ETV Bharat / city

ନିର୍ବାଚନ ପାଇଁ ବିକାଶ ତରାନ୍ବିତ ! 55ଟି ନୂଆ ବସଷ୍ଟାଣ୍ଡର ପଡିଲା ଭିତ୍ତିପ୍ରସ୍ତର

author img

By

Published : Dec 23, 2021, 8:55 PM IST

ଗ୍ରାମୀଣ ସଂଯୋଗୀକରଣକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏନେଇ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଯୋଗେ ରାଜ୍ୟର 22 ଟି ଜିଲ୍ଲାର 55 ଟି ବସଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

55 ଟି ନୂଆ ବସଷ୍ଟାଣ୍ଡର ପଡିଲା ଭିତ୍ତିପ୍ରସ୍ତର

ଭୁବନେଶ୍ବର: ଗ୍ରାମୀଣ ସଂଯୋଗୀକରଣକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏନେଇ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଯୋଗେ ରାଜ୍ୟର 22 ଟି ଜିଲ୍ଲାର 55 ଟି ବସଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ (Chief Minister Naveen Patnaik lays foundation for the 55 new bus stands ) କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ମୁଖ୍ୟାଳୟରୁ ଦୂରତା, ଅର୍ଥନୈତିକ କାର୍ଯ୍ୟକଳାପ, ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ଏହି ବସଷ୍ଟାଣ୍ଡ ଗୁଡିକ ବ୍ଲକ ସ୍ତରରେ ସ୍ଥାପନ କରାଯିବ ।

ନିର୍ବାଚନ ପାଇଁ ବିକାଶ ତରାନ୍ବିତ ! 55 ଟି ନୂଆ ବସଷ୍ଟାଣ୍ଡର ପଡିଲା ଭିତ୍ତିପ୍ରସ୍ତର

ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି , ଗ୍ରାମୀଣ ସଂଯୋଗୀକରଣକୁ ରାଜ୍ୟ ସରକାର ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଏହା ଠିକ ଦିଗରେ ଏକ ପଦକ୍ଷେପ ବୋଲି ସେ ବିଶ୍ବାସ କରନ୍ତି । ରାଜ୍ୟର ଗ୍ରାମୀଣ ଲୋକଙ୍କୁ ଉନ୍ନତ ଯୋଗାଯୋଗ ଭିତ୍ତିଭୂମି ସହିତ ଯୋଡିବା ଏହାର ଲକ୍ଷ୍ୟ । ଏହା ଦ୍ବାରା ସେମାନ ବହୁ ପରିମାଣରେ ଉପକୃତ ହେବେ । ରାଜ୍ୟର ଯୋଗାଯୋଗ କ୍ଷେତ୍ରରେ ଏହା ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ । ରାଜ୍ୟ ସଡକ ପରିବହନ ନିଗମ ସମସ୍ତ ପ୍ରମୁଖ କାରଣକୁ ଦୃଷ୍ଟିରେ ରଖି ବସ ଚଳାଚଳ ମାଧ୍ୟମରେ ସଂଯୋଗ କରୁଛି । ଏହି ପଦକ୍ଷେପ ପାଇଁ ଓଡିଶା ରାଜ୍ୟ ସଡକ ପରିବହନ ନିଗମକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ରାଜ୍ୟର କୋଣଅନୁକୋଣରେ ପହଞ୍ଚିବା ଲାଗି (Odisha State Road Transport Corporation) ଭିତ୍ତିଭୂମି ବିକାଶ ତଥା ପ୍ରଭାବଶାଳୀ ଯୋଗାଯୋଗ ନେଟୱାର୍କର ଏକୀକରଣ ମାଧ୍ୟମରେ ଲୋକଙ୍କୁ ସଂଯୋଗ କରିବାରେ ନୂତନ ପଦକ୍ଷେପ ନେଉଛି ।

ସେହିପରି ନିରନ୍ତର ପ୍ରୟାସ ଏବଂ ସେବାର ଗୁଣବତ୍ତା ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ବହୁ ଲୋକ ଅର୍ଥନୈତିକ, ଶିକ୍ଷାଗତ ତଥା ମନୋରଞ୍ଜନ ଉଦ୍ଦେଶ୍ୟରେ ବସ ଉପରେ ନିର୍ଭରଶୀଳ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଗ୍ରାମାଞ୍ଚଳର ଲୋକଙ୍କୁ ଉନ୍ନତ ଯୋଗାଯୋଗ ଭିତ୍ତିଭୂମି ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ସଫଳ କରିବା ଲାଗି ବିଭାଗ ରାଜ୍ୟର ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କାର୍ଯ୍ୟ ଜାରି ରଖିଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ମଧୁ ସୂଦନ ପାଢୀ ସ୍ବାଗତ ଭାଷଣ ଦେଇଥିବାବେଳେ OSRTC ର CMD ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ, ଆରଟିଓ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.