ଭୁବନେଶ୍ବର: ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଯୋଗୁଁ ପରୀକ୍ଷା ଓ ପାଠପଢା ସମ୍ପର୍କିତ ସମସ୍ୟା ନେଇ ଅବଗତ କଲେ ନବୀନ । ପରୀକ୍ଷା ତାରିଖ ଧାର୍ଯ୍ୟ କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । କାରଣ ଜାତୀୟ ସ୍ତରର ଏଣ୍ଟ୍ରାନ୍ସ ସହିତ ଏହି ବୋର୍ଡ ପରୀକ୍ଷାର ଲିଙ୍କ ରହୁଥିବାରୁ ଏକ ସ୍ପଷ୍ଟ ସୂଚନା ଦେବାକୁ ସେ କହିଛନ୍ତି । ଏହା ଦ୍ବାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ବନ୍ଦ ମଧ୍ୟ ଦୂର ହୋଇପାରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ