ETV Bharat / city

ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଶାସନିକ ଅଧିକାରୀ, ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ନବୀନଙ୍କ ନିର୍ଦ୍ଦେଶ

author img

By

Published : Mar 27, 2022, 5:05 PM IST

ପଞ୍ଚାୟତ ପୌର ନିର୍ବାଚନ ସଫଳତାର ସହ ସଂପାଦନା କରିଥିବାରୁ ବରିଷ୍ଠ ପୋଲିସ ଓ ସଚିବଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଅଧିକରୁ ଅଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଓଡିଶାର ବିକାଶ ଓ ଉନ୍ନତି ଲାଗି କାମ କରିବାକୁ ନବୀନ କହିଛନ୍ତି । ଅଧିକ ପଢନ୍ତୁ

ଅଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଞ୍ଚାୟତ ପୌର ନିର୍ବାଚନ ସଫଳତାର ସହ ସଂପାଦନା କରିଥିବାରୁ ବରିଷ୍ଠ ପୋଲିସ ଓ ସଚିବଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଅଧିକରୁ ଅଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଓଡିଶାର ବିକାଶ ଓ ଉନ୍ନତି ଲାଗି କାମ କରିବାକୁ ନବୀନ କହିଛନ୍ତି ।

@TWITTER
@TWITTER

ତେବେ ଗତକାଲି ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀଙ୍କୁ ଏହି ସବୁ ବାର୍ତ୍ତା ଦେଇଛନ୍ତି । ଏଥିସହ ସମସ୍ତ ସଚିବଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ ଏବଂ ନିର୍ବାଚନରେ କାର୍ଯ୍ୟ କରିଥିବା ସମସ୍ତ ଅଧିକାରୀଙ୍କ ସହ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ । ଏପଟେ ପଞ୍ଚାୟତ ପରି ପୌର ନିର୍ବାଚନରେ ବିଜେଡି ପ୍ରାୟ ୯୦ ପ୍ରତିଶତରୁ ଅଧିକ ଆସନ ଦଖଲ କରିଛି ।

@TWITTER
@TWITTER

ସେହିପରି ବରିଷ୍ଠ ସଚିବ ଓ ପୋଲିସ ଅଧିକାରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଓଏଏସ ସଂଗଠନ ମଧ୍ୟ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ପଞ୍ଚାୟତ ଓ ପୌର ନିର୍ବାଚନ ସଫଳତାର ସହ ସମାପ୍ତ ଲାଗି ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ଦାୟିତ୍ବ ସଂପାଦନ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ ପଞ୍ଚାୟତ ଭଳି ମଧ୍ୟ ପୌର ନିର୍ବାଚନରେ ବିଜେଡି ବାଜିମାତ କରିଛି । ପଞ୍ଚାୟତ ନିର୍ବାଚନରେ ବିଜେଡି ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ ଦଖଲ କରିଥିବାବେଳେ ପୌର ନିର୍ବାଚନରେ ୭୩ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦ ହାତେଇଛି । ଏଥିସହ ତିନି ମହାନଗର ନିଗମରେ ମଧ୍ୟ ମେୟର ପଦ ନିଜ ଅକ୍ତିଆରକୁ ନେଇଛି ବିଜେଡି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.