ଠିକ କରିବାକୁ ଶିଶୁ ବିକ୍ରି ମାମଲା ଥାନା ରେ ରୁଜୁ ହୋଇଛି। ଅନେକ ସମୟରେ ଶିଶୁ ମାନଙ୍କୁ କାମ ରେ ଲଗାଇବା ସହ ଶିଶୁ ଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଜଣାପଡିଛି। ଏହାକୁ ନେଇ କଡା ପଦକ୍ଷେପ ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ। ପୋଲିସ ଶ୍ରମ ବିଭାଗ ଓ ଅନ୍ୟ ଏନଜିଓ ମିଶି କିଭଳି ଲୋକମାନଙ୍କୁ ସଚେତନ କରାଯିବ ସେଥିପାଇଁ ଦୃଷ୍ଟି ଦେବାକୁ କୁହାଯାଉଛି। ଲୋକଙ୍କ ପାଇଁ ଯାଇ ନପାରିଲେ ଅନଲାଇନ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି କମିଶନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.