ETV Bharat / city

ଭାରତୀୟ ମହିଳା ହକି ଦଳ ପାଇଁ ଆମେ ଗର୍ବିତ: ମୁଖ୍ୟମନ୍ତ୍ରୀ - ଭାରତୀୟ ମହିଳା ହକି ଦଳ ଅପଡେଟ୍

ସେମିଫାଇନାଲ ମ୍ୟାଚରେ ପରାଜିତ ହେବାପରେ ଭାରତୀୟ ମହିଳା ଦଳ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ଅଲମ୍ପିକ୍ ଗେମ୍ସ ହକି ଇଭେଣ୍ଟର ସେମିଫାଇନାଲ ମ୍ୟାଚରେ ଶକ୍ତଶାଳୀ ଆର୍ଜେଣ୍ଟିନାଠାରୁ ଭାରତୀୟ ଦଳର ୨-୧ ଗୋଲରେ ପରାଜିତ ହୋଇଛି । ଅଧିକ ପଢ଼ନ୍ତୁ...

chief minister naveen pattnaik talked to indian women hockey team after lost semifinal match in tokyo olympics
ଭାରତୀୟ ମହିଳା ହକି ଦଳ ପାଇଁ ଆମେ ଗର୍ବିତ: ମୁଖ୍ୟମନ୍ତ୍ରୀ
author img

By

Published : Aug 4, 2021, 7:49 PM IST

ଭୁବନେଶ୍ବର: ସେମିଫାଇନାଲ ମ୍ୟାଚରେ ପରାଜିତ ହେବାପରେ ଭାରତୀୟ ମହିଳା ଦଳ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ଅଲମ୍ପିକ୍ ଗେମ୍ସ ହକି ଇଭେଣ୍ଟର ସେମିଫାଇନାଲ ମ୍ୟାଚରେ ଶକ୍ତଶାଳୀ ଆର୍ଜେଣ୍ଟିନାଠାରୁ ଭାରତୀୟ ଦଳର ୨-୧ ଗୋଲରେ ପରାଜିତ ହୋଇଛି । ଫଳରେ ଦଳର ପ୍ରଥମ ଥର ପାଇଁ ଫାଇନାଲ ଖେଳିବା ଆଶା ମଉଳି ଯାଇଛି ।

  • Proud of you girls 👏

    Congratulations Indian Women Hockey Team for putting up a brave fight and playing your hearts out in the semi-final match at #Tokyo2020. Your performances have been inspirational and wish all the very best for future. #Cheer4India

    — Naveen Patnaik (@Naveen_Odisha) August 4, 2021 " class="align-text-top noRightClick twitterSection" data=" ">

ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ଦଳର ମନୋବଳ ବଢ଼ାଇବାକୁ ଚେଷ୍ଟା କରିଛନ୍ତି । ଏହାକୁ ନେଇ ସେ ଟ୍ବିଟ୍ କରି କହିଛନ୍ତି ଯେ, "ତୁମମାନଙ୍କ ପାଇଁ ଆମେ ଗର୍ବିତ । ଟୋକିଓ ଅଲମ୍ପିକ୍ ଗେମ୍ସ ସେମିଫାଇନାଲ ମ୍ୟାଚରେ ସାହାସିକତାର ସହ ମ୍ୟାଚରେ ସଂଘର୍ଷ କରିଥିବାରୁ ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା । ଆପଣମାନଙ୍କ ପ୍ରଦର୍ଶନ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ।"

ସେପଟେ ଭାରତୀୟ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦଳ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଗର୍ବିତ ଥିବା କଥା କହିଛନ୍ତି । ସେମିଫାଇନାଲ ମ୍ୟାଚ ହାରିବା ପରେ ବର୍ତ୍ତମାନ କାଂସ୍ୟ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ ଲଢ଼େଇ କରିବ ଭାରତୀୟ ଦଳ ।

ପ୍ରଥମ ଥର ପାଇଁ ସେମିଫାଇନାଲ ମ୍ୟାଚରେ ପହଞ୍ଚି ପାରିଥିଲା ଭାରତୀୟ ଦଳ । ସେମିଫାଇନାଲ ମ୍ୟାଚରେ ପରାଜୟ ପରେ କୋଟିକୋଟି ଦେଶବାସୀଙ୍କ ହକିରେ ସ୍ବର୍ଣ୍ଣ ପଦକ ହାସଲ କରିବା ସ୍ବପ୍ନ ଭାଙ୍ଗି ଯାଇଛି । ଏବେବି ଦଳ କାଂସ୍ୟ ପଦକ ହାସଲ କରିବା ନେଇ ଆଶାବାଦୀ ଅଛନ୍ତି କ୍ରୀଡ଼ାପ୍ରେମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.