ETV Bharat / city

କୋଭିଡ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କହିଲେ ଉତ୍ସାହିତ ହୁଅନି, ସତର୍କ ରୁହ

author img

By

Published : Oct 21, 2020, 8:13 PM IST

Updated : Oct 21, 2020, 9:20 PM IST

ରାଜ୍ୟରେ କୋରୋନା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋରୋନା ଟେଷ୍ଟିଂ 40 ଲକ୍ଷ ଓ ଆରୋଗ୍ୟ ଅଢେଇ ଲକ୍ଷରେ ପହଞ୍ଚିଥିଲେ ବି ଆତ୍ମସନ୍ତୋଷର ସ୍ଥାନ ନାହିଁ, ଏଣୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ..

କୋଭିଡ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : କହିଲେ ଉତ୍ସାହିତ ହୁଅନି, ସତର୍କ ରୁହ

ଭୁବନେଶ୍ବର: ବୁଧବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କି ରାଜ୍ୟର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧାଙ୍କ କଠିନ ପରିଶ୍ରମ ଯୋଗୁଁ ଏବଂ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ କାରଣରୁ ରାଜ୍ୟରେ କ୍ରମାଗତ ଭାବେ ନୂଆ ସଂକ୍ରମଣ କମୁଛି ।

କୋଭିଡ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କହିଲେ ଉତ୍ସାହିତ ହୁଅନି, ସତର୍କ ରୁହ
କୋଭିଡ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କହିଲେ ଉତ୍ସାହିତ ହୁଅନି, ସତର୍କ ରୁହ

ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହୋଇଛି ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଛି । ତଥାପି ଆତ୍ମସନ୍ତୋଷର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି । ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ହେବା ସହିତ ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କୋଭିଡ ସଂପର୍କରେ ଜନସଚେତନତା ପାଇଁ ବ୍ୟାପକ ସୂଚନା ଅଭିଯାନ ଜାରି ରଖିବା ସହିତ କୌଣସି କ୍ଷେତ୍ରରେ ସାମାନ୍ୟ ଅବହେଳା ନ କରିବାକୁ ସେ ସତର୍କ କରିଦେଇଛନ୍ତି ।

ଏହି ଅବସରରେ Co-Morbidity ଥିବା ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକ୍ରମ ଯେପରି ଅବିରତ ଭାବେ ଜାରି ରହିବ, ସେଥିପ୍ରତି ଧ୍ୟାନ ଦିଆଯାଉ । ଶିଳ୍ପ ସଂସ୍ଥା ଗୁଡିକ ନିର୍ବିଘ୍ନରେ ଯେପରି ସେମାନଙ୍କ ଉତ୍ପାଦନ ଜାରି ରଖିବେ, ପୁଞ୍ଜି ବିନିଯୋଗ କାର୍ଯ୍ୟକାରୀ ହେବ । ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ଓ ସେମାନଙ୍କ ପରିବାରକୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି । ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣରେ ହ୍ରାସ ଘଟୁଥିବା ସତ୍ତ୍ବେ ପ୍ରଶାସନ ସଂପୂର୍ଣ୍ଣ ସତର୍କ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଦଶହରା ଓ ଦୀପାବଳୀ ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଉଥବା ଦର୍ଶାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୫ଟି ଜିଲ୍ଲା – ଖୋର୍ଦ୍ଧା, କଟକ, ସୁନ୍ଦରଗଡ, ମୟୂରଭଞ୍ଜ ଓ ଅନୁଗୋଳରେ ସକ୍ରିୟ ରୋଗୀ ସଂଖ୍ୟା ଏକ ହଜାରରୁ ଅଧିକ ଥିବାବେଳେ ଅନ୍ୟ ଜିଲ୍ଲାମାନଙ୍କରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ପାଇଛି ବୋଲି ମହାପାତ୍ର ସୂଚାଇଛନ୍ତି ।

ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ହାର ୦.୭୧ ପ୍ରତିଶତକୁ ହ୍ରାସ ଘଟିଥିବାବେଳେ ଆରୋଗ୍ୟ ହାର ୯୩ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାର ଠାରୁ ଅଧିକ ଅଟେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ RT-PCR Test Report ଚବିଶ ଘଣ୍ଟା ମଧ୍ୟରେ ଦିଆଯାଉଛି ବୋଲି ମହାପାତ୍ର କହିଛନ୍ତି । ରାଜ୍ୟରେ ସଂକ୍ରମଣ ହାରରେ ହ୍ରାସ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ଓ ସେମାନେ ଏଥିପାଇଁ ଅଧିକ ପରିଶ୍ରମ କରି ରୋଗୀସେବା ଜାରି ରଖିଛନ୍ତି ବୋଲି ସେ କହିଛନ୍ତି । ଯେହେତୁ ପଜେଟିଭ ହାର କମିଛି, ଲୋକମାନେ ଟେଷ୍ଟିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ତେଣୁ ଲକ୍ଷଣ ଥିବା ରୋଗୀମାନେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ବୈଠକରେ ଅନୁରୋଧ କରାଯାଇଛି । ଅଗଷ୍ଟ ୧୮ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ହଜାର ତଳେ ଅଛି । ବର୍ତ୍ତମାନ ଏହା ୧୮୦୫୦ରେ ଅଛି । ୧୫,୫୧୫ ରୋଗୀ ବର୍ତ୍ତମାନ ଗୃହ ସଂଗରୋଧରେ ଅଛନ୍ତି ବୋଲି ବୈଠକରୁ ଜଣାଯାଇଛି ।

ପୂଜା ସମୟରେ କୋଭିଡ କଟକଣା ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେ, ପାର୍ବଣ ଋତୁକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ଏସପିଙ୍କ ସହିତ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରାଯାଇଛି । ଅଧିକ ପୋଲିସ ମୁତୟନ ପାଇଁ ବନ୍ଦୋବସ୍ତ କରାଯିବା ସହ ସମ୍ବେଦନଶୀଳ ଜିଲ୍ଲା ଗୁଡିକ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି ସେ କହିଛନ୍ତି । ବିଭିନ୍ନ ସହରର ସ୍ଥାନୀୟ ପୂଜା କମିଟି ଗୁଡିକୁ ସଚେତନ କରାଯାଇଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ଆଲୋଚନାରୁ ଜଣାଯାଇଛି ଯେ ଭୁବନେଶ୍ବରରେ ସେରୋ ସର୍ଭେ ଶେଷ ହୋଇଥିବା ବେଳେ ଦଶହରା ପରେ କଟକ ଓ ପୁରୀରେ ସର୍ଭେ ଆରମ୍ଭ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ସଂଚାଳନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 21, 2020, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.