ETV Bharat / city

ଖାଇବାକୁ ନ ମିଳିବାରୁ ୮ ବର୍ଷର ଝିଅକୁ ବିକ୍ରି କରିଥିଲେ ପରିବାର, ଉଦ୍ଧାର କଲା ଚାଇଡ଼ ଲାଇନ - ଭୁବନେଶ୍ବର ଖବର

ଆର୍ଥିକ ଅବସ୍ଥା ଭଲ ନଥିବାରୁ ୮ ବର୍ଷର ଝିଅକୁ ବିକ୍ରି କରିଥିଲେ ପରିବାର । ପିଲାକୁ ନେଇଥିବା ପରିବାର ତାଙ୍କୁ ନିର୍ଯାତନା ଦେଉଥିବା ଜଣାପଡିବା ପରେ ରାଜଧାନୀରୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ (child line) ।

ମିଳିଲାନି ଖାଦ୍ୟ ବିକିଦେଲେ ୮ବର୍ଷର ଝିଅ
ମିଳିଲାନି ଖାଦ୍ୟ ବିକିଦେଲେ ୮ବର୍ଷର ଝିଅ
author img

By

Published : Dec 8, 2021, 9:55 AM IST

ଭୁବନେଶ୍ବର: କୋରୋନା (corona) ଅନେକଙ୍କୁ ଦେଇଛି ଦୁଃଖ । ପେଟକୁ ଦୁଇମୁଠା ଦାନା ଯୋଗାଡ ପାଇଁ ମହାମାରୀ ଭୁଲ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଆର୍ଥିକ ଅବସ୍ଥା ଭଲ ନଥିବାରୁ ୮ ବର୍ଷର ଝିଅକୁ ବିକ୍ରି କରିଥିଲେ ପରିବାର । ପିଲାକୁ ନେଇଥିବା ପରିବାର ତାଙ୍କୁ ନିର୍ଯାତନା ଦେଉଥିବା ଜଣାପଡିବା ପରେ ରାଜଧାନୀରୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ (child line) ।

କୋଭିଡ ସମୟରେ ଖାଇବାକୁ ନ ପାଇ ମୟୂରଭଞ୍ଜ ଜିଲ୍ଲା ଜଷିପୁରର ଏକ ପରିବାର ତାଙ୍କ ୮ ବର୍ଷର ଝିଅକୁ ବିକ୍ରି କରିଥିଲେ । ମାସିକ ୨ ହଜାର ଟଙ୍କାରେ ଭୁବନେଶ୍ବରରେ ଜଣେ ମହିଳା ଝିଅକୁ କିଣିଥିଲେ । ମହିଳା ଜଣକ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟରତ । ୨ହଜାର ଟଙ୍କା ଦରମା ଦେଇ ଝିଅକୁ ରାଜଧାନୀ ନନ୍ଦନବିହାର ଘରେ ଖଟାଉଥିଲେ । ଖାଲି ସେିତିକ ନୁହେଁ ଘର କାମ ସହ ଦେଢବର୍ଷର ଛୁଆର ଦେଖା ରେଖା କରୁଥିଲା ୮ ବର୍ଷର ଝିଅ । ଏ ବାବଦରେ ଦୀର୍ଘ ୬ ମାସ ହେବ ଝିଅର ପରିବାରୁ ମାସିକ ୨ ହଜାର ଟଙ୍କା ପଠାଉଥିଲେ । ଅନେକ ସମୟରେ ନାବାଳିକା ଉପରେ ଅତ୍ୟାଚାର ମଧ୍ୟ କରୁଥିଲେ । ଏ ନେଇ ଖବର ପାଇବା ପରେ ଉଦ୍ୟମ ଆରମ୍ଭ କରିଥିଲା ଚାଇଲ୍ଡ ଲାଇନ । ସ୍ଥାନୀୟ ନନ୍ଦନକାନନ ଥାନା ପୋଲିସ ସହୟତାରେ ନନ୍ଦନବିହାର ଘରୁ ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ ।

ପରେ ନାବାଳିକୁ ପଚରାଚରା ପରେ ଜାଣିବାକୁ ପାଇଥିଲା ଯେ ନାବାଳିକାର ପରିବାର‌ କୋଭିଡ ସମୟରେ ଆର୍ଥିକ ସମସ୍ୟା ସାମ୍ନା କରୁଥିଲେ। ନର୍ସ ଜଣକ ତାଙ୍କୁ ଦୁଇହଜାର ଦରମା ହିସାବରେ କିଣି ଶିଶୁ ଶ୍ରମିକ ଭାବେ ଖଟାଉ ଥିଲେ । ରାଜ୍ୟ ପାଇଁ ଏହା ଏକ ଗମ୍ଭିରତାର ବିଷୟ ହୋଇଛି। ଖାଦ୍ୟ ପାଇଁ ଜଣେ ପରିବାର ଝିଅକୁ ବିକ୍ରି କରିବା ଏକ ଚିନ୍ତାଜନକ ବିଷୟ ପାଲଟିଛି । ଚଳିତ ବିଧାନସଭାରେ ମନ୍ତ୍ରୀ ତଥ୍ୟ ରଖିଥିଲେ ୩ କୋଟି ହିତାଧିକାରି ଟଙ୍କିକିଆ ଚାଉଳ ପାଉଛନ୍ତି । ଏହାପରେ ରାଜ୍ୟରେ ଏପରି ବିଷୟ ଉପୁଜିବା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହି ପରିବାର କେଉଁ ପରିସ୍ଥିତିରେ ଏଭଳି ୮ବର୍ଷର ଝିଅକୁ ବିକ୍ରି କଲେ ଓ ସରକାରୀ ଯୋଜନାରେ ନାଁ ରହିଛି କି ନାହିଁ ତାହା ତର୍ଜମା କରିବାର ବିଷୟ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.