ETV Bharat / city

Naveen To Visit New Delhi: 5 ଦିନିଆ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, 2 ମାସରେ 3 ଥର

author img

By

Published : Aug 22, 2022, 9:58 PM IST

ଚଳିତମାସ 31 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Chief Minister Naveen Patnaik ) 5 ଦିନିଆ ଦିଲ୍ଲୀ ଗସ୍ତରେ (five day visit to New Delhi) ଯିବେ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଚଳିତମାସ 31 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik ) 5 ଦିନିଆ ଦିଲ୍ଲୀ ଗସ୍ତରେ (five day visit to New Delhi) ଯିବେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ଗତ ଦୁଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଥର ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆସନ୍ତା 31 ତାରିଖରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ଅଗଷ୍ଟ 4 ତାରିଖରେ ମୁଖ୍ୟମନ୍ତ୍ରୀ ଓଡିଶା ଫେରିବେ । ଏହି 5 ଦିନିଆ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହା ସହିତ ଓଡିଶା ଭବନରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସମୀକ୍ଷା କରିବେ ନବୀନ ।

ଗତ 2 ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ଏହା ତୃତୀୟ ଦିଲ୍ଲୀ ଗସ୍ତ । ଚଳିତ ଅଗଷ୍ଟ 6 ତାରିଖରେ 3 ଦିନିଆ ଦିଲ୍ଲୀ ଗସ୍ତରେ ଯାଇ 8 ରେ ରାଜ୍ୟକୁ ଫେରିଥିଲେ । ଏହା ପୂର୍ବରୁ ଜୁଲାଇ 25 ରେ 4 ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ନବୀନ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.