ଭୁବନେଶ୍ବର: କୋଭିଡର ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଅପରାହ୍ନରେ ବିଧାନସଭା ଡିସ୍ପେନସରୀରେ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ କୋଭିଡ ସ୍ଥିତି ଗୁରୁତର ହେବାରେ ଲାଗିଛି । ଏହାରି ଭିତରେ କୋଭିଡର ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଅପରାହ୍ନ 5.30ରେ ବିଧାନସଭା ଡିସ୍ପେନସରୀ ଆସି ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ମାର୍ଚ୍ଚ 21ରେ ପ୍ରଥମ ଡୋଜ ଟିକା ନେଇଥିଲେ । ପ୍ରାୟ 26 ଦିନ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି । ଟିକା ନେବାର 10 ମିନିଟ ଯାଏଁ ମୁଖ୍ୟମନ୍ତ୍ରୀ ଅବଜରଭେସନରେ ରହିଥିଲେ । ପାର୍ଶ୍ୱ ପ୍ରତିକ୍ରିୟା ନହେବାରୁ ନବୀନ ନିବାସ ଫେରିଯାଇଥିଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ