ETV Bharat / city

ତୃତୀୟ ଲହର ଟାର୍ଗେଟରେ ଶିଶୁ ! ସତର୍କ ନହେଲେ ବଢିବ ବିପଦ

ବୟସ୍କ, କିଶୋରଙ୍କ ପରେ ଏବେ ମହାମାରୀ ଟାର୍ଗେଟରେ ଶିଶୁ । ଦ୍ବିତୀୟ ଲହରୀ ପରେ ନୂଆ ଗୁଣ ତଥା ରୂପ ସହ ଆସୁଥିବା ମହାମାରୀର ତୃତୀୟ ଲହରରେ ଅଧିକ ଆକ୍ରାନ୍ତ ହୋଇପାରନ୍ତି ଶିଶୁବର୍ଗ । ତୃତୀୟ ୱେଭକୁ ନେଇ ବିଶେଷଜ୍ଞମାନେ ଆଶଙ୍କା କରିଥିବା ବେଳେ ଶିଶୁଙ୍କର ଅଧିକ ଯତ୍ନ ନେବା ପାଇଁ ଦେଇଛନ୍ତି ପରାମର୍ଶ । ନଚେତ ସ୍ଥିତି ହୋଇପାରେ ଭୟଙ୍କର । ଅଧିକ ପଢନ୍ତୁ...

କୋରୋନା ମହାମାରୀ ଟାର୍ଗେଟରେ ଛୋଟ ଶିଶୁ, ସତର୍କ ନହେଲେ ସ୍ଥିତି ହେବ ଭୟଙ୍କର

author img

By

Published : May 13, 2021, 10:07 PM IST

ଭୁବନେଶ୍ବର: କୋରୋନା ମହାମାରୀର ତୃତୀୟ ଲହରୀର ଟାର୍ଗେଟରେ କୋମଳମତି ଶିଶୁ ! ବୟସ୍କ, କିଶୋରଙ୍କ ପରେ ବର୍ତ୍ତମାନ ମହାମାରୀ ଶିଶୁଙ୍କୁ ଅଧିକ ଆକ୍ରାନ୍ତ ଟାର୍ଗେଟ କରୁଥିବା ଆଶଙ୍କା ବଢିଛି । କୋରୋନାର ପ୍ରଥମ ୱେଭ ବୟସ୍କ ବ୍ୟକ୍ତି, ଦ୍ବିତୀୟ ୱେଭ ଯୁବବର୍ଗ ଓ ତୃତୀୟ ୱେଭ ଶିଶୁଙ୍କୁ ସଂକ୍ରମିତ କରିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଶିଶୁ ବିଶେଷଜ୍ଞ କହିଛନ୍ତି । କୋରୋନାର ପ୍ରତ୍ୟେକ ୱେଭ ସବୁବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଥିବା ବେଳେ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଅଧିକ ଆକ୍ରାନ୍ତ କରୁଛି । ଏଥିଲାଗି ଶିଶୁଙ୍କର ଯତ୍ନ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

କୋରୋନା ମହାମାରୀ ଟାର୍ଗେଟରେ ଛୋଟ ଶିଶୁ, ସତର୍କ ନହେଲେ ସ୍ଥିତି ହେବ ଭୟଙ୍କର

ପ୍ରଥମ ୱେଭ ପରେ ଦ୍ବିତୀୟ ୱେଭ ନସରୁଣୁ ତୃତୀୟ ୱେଭକୁ ନେଇ ଆଶଙ୍କା । ତୃତୀୟ ଲହରରେ ଭୂତାଣୁର ଟାର୍ଗେଟରେ ରହିବେ ଶିଶୁବର୍ଗ । ଏହାକୁ ନେଇ ଶିଶୁ ବିଶେଷଜ୍ଞ ପ୍ରଭାକର ମିଶ୍ର କହିଛନ୍ତି ଯେ ଏହି ସମୟ ସବୁଠାରୁ ସମ୍ବେଦନଶୀଳ । ଏହି ସମୟରେ ଶିଶୁ ଓ କିଶୋରମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ପ୍ରଥମ ୱେଭରେ ଏଭଳି ନଜରରେ ଆସିନଥିଲା । ନିୟମକୁ ଯୁବବର୍ଗମାନେ ମାନୁନଥିବାରୁ ସଂକ୍ରମଣ ଅଧିକ ବ୍ୟାପୁଛି । ଯେହେତୁ ନୂଆ ଷ୍ଟ୍ରେନ ଆସିଛି ସେଥିପାଇଁ ଏଭଳି ଘଟିଛି । ରାଜ୍ୟରେ ସମ୍ପୂର୍ଣ୍ଣ ରୂପେ 20 ପ୍ରତିଶତ ଭାଗ ଶିଶୁ ଓ ଯୁବବର୍ଗଙ୍କ ଦେହରେ ସଂକ୍ରମଣ ଦେଖାଯାଉଛି ।

ମହାମାରୀରୁ ମୁକ୍ତି ପାଇବା ପରେ 2 ରୁ 5 ସପ୍ତାହ ମଧ୍ୟରେ ଶିଶୁ ବା ଯୁବବର୍ଗଙ୍କଠାରେ MISC ରୋଗ ଦେଖାଯାଉଛି । ଯେଉଁଠାରେ ଶ୍ବାସକ୍ରିୟା ବୃକକ, ହାର୍ଟ ରୋଗରେ ପଡ଼ି ହସ୍ପିଟାଲରେ ଆଇସିୟୁରେ ପଡୁଛନ୍ତି । ଦ୍ବିତୀୟ ୱେଭରେ ତରଳ ଝାଡା, ଜିଭ ଓ ଆଖି ନାଲି ହୋଇଯିବା, ଚର୍ମ ରୋଗରେ ପୀଡିତ ହେବା ଭଳି କୋଭିଡର ଲକ୍ଷଣ ଦେଖାଯାଉଛି । ପିଲାଙ୍କ କ୍ଷତ୍ରରେ ସମାନ ଔଷଧ ବ୍ୟବହାର କରାଯାଇପାରିବ କିନ୍ତୁ ଦରକାର ପଡ଼ିଲେ ବ୍ୟବହାର କରାଯାଇପାରିବ । ବଡ ଲୋକଙ୍କ ପାଇଁ ଆଇସିୟୁ ଦରକାର ପଡୁଛି ସେହି ଭଳି ଭାବରେ ଶିଶୁଙ୍କ ପାଇଁ ମଧ୍ୟ ଆବଶ୍ୟକତା ପଡୁଛି ।

ତେବେ ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ 0-14 ବର୍ଷର 24 ହଜାର 684 ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଭାବରେ 15-40 ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରେ 2 ଲକ୍ଷ 55 ହଜାର 103 ଜଣ ଆକ୍ରାନ୍ତ ହୋଇଛନ୍ତି । 41-60 ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରେ 1 ଲକ୍ଷ 58 ହଜାର 609 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 60 ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିମାନେ 51 ହଜାର 245 ଜଣ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ 66 ପ୍ରତିଶତ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ 34 ପ୍ରତିଶତ ମହିଳା ଅଛନ୍ତି । ପ୍ରଥମ ୱେଭଠାରୁ ଦ୍ବିତୀୟ ୱେଭ ସଂକ୍ରମଣ ଅଧିକ ଭାବରେ ଶିଶୁଙ୍କୁ ସଂକ୍ରମଣ କରିବାର ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ତୃତୀୟ ଲହରରେ ଭୂତାଣୁର ଟାର୍ଗେଟରେ ରହିବେ ଶିଶୁବର୍ଗ । ଏହି କୋରୋନା ମହାମାରୀ କୌଣସି ପ୍ରକାରର ବୟସକୁ ଦେଖେନାହିଁ । ସମସ୍ତଙ୍କୁ ସଂକ୍ରମଣ କରିପାରେ । ଏହି ମହାମାରୀର ଅନେକ ୱେଭ ଦେଖିବାକୁ ମିଳୁଛି । ଏହି ପୂର୍ବ ଅନୁମାନ କରିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ । ଏଭଳି ପୂର୍ବାନୁମାନ ପରେ ମହାରାଷ୍ଟ୍ରରେ ଶିଶୁଙ୍କ ପାଇଁ ଆଗୁଆ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଉଛି । ଆଗୁଆ ସତର୍କ ଓ ପ୍ରସ୍ତୁତ ନ ରହିଲେ ସ୍ଥିତି ଅସମ୍ଭାଳ ହେବ ବୋଲି ସେ କହିଛନ୍ତି । ଏବେ ମଧ୍ୟ ଶିଶୁମାନେ ସଂକ୍ରମିତ ହେଉଛନ୍ତି ହେଲେ 3ୟ ୱେଭରେ ଅଧିକାଂଶ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏଣୁ ଆଗୁଆ ସତର୍କ ରହିବା ନିତାନ୍ତ ଆବଶ୍ୟକ ହୋଇପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.