ETV Bharat / city

School Transformation Programme: ଆଜି 532 ସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହେବ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । 5 ଜିଲ୍ଲାର 532ଟି ସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

author img

By

Published : Jun 1, 2022, 10:01 AM IST

ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ;532 ସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । 5ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ 5 ଜିଲ୍ଲାର 532ଟି ସ୍କୁଲକୁ ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ସାଢେ 5ଟାରେ ଏହାର ଲୋକାର୍ପଣ କରିବେ । ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ 339ଟି ହାଇସ୍କୁଲ ଲୋକାର୍ପଣ ହେବ ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାର 41ଟି, ବୌଦ୍ଧ ଜିଲ୍ଲାର 24, ମାଲକାନଗିରି ଜିଲ୍ଲାର 47 ଓ ଖୋର୍ଦ୍ଧା ଜିଲ୍ଲାର 81ଟି ହାଇସ୍କୁଲ ଲୋକାର୍ପଣ ହେବ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରୀ, ମୟୂରଭଞ୍ଜ ଜିଲ୍ଲାର ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଭିନ୍ନ ଜିଲ୍ଲାରେ ବିଧାୟକ ଓ ଜିଲ୍ଲାପାଳ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ପରିଚାଳନା କରିବାକୁ ଥିବାବେଳେ ମୁଖ୍ୟ ଶାସନ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.