ETV Bharat / city

ଫୋକସରେ ଶିଶୁ: ଆରମ୍ଭ ହେଲା ଶିଶୁରୋଗ ବିଶେଷଜ୍ଞଙ୍କ ତାଲିମ କାର୍ଯ୍ୟକ୍ରମ

author img

By

Published : Jul 2, 2021, 10:31 PM IST

Updated : Jul 2, 2021, 10:46 PM IST

ତୃତୀୟ ଲହର ଆସିବା ପୂର୍ବରୁ ରାଜ୍ୟରେ ଶିଶୁମାନଙ୍କର ଚିକିତ୍ସା, ଯନ୍ତ୍ରପାତି ଏବଂ ଔଷଧ ସମେତ ଭିତ୍ତିଭୂମିକୁ ବିକଶିତ କରିବା ଲାଗି ସରକାର ପଦକ୍ଷେପ ନେବା ରାଜ୍ୟବାସୀ ମିଳିତ ଭାବେ ସହଯୋଗ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଫୋକସରେ ଶିଶୁ: ଆରମ୍ଭ ହେଲା ଶିଶୁରୋଗ ବିଶେଷଜ୍ଞଙ୍କ ତାଲିମ କାର୍ଯ୍ୟକ୍ରମ
ଫୋକସରେ ଶିଶୁ: ଆରମ୍ଭ ହେଲା ଶିଶୁରୋଗ ବିଶେଷଜ୍ଞଙ୍କ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ବର: ‘ପ୍ରତ୍ୟେକ ଜୀବନ ଆମପାଇଁ ମୂଲ୍ୟବାନ’ । ଏହି ମୌଳିକ ନୀତି ଅନୁସରଣ କରି ଶିଶୁମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ହେବ । ରାଜ୍ୟ ସରକାର ଏନେଇ ସମସ୍ତ ସମ୍ବଳ ବ୍ୟବସ୍ଥା କରିବେ । ଶିଶୁରୋଗ ବିଶେଷଜ୍ଞଙ୍କ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଆଜି (ଶୁକ୍ରବାର) ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡର ଦ୍ୱିତୀୟ ଲହର ସମୟରେ ମୂଲ୍ୟବାନ ଜୀବନ ବଞ୍ଚାଇଥିବାରୁ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତୃତୀୟ ଲହର ଆସିବା ନେଇ ସମ୍ଭାବ୍ୟ ସୂଚନା ସାମ୍ନାକୁ ଆସୁଛି । ତେଣୁ ଆମକୁ ଅତ୍ୟଧିକ ସତର୍କ ରହିବାକୁ ପଡିବ । ଏହା ପିଲାମାନଙ୍କ ଉପରେ ପ୍ରଭାବ ପକାଇବାର ସମ୍ଭାବନା ଅଧିକ ଥିବାରୁ ଆହୁରି ସତର୍କତା ଅବଲମ୍ବନ କରିବାକୁ ପଡିବ । ଶିଶୁ ଚିକିତ୍ସା ପାଇଁ ଯନ୍ତ୍ରପାତି ଏବଂ ଔଷଧ ସମେତ ଭିତ୍ତିଭୂମି ବିକଶିତ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି । ଏହାର ଏକ କାର୍ଯ୍ୟ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ଶିଶୁମାନଙ୍କର ଚିକିତ୍ସା କ୍ଷମତା ନିଶ୍ଚିତ କରିବା ପାଇଁ ଡାକ୍ତରଙ୍କ ପ୍ରଶିକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ପରିସ୍ଥିତିର ମୁକାବିଲା ଲାଗି ଆମକୁ ଆଗୁଆ ପ୍ରସ୍ତୁତ ହେବା ଆବଶ୍ୟକ । ଏହା ଆମ ପାଇଁ ପ୍ରକୃତରେ ବଡ଼ ଆହ୍ୱାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମ୍ଭାବ୍ୟ ତୃତୀୟ ଲହର ଉପରେ ନଜର ରଖି ରାଜ୍ୟ ସରକାର ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଏବଂ ନର୍ସିଂ ଅଫିସରଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ସମ୍ମୁଖ କର୍ମଚାରୀଙ୍କ ପାଇଁ କୋଭିଡ୍ ଟ୍ରେନିଂ କ୍ୟାପସୁଲ୍, ସଚେତନତା ଭିଡିଓ ଏବଂ ପକେଟ୍ ବୁକ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଲଞ୍ଚ କରିଛନ୍ତି ।ସମଗ୍ର ବିଶ୍ୱରେ କୋଭିଡ୍ ମହାମାରୀର ପ୍ରଭାବ ଭୟଙ୍କର ହୋଇଛି । କୋଭିଡ ସଂକ୍ରମଣର ଏକାଧିକ ଲହର ଦ୍ୱାରା ଅନେକ ଦେଶ ପ୍ରଭାବିତ ହୋଇଛନ୍ତି । କୋଭିଡ ସଂକ୍ରମଣର ଦୁଇଟି ଲହର ଦ୍ୱାରା ଭାରତ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ଓଡିଶା ଏକ ବର୍ଷରୁ ଅଧିକ ସମୟ ଧରି ସତର୍କ ରହିଛି । ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ସକ୍ରିୟ ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।ଲୋକମାନଙ୍କୁ ମାଗଣା ଗୁଣାତ୍ମକ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ବେସରକାରୀ କୋଭିଡ ଡାକ୍ତରଖାନାର ଏକ ବୃହତ ନେଟୱାର୍କ ପ୍ରତିଷ୍ଠା କରାଯାଇଛି । କୋଭିଡ ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସଂକ୍ରମଣ ହାର ବର୍ତ୍ତମାନ ହ୍ରାସ ପାଇଛି । ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ, NHM, SCB ମେଡିକାଲ କଲେଜ, ୟୁନିସେଫ, ୟୁଏନଏଫପିଏ, WHO, IIPH ମିଳିତ ଭାବେ ରାଜ୍ୟରେ କାର୍ଯ୍ୟ କରୁଛନ୍ତି । କୋଭିଡ ବିରୋଧୀ ଲଢେଇରେ ଅଗ୍ରଣୀ ଭୂମିକା ପାଇଁ ଡାକ୍ତର, ନର୍ସ ଏବଂ ଫ୍ରଣ୍ଟଲାଇନ ୱାର୍କଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ମହାମାରୀ ବିରୋଧରେ ଲଢେଇରେ ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ମିଳିତ ଭାବେ ଲଢେଇ କରି ଆମେ ଏହି ସଙ୍କଟରୁ ମୁକ୍ତ ହୋଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ଯୋଗାଇବାରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏବେ ଏହି ତାଲିମ କାର୍ଯ୍ୟକ୍ରମ ଡାକ୍ତର ଏବଂ ପାରାମେଡିକ୍ସ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । 5T ମଡ୍ୟୁଲ୍ ଅନ୍ତର୍ଗତ ଟେକ୍ନୋଲୋଜି ଏବଂ ଟିମ୍ ୱାର୍କ ଉପରେ ଧ୍ୟାନ ଦେଇ ଏହି ଟ୍ରେନିଂ ମଡେଲ ଡିଜାଇନ୍ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର 3 ଜଣ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡର ଡାକ୍ତର ସାଗର ଦଳେଇ, ଗଞ୍ଜାମର ଡାକ୍ତର ଶରତ ଚନ୍ଦ୍ର ସାମଲ ଏବଂ କଟକର ଡାକ୍ତର ଉଦୟ ଜ୍ୟୋତି ମଲ୍ଲିକଙ୍କ ସହିତ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ହୋଇଛନ୍ତି । କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ତାଲିମର ଉପକାରିତା ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା (5T) ସଚିବ ଭି.କେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବାବେଳେ MD, IPICOL ଭୁପିନ୍ଦର ପୁନିଆ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 2, 2021, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.