ଭୁବନେଶ୍ବର: ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିବା ପ୍ରସଙ୍ଗରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କଡା ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ନାକୁ ଆସି ଓଡିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଏଭଳି ମନ୍ତବ୍ୟ କଦର୍ଯ୍ୟ ମାନସିକତା ଓ ଚାଟୁକାରିତାର ପ୍ରତୀକ । ଓଡିଶାବାସୀଙ୍କ ପାଇଁ ଏହା ଅପମାନ । ଯେମିତି ଚାଣକ୍ୟଙ୍କର ବାଣୀ ଅଛି ଅତି ଗର୍ବେ ହତ ଲଙ୍କା । ବିଜେଡ଼ି ସେମିତି ଅହଂକାରର ଶୀର୍ଷରେ ପହଞ୍ଚିଲାଣି । ପ୍ରଭୁ ଜଗନ୍ନାଥଙ୍କ ବିକଳ୍ପ ଭାବେ ନବୀନ ପଟ୍ଟନାୟକଙ୍କୁ ଯଦି ବିଜେଡ଼ି ନେତା ମାନେ ଦେଖୁଛନ୍ତି ତେବେ ଏହାଠାରୁ ବଡ଼ ଦୁର୍ଭାଗ୍ୟଜନକ କଥା କିଛି ନାହିଁ । ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଏକଥା ଆଘାତ ଦେବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।
ଏକଥା ଆମ ସମସ୍ତଙ୍କ ପାଇଁ ଅପମାନ । ଓଡ଼ିଆ ଜାତି ପାଇଁ ଏହା ଠାରୁ ବଡ଼ ବର୍ବରୋଚିତ ଅପମାନ କିଛି ନହୋଇପାରେ ବୋଲି କିହଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।
ଇଟିଭି ଭାରତ, ଭୁବନେଶ୍ବର