ETV Bharat / city

ବ୍ୟାଗ ଭିତରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ପିଲାଚୋର ଭାବି ବାପାକୁ ପିଟିଲେ ଲୋକେ

ରାଜଧାନୀରେ ଅଭାବନୀୟ ଘଟଣା । ବ୍ୟାଗରୁ ମିଳିଲା ଶିଶୁକନ୍ୟାର ମୃତଦେହ । ପିଲା ଚୋର ଭାବି ବାପାଙ୍କୁ ମାଡ଼ ମାରିଲେ ସ୍ଥାନୀୟ ଲୋକେ । ଥରେ ଭଲ କରି ଦେଖନ୍ତୁ ଆଉ ଶୁଣନ୍ତୁ ନିଜର ସାତ ମାସର କନ୍ୟା ସନ୍ତାନକୁ ହରାଇ ଥିବା ଅଭାବୀ ଦିନ ମଜୁରିଆ ବାପାର ଆକୁଳ ନିବେଦନକୁ । ଅଧିକ ପଢ଼ନ୍ତୁ

child dead body rescue from carry bag in bhubaneswar
ବ୍ୟାଗ ଭିତରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର
author img

By

Published : Aug 29, 2022, 4:44 PM IST

Updated : Aug 29, 2022, 6:06 PM IST

ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା । ନିଜର ସାତମାସର ଶିଶୁ କନ୍ୟା ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଅଭାବୀ ବାପା ଶିଶୁ କନ୍ୟାକୁ ଏକ ବ୍ୟାଗରେ ଧରି ଆଇଁଗିଣିଆକୁ ନେଉଥିଲା । ଘରକୁ ନେବା ପରେ ସଂସ୍କାର କରିବା ପାଇଁ ଶିଶୁ କନ୍ୟାର ମୃତଦେହକୁ ନେଉଥିଲା ବାପା । ହେଲେ ଖଣ୍ଡଗିରି ଛକ ନିକଟରେ ବ୍ୟାଗରୁ ଗଳି ପଡିଥିଲା ମୃତଦେହ । ଛୋଟ ଶିଶୁର ମୃତଦେହ ପଡିବା କ୍ଷଣି ତା ନିକଟରେ ରୁଣ୍ଡ ହୋଇ ଯାଇଥିଲେ ସ୍ଥାନୀୟ ଲୋକେ । ଏହାପରେ କିଛି ନବୁଝି କିଛି ନଶୁଣି ନିର୍ଦ୍ଧୁମ ଛେଚିଲେ ବାପାକୁ ।

ବ୍ୟାଗ ଭିତରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ବ୍ୟକ୍ତି ଜଣକ କାନ ଧରି ନେହୁରା ହୋଇ କହୁଥିଲେ ମଧ୍ୟ କେହି ଶୁଣିବାକୁ ଯେମିତି ପ୍ରସ୍ତୁତ ନଥିଲେ । ଦୁଃଖ ଉପରେ ନଳିତା ବିଡ଼ା ପରି ନିଜର ସାତମାସର କନ୍ଯା ସନ୍ତାନକୁ ହରାଇ ଥିବା ଅଭାବୀ ଦିନ ମଜୁରୀଆ ବାପାକୁ ଦେଖଣାହାରୀ ମାରଣାନ୍ତକ ମାଡ ମାରିଥିଲେ । ଏହା ଆଉ କେଉଁଠି ନୁହେଁ ଖୋଦ ରାଜଧାନୀର ରାଜ ରାସ୍ତାରେ ଜଣେ ଅସହାୟ ବାପାକୁ ତାର ଛୋଟ ପୁଅ ଓ ପତ୍ନୀ ଉପସ୍ଥିତିରେ ମାଡ ହୋଇଛି । ଲୋକେ କିଛି ନବୁଝି ନଶୁଣି ଏପରିକି ମାତ୍ର ଶହେ ହାତ ଦୂରରେ ଥିବା ଖଣ୍ଡଗିରି ଥାନାକୁ ନଜଣାଇ ଆଇନକୁ ହାତକୁ ନେଇଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, କମିଶନରେଟ ପୋଲିସ ସବୁ ଜାଣି ସବୁ ଦେଖି ଆଇନକୁ ହାତକୁ ନେଇଥିବା ଲୋକଙ୍କୁ ଛାଡି ଦେଲା । ଚାହିଁଥିଲେ କମିଶନରେଟର ସ୍ମାର୍ଟ ପୋଲିସ ଖଣ୍ଡଗିରି ଛକରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଧରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା । ହେଲେ ତାହା ହେଲା ନାହିଁ । ଥରେ ଭଲ କରି ଦେଖନ୍ତୁ ଆଉ ଶୁଣନ୍ତୁ ନିଜର ସାତ ମାସର କନ୍ୟା ସନ୍ତାନକୁ ହରାଇ ଥିବା ଅଭାବୀ ଦିନ ମଜୁରିଆ ବାପାର ଆକୁଳ ନିବେଦନକୁ ।

ଏହା ମଧ୍ୟ ପଢ଼ନ୍ତୁ: OTET ପରୀକ୍ଷା ପୂର୍ବରୁ ଉତ୍ତର ପେପର ଭାଇରାଲ୍

ସୂଚନା ମୂତାବକ, ଗଞ୍ଜାମ ପାଟପୁରର ନୀଳମଣି ସାହୁ ଯେକି ଆଇଗେଣିଆର ଏକ ବସ୍ତିରେ ରୁହନ୍ତି । ନିଜର ୭ ମାସର ଛୁଆକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏହାପରେ ନୀଳମଣି ଏବଂ ତାଙ୍କ ପତ୍ନୀ ଏକ ବ୍ୟାଗ ଯୋଗେ ଶିଶୁର ମୃତଦେହ ନେଇ ଯାଉଥିବା ସମୟରେ ଅଧାରାସ୍ତାରେ ଖଣ୍ଡଗିରି ଛକ ନିକଟରେ ମୃତଦେହ ଗଳିପଡ଼ିଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇ ପିଲା ଚୋର ଭାବି ନିର୍ଦ୍ଧୁମ ମାଡ଼ ମାରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଡାକ୍ତରଙ୍କ ରିପୋର୍ଟ ଦେଖିବା ପରେ ଅନ୍ତିମ ସଂସ୍କାର ପାଇଁ ପଠାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 29, 2022, 6:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.