ଭୁବନେଶ୍ବର: ରାଜଧାନୀକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଯୋଗ ଦେଇଥିଲେ ।
ଶିଶୁ ମାନଙ୍କ ଅଧିକାରୀ କିଭଳି ଅକ୍ଷୁର୍ଣ୍ଣ ରହିବ ଏବଂ ଶିଶୁମାନେ କିଭଳି ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ କାର୍ଯ୍ୟରୁ ନିବୃତ୍ତ ରହିବେ ସେ ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ବାଲ୍ୟ ବିବାହକୁ ନେଇ ବକ୍ତାମାନେ କହିଛନ୍ତି ଶିଶୁ ଶ୍ରମିକ,ବିଦ୍ୟାଳୟରେ ଅନୁପସ୍ଥିତ ଓ ସ୍ବାଧୀନ ଭାବରେ ନ ରହିବା ବସ୍ତି ମାନଙ୍କରେ ବାଲ୍ୟ ବିବାହ ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି । ଏହାସହ ବାଲ୍ୟ ବିବାହ ଯୋଗୁଁ ମାତୃ ମୃତ୍ୟୁ ହାର ବୃଦ୍ଧି ପାଉଛି । 14 ରୁ 18 ବର୍ଷର ଶିଶୁମାନେ ବାଲ୍ୟ ବିବାହର ଶିକାର ହେଉଛନ୍ତି । ଅନେକ ଶିଶୁ ଆଧାର କାର୍ଡ ନଥିବା ଯୋଗୁଁ ଶିଶୁ ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଛନ୍ତି । ବସ୍ତି ସ୍ତରରେ ସଚେତନତା କାର୍ଯ୍ୟକ୍ରମ ସହ ସେବା ପ୍ରଦାନକାରୀ ବ୍ୟକ୍ତି ବା ଅନୁଷ୍ଠାନ ବାଲ୍ୟ ବିବାହ ହ୍ରାସ କରିବା ପାଇଁ ଦକ୍ଷତା ବିକାଶ କରାଗଲେ ବାଲ୍ୟ ବିବାହ ରୋକିବାରେ ସହାୟକ ହୋଇପାରିବ ।
ବାଲ୍ୟ ବିବାହର ମୁଖ୍ୟ କାରଣ ହେଲା ଦାରିଦ୍ର୍ୟ, ସାମାଜିକ ଘୃଣା ହେଉଛି ବାଲ୍ୟ ବିବାହର ପ୍ରମୁଖ କାରଣ । ତେଣୁ କନ୍ୟା ରତ୍ନର ଯତ୍ନ ନେବା ଆବଶ୍ୟକ ବୋଲି କହିଛନ୍ତି । ବାଲ୍ୟ ବିବାହକୁ ରୋକିବା ପାଇଁ ହେଲେ ସାମାଜିକ ସଂଗଠନ ଅଙ୍ଗନୱାଡି କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବସ୍ତି ବାସିନ୍ଦାଙ୍କର ମୁଖ୍ୟତଃ ଆର୍ଥିକ ଅନଗ୍ରସରତା ଓ ଶିକ୍ଷାର ଅଭାବ ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସାମାଜିକ ସଂଗଠନ ଓ ବ୍ୟକ୍ତିଗତ ସ୍ତରରେ ସଚେତନତା ଜାରି ରଖିଲେ ଏହି ସଂକଟରୁ ବସ୍ତିବାସୀଙ୍କୁ ଉଦ୍ଧାର କରାଯାଇପାରିବ ବୋଲି କହିଛନ୍ତି ।