ETV Bharat / city

ISCକୁ ମିଳିବ ନବୀନଙ୍କ ଅଭିଜ୍ଞତା: ସାଂସଦ ଅମର ପଟ୍ଟନାୟକ

author img

By

Published : May 22, 2022, 9:09 AM IST

ଜାତୀୟ ସ୍ତରରେ ନବୀନଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ଉତ୍ସାହିତ ହୋଇଛନ୍ତି ବିଜେଡି ସାଂସଦ । ଦେଶର ସଫଳ ମୁଖ୍ୟମନ୍ତ୍ରୀଙ୍କ ଅଭିଜ୍ଞତା ISCକୁ ଫାଇଦା ଯୋଗାଇବ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ

ISC ଷ୍ଟାଣ୍ଡିଂ କମିଟିରେ ନବୀନ
ISC ଷ୍ଟାଣ୍ଡିଂ କମିଟିରେ ନବୀନ

ଭୁବନେଶ୍ବର: କେନ୍ଦ୍ର ସରକାର ଆନ୍ତଃରାଜ୍ୟ ପରିଷର ନୂଆ 13 ଜଣିଆ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟି ଗଠନ କରିଛନ୍ତି । ଏହି କମିଟିରେ ସ୍ଥାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବରାଷ୍ଟ୍ର ମନ୍ତ୍ରଣୀଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଶନିବାର ସୂଚନା ମିଳିଛି । ଜାତୀୟ ସ୍ତରରେ ନବୀନଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ଉତ୍ସାହିତ ହୋଇଛନ୍ତି ବିଜେଡି ସାଂସଦ । ଦେଶର ସଫଳ ମୁଖ୍ୟମନ୍ତ୍ରୀଙ୍କ ଅଭିଜ୍ଞତା ISCକୁ ଫାଇଦା ଯୋଗାଇବ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

ସାଂସଦ ଅମର ପଟ୍ଟନାୟକ

ସାଂସଦ ଅମର ପଟ୍ଟନାୟକ ଆହୁରି କହିଛନ୍ତି, ISC ଷ୍ଟାଣ୍ଡିଂ କମିଟି ଏକ ମହତ୍ତ୍ବପୂର୍ଣ୍ଣ ସଂସ୍ଥା । ଏହାର ଲକ୍ଷ୍ୟ ହେଉଛି ରାଜ୍ୟର ଅଧିକ ପ୍ରତିନିଧିତ୍ବ, ଆର୍ଥିକ ସମ୍ବଳ କିପରି ବଢିବ । ଅନ୍ତଃ ରାଜ୍ୟ ବିବାଦର ସମାଧାନର ସହାୟକ ହୋଇପାରିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତରେ ସଫଳ ଏକ ଚେହେରା । ଏଭଳି ଏକ ଚେହେରା, ରାଜନୈତିକ ନେତୃତ୍ବ ଯାହା ISCକୁ ମିଳିବ । ବିପର୍ଯ୍ୟୟର ସମ୍ମୁଖୀନ ହେଇଥିବା ରାଜ୍ୟକୁ ଚଳାଇବାର ଅଭିଜ୍ଞତା ତାଙ୍କର ରହିଛି । ସବୁ ରାଜ୍ୟ କିପରି ଆଗକୁ ଯାଇ ପାରିବେ, ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାନ ଅଛି । ଅନ୍ତଃ ରାଜ୍ୟ ସମ୍ପର୍କରେ, ତାହାର ଫାଇଦା ISC ପାଇପାରିବ । ISC ଆହୁରି ଶକ୍ତିଶାଳୀ ହୋଇପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତୀୟ ରାଜନୀତିରେ ପ୍ରମୁଖ ସ୍ଥାନ ଦିଆଯାଇଥିବା କହିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କମିଟିର ଅଧ୍ୟକ୍ଷ ଅଛନ୍ତି । କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର 4 ମନ୍ତ୍ରୀ ଏବଂ ନବୀନ ପଟ୍ଟନାୟକଙ୍କ ସମେତ ମୋଟ 8ଜଣ ମୁଖ୍ୟମନ୍ତ୍ରୀ ସଦସ୍ୟ ରହିଛନ୍ତି । ଅନ୍ତଃ ରାଜ୍ୟ ପରିଶଦରେ ପ୍ରଥମେ ଷ୍ଟାଣ୍ଡିଂ କମିଟିରେ ବିସ୍ତୃତ ବିଚାର ବିମର୍ଶ କରାଯିବ । କେନ୍ଦ୍ର ରାଜ୍ୟ ସମ୍ପର୍କ ସହ ଜଡିତ ସବୁ ପ୍ରସଙ୍ଗ ପ୍ରଥମେ କମିଟି ପ୍ରସ୍ତୁତ କରି ପରେ ଏହାକୁ ବିଚାର ପାଇଁ ପରିଷଦକୁ ପଠାଇବ । ପରିଷଦର ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି କି ନାହିଁ ତାହା କମିଟି ତଦାରଖ କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.