ETV Bharat / city

Mamita Murder Case: ବିଧାନସଭାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ - ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ଜାରି ରହିଛି ବିଧାନସଭାରେ ଅଚଳାବସ୍ଥା । ବିରୋଧୀଙ୍କ ଦାବି ସରକାରଙ୍କ ଜିଦ ଆଗରେ ଅଚଳ ହୋଇପଡୁଛି ବିଧାନସଭା । ପ୍ରଶ୍ନକାଳ, ଶୁନ୍ୟକାଳ ସମେତ କୌଣସି କାର୍ଯ୍ୟକ୍ରମ ହୋଇପାରୁ ନାହିଁ ।

Chief Ministe
Chief Ministe
author img

By

Published : Dec 3, 2021, 4:41 PM IST

Updated : Dec 3, 2021, 10:09 PM IST

ଭୁବନେଶ୍ବର: ଭୁବନେଶ୍ବର: ଜାରି ରହିଛି ବିଧାନସଭାରେ ଅଚଳାବସ୍ଥା । ବିରୋଧୀଙ୍କ ଦାବି ସରକାରଙ୍କ ଜିଦ ଆଗରେ ଅଚଳ ହୋଇପଡୁଛି ବିଧାନସଭା । ପ୍ରଶ୍ନକାଳ, ଶୁନ୍ୟକାଳ ସମେତ କୌଣସି କାର୍ଯ୍ୟକ୍ରମ ହୋଇପାରୁ ନାହିଁ ।

ଆଜି ପୂର୍ବାହ୍ନରେ ଗୃହ ଅଚଳ ହେବା ପରେ ଗୃହ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି । ପରେ 4 ଟା ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ଚର୍ଚ୍ଚିତ ମମିତା ମମିତା ମେହେର ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik makes statement in the assembly over Mamita murder case ) ।

ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଥିବା ମୁଖ୍ୟମନ୍ତ୍ରୀ ପୁରା ଘଟଣାରେ ବିରୋଧୀଙ୍କୁ ଆକ୍ରମଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ( Chief Minister statement) ଘଟଣାର ତଦନ୍ତ ଅବସରପ୍ରାପ୍ତ ଜିଲ୍ଲା ଜଜ କରୁଛନ୍ତି । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ବିରୋଧୀ ରାଜନୀତି କରିବା ଅନୁଚିତ । ବିରୋଧୀଙ୍କ ରାଜନୀତି ମତେ ବ୍ୟଥିତ କରିଛି । ମମିତାଙ୍କ ପରିବାର ଲୋକଙ୍କ ଅନୁରୋଧ ସତ୍ବେ ବିରୋଧୀ ରାଜନୀତି କରୁଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ସମ୍ବେଦନଶୀଳ ମାମଲା ହୋଇଥିବାରୁ ବିନା ଭୟ ଚାପମୁକ୍ତ ହୋଇ କାମ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛି । ଘଟଣାରେ ଯିଏ ଦୋଷୀ ତାଙ୍କ ବିରୋଧୀରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କୌଣସି ଅଧିକାରୀ ଯଦି କିଛି ଅବହେଳା କରିଥିବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ । ନ୍ୟାୟିକ ତଦନ୍ତ ଚାଲିଛି । ଏହା ଉପରେ ଆସ୍ଥା ରହିବା ଉଚ୍ଚିତ ।

ତେଣୁ ବିରୋଧୀ ରାଜନୀତି ଛାଡି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଆହ୍ବାନ ଦେଇଛନ୍ତି । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଗୃହରେ ଅଚଳାବସ୍ଥା ଲାଗିରହିଥିବା ବେଳେ ମୁଖ୍ୟମନ୍ତ୍ରୀ ପରୋକ୍ଷରେ ତାଙ୍କ ସପକ୍ଷରେ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ନାଁ ନନେଇ ଥିଲେ ବି ଗୃହର ଜଣେ ସଦସ୍ୟ ଙ୍କୁ ନିଜର ଦାୟିତ୍ବ ସୁଚାରୁ ରୁପେ ପାଳନ କରିବାକୁ ଦିଆ ନଯିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଭାରତୀୟ ସମ୍ବିଧାନ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ କାର୍ଯ୍ୟ କରିବାର ସମସ୍ତ ଅଧିକାର ଦେଇଛି ବୋଲି କହିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସତ୍ବେ ବିରୋଧୀଙ୍କ ବିରୋଧ ଜାରି ରହିଛି । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାକୁ ଆସନ୍ତାକାଲି(ଶନିବାର) ପର୍ଯ୍ୟନ୍ତ ଗୃହକୁ ମୁଳତବୀ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Dec 3, 2021, 10:09 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.