ETV Bharat / city

ଆଉ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

author img

By

Published : Aug 24, 2022, 2:11 PM IST

ପୁଣି ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ 6 ମାସ ବୃଦ୍ଧିକୁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଆଉ ୬ମାସ ବଢିଲା ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ଯାହା ଆକଳନ କରାଯାଉଥିଲା, ତାହା ସହ ହେଲା । ପୁଣି ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ 6 ମାସ ବୃଦ୍ଧିକୁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର । ଦ୍ଵିତୀୟ ଥର ଲାଗି ସୁରେଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।

ଚଳିତ ବର୍ଷ ଫେବ୍ରୁଆରୀରେ ରାଜ୍ୟ ମୁଖ୍ୟ ସଚିବ ତଥା ୧୯୮୬ ବ୍ୟାଚ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅବସର ଧାର୍ଯ୍ୟ ହୋଇଥିଲା । ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସୁରେଶଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ପୂର୍ବରୁ କାର୍ଯ୍ୟକାଳ 6 ମାସ ବୃଦ୍ଧି କରାଯାଇ ଅଗଷ୍ଟ 31 ଅବସର ଧାର୍ଯ୍ୟ କରାଯାଇଥିଲା । ତେବେ ପୁନର୍ବାର 10 ଅଗଷ୍ଟରେ ଚିଠି ଲେଖି ସୁରେଶଙ୍କ କାର୍ଯ୍ୟକାଳ ପୁନର୍ବାର ବୃଦ୍ଧି କରିବାକୁ ଅନୁରୋଧ କରିଥିଲା ରାଜ୍ୟ ସରକାର । ଯାହାକୁ କେନ୍ଦ୍ର ଗ୍ରହଣ କରିଛି । ୨୦୨୩ ଫେବୃଆରୀ ୨୮ ଯାଏଁ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି ।

ଏହା ବି ପଢନ୍ତୁ...20 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଏନେଇ କେନ୍ଦ୍ର ସରକାର ଚିଠି ଲେଖି ସୂଚନା ଦେଇଛନ୍ତି । ଦୁଇ ଥର ଅବସର ଅବଧି ବୃଦ୍ଧି ହେବା ରାଜ୍ୟ ଇତିହାସରେ ପ୍ରଥମ ଘଟଣା । ଅନ୍ୟପଟେ ନୂଆ ପ୍ରଶାସନିକ ମୁଖ୍ୟ ଚୟନ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଚର୍ଚ୍ଚା ହେଉଛି । ଏହାପୂର୍ବରୁ ଏହି ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ୨୦୨୨ ଫେବୃଆରୀ ୨୮ରେ ସରିବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ଅର୍ଥାତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.