ETV Bharat / city

ନବରଙ୍ଗପୁରରେ ମୁଖ୍ୟ ଶାସନ ସଚିବ, କୋଭିଡ ସ୍ଥିତିର କଲେ ସମୀକ୍ଷା

author img

By

Published : May 31, 2021, 10:34 PM IST

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲାରେ କୋଭିଡ ପରିଚାଳନା ନେଇ କଲେ ସମୀକ୍ଷା । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ମୁଖ୍ୟ ଶାସନ ସଚିବ, କୋଭିଡ ସ୍ଥିତିର କଲେ ସମୀକ୍ଷା
ନବରଙ୍ଗପୁରରେ ମୁଖ୍ୟ ଶାସନ ସଚିବ, କୋଭିଡ ସ୍ଥିତିର କଲେ ସମୀକ୍ଷା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କରେ କ୍ଷେତ୍ର ସ୍ତରୀୟ ସମୀକ୍ଷା କରିଥିଲେ। ମୁଖ୍ୟ ଶାସନ ସଚିବ ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ବାସ୍ତବ ସ୍ଥିତିର ଅନୁଧ୍ୟାନ କରିଥିଲେ ।

ଜିଲ୍ଲାପାଳ ମିଶ୍ର କୋଭିଡ୍ ପରିଚାଳନା ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ମହାପାତ୍ର ଜିଲ୍ଲାକୁ ଯୋଗାଇ ଦିଆଯାଇଥିବା ନୂଆ ଆର ଟି.ପି.ସି.ଆର୍ ମେସିନ ଚଳିତ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମେସିନ ଦ୍ବାରା ଦୈନିକ ପ୍ରାୟ ୬୦୦ ନମୁନା ପରୀକ୍ଷା ହୋଇପାରିବ ଏବଂ ନବରଙ୍ଗପୁର ଜିଲ୍ଲାବାସୀଙ୍କ ନମୁନା ପରୀକ୍ଷା ନିମନ୍ତେ ବାହାରକୁ ପଠାଇବାର ଆବଶ୍ୟକତା ପଡ଼ିବ ନାହିଁ । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା ଏବଂ ନିର୍ମାଣଧୀନ ଥିବା ୨୦୦ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ୍ ଆଗ୍ରହ ବିଷୟରେ ବୈଠକରେ ସମୀକ୍ଷା ହୋଇଥିଲା। କାର୍ଯ୍ୟାନ୍ଵୟନ ତ୍ବରାନ୍ବିତ କରି ଆସନ୍ତା 3ରୁ 4ମାସ ମଧ୍ୟରେ ଉଭୟ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଆରକ୍ଷୀ ଅଧ୍ୟକ୍ଷକ ପ୍ରହଲ୍ଲାଦ ସାଇ ମିନା, ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶୋଭାରାଣୀ ମିଶ୍ର, ଉପ ଜିଲ୍ଲାପାଳ ଭାସ୍କର ରଇତ ପ୍ରମୁଖ ଯୋଗଦେଇଥିଲେ । ପରେ ପରେ ମୁଖ୍ୟ ଶାସନ ସଚିବ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲା କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରିଥିଲେ। ସେଠାରେ ଉପଲବ୍ଧ ଥିବା ହସ୍ପିଟାଲ ବେଡ୍, ଆଇ.ସି.ୟୁ, ଭେନ୍‌ଟିଲିଟର୍‌, ଅମ୍ଳଜାନ , ଚିକିତ୍ସା ସହାୟକ ଓ ଅନ୍ୟାନ୍ୟ ଚିକିତ୍ସା ବିଷୟ ନିରୀକ୍ଷଣ କରିଥିଲେ। ଏହି ସମୟରେ ସେ ରୋଗୀମାନଙ୍କ ସମ୍ପର୍କୀୟଙ୍କ ସହ ସିଧାସଳଖ ଆଲୋଚନା ମଧ୍ୟ କରିଥିଲେ। ହସ୍ପିଟାଲରେ ମିଳୁଥିବା ସୁବିଧା ଓ ଚିକିତ୍ସା ବିଷୟରେ ରୋଗୀମାନଙ୍କର ସମ୍ପର୍କୀୟ ଏବଂ ସ୍ଥାନୀୟ ଜନସାଧାରଣ ସନ୍ତୋଷ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜାରି କରାଯାଇଥିବା ଲକଡାଉନ୍ ଓ କୋଭିଡ୍ କଟକଣାର ସଠିକ୍ ପ୍ରବର୍ତ୍ତନ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ହାର କମିଛି । ଇତି ମଧ୍ୟରେ କୋଭିଡ ନମୁନା ପରୀକ୍ଷା ଓ ପଜିଟିଭ କେସ୍‌ର ଅନୁପାତ ଶତକଡ଼ା ୨୦ ରୁ ଶତକଡ଼ା ୧୩ କୁ ହ୍ରାସ ପାଇଛି ଦୈନିକ ସଂକ୍ରମଣ ମଧ୍ୟ ନିମ୍ନଗାମୀ ହୋଇଥିବା ସମୀକ୍ଷା ପରେ ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ।

ଆସନ୍ତା ଦିନମାନଙ୍କରେ କୋଭିଡ଼ ସଂକ୍ରମଣ ହାର ଆହୁରି ଅଧିକ କମିବ ବୋଲି ମୁଖ୍ୟ ଶାସନ ସଚିବ ଆଶା ପ୍ରକାଶ କରିଥିଲେ । ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି ଏବଂ ଏହାକୁ ଆହୁରି କମାଇବା ପାଇଁ ସମସ୍ତ କୋଭିଡ୍ ନିୟମର କଡାକଡି ଅନୁପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.