ETV Bharat / city

ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଉଦଘାଟନ ହେଲା ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀ । ଏହି ସମ୍ପ୍ରସାରିତ ଆଲୁମିନାର ରିଫାଇନାରୀରେ ଆଦିତ୍ୟ ବିର୍ଲା ଗ୍ରୁପ୍ 1500 କୋଟି ଟଙ୍କା ନିବେଶ କରିଛି । ଯେଉଁଥିରେ ରାଜ୍ୟର 500ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ଅଧିକ ପଢନ୍ତୁ...

ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Sep 16, 2021, 10:56 PM IST

ଭୁବନେଶ୍ବର: ଉଦଘାଟିତ ହୋଇଛି ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ କାଶୀପୁରସ୍ଥିତ ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ପ୍ରସାରିତ ଆଲୁମିନାର ରିଫାଇନାରୀରେ ଆଦିତ୍ୟ ବିର୍ଲା ଗ୍ରୁପ୍ 1500 କୋଟି ଟଙ୍କା ନିବେଶ କରିଛି । ସମ୍ପ୍ରସାରଣ ପରେ ବାର୍ଷିକ ଆଲୁମିନା ଉତ୍ପାଦନ କ୍ଷମତା 1.5 ମିଲିଅନ୍ ଟନରୁ 2 ମିଲିଅନ୍ ଟନକୁ ବୃଦ୍ଧି ପାଇଛି । ଏହି ନୂଆ ୟୁନିଟରେ 500ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ।

ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରୋନା କାଳରେ ସମ୍ପ୍ରସାରିତ ୟୁନିଟକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ମହାମାରୀ ପ୍ରଭାବରୁ ଅର୍ଥନୀତି ମୁକ୍ତ ହୋଇ ଅଭିବୃଦ୍ଧି ଆଡ଼କୁ ବଢ଼ୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀର ପ୍ରତିକୂଳ ପ୍ରଭାବରୁ ଓଡିଶାର ଅର୍ଥନୀତି ଟ୍ରାକକୁ ଫେରୁଛି । ମହାମାରୀର ପ୍ରଭାବ ସତ୍ତ୍ବେ ପୁଞ୍ଜିନିବେଶକାରୀ ଓଡିଶାରେ ସେମାନଙ୍କ ପ୍ରକଳ୍ପର ସମ୍ପ୍ରସାରଣ କରୁଛନ୍ତି । ମହାମାରୀ ପରଠାରୁ ରାଜ୍ୟରେ 4.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ ହୋଇଛି । ଚଳିତ ବର୍ଷ ଜୁଲାଇରେ ରାଜ୍ୟର ଜିଏସଟି ସଂଗ୍ରହ ମଧ୍ୟ ପୂର୍ବ ବର୍ଷ ତୁଳନାରେ 54 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି।

ଓଡ଼ିଶାର ବିକାଶରେ ଆଦିତ୍ୟ ବିର୍ଲା ଗୋଷ୍ଠୀ ସକରାତ୍ମକ ଭୂମିକା ଗ୍ରହଣ କରିଛି । ଧାତୁ, ସିମେଣ୍ଟ, ଆର୍ଥିକ ସେବା, ବସ୍ତ୍ର ପରି ସେକ୍ଟରଗୁଡିକରେ ଏହାର ଅର୍ଥପୂର୍ଣ୍ଣ ଉପସ୍ଥିତି ସହିତ ଶିଳ୍ପ ବିକାଶର ଯାତ୍ରାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସମ୍ପ୍ରସାରଣ ପ୍ରକଳ୍ପ ଆଦିତ୍ୟ ବିର୍ଲା ଗ୍ରୁପ ଏବଂ ଓଡିଶା ମଧ୍ୟରେ ଦୀର୍ଘ ଦିନର ସମ୍ପର୍କର ଏକ ଜ୍ବଳନ୍ତ ପ୍ରମାଣ । ରାଜ୍ୟରେ ମେଟାଲ୍, ମାଇନିଂ, ସିମେଣ୍ଟ, ଆର୍ଥିକ ସେବା, ଫାସନ ଓ ରିଟେଲ ଶିଳ୍ପ କ୍ଷେତ୍ରରେ ଆଦିତ୍ୟ ବିର୍ଲା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବନଜୀବିକା କ୍ଷେତ୍ରରେ ମଧ୍ୟ ଆଦିତ୍ୟ ବିର୍ଲା ଗ୍ରୁପର ଅଂଶଗ୍ରହଣ ରହିଛି ।

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ାରେ ଏହି ସମ୍ପ୍ରସାରଣ ଓଡିଶାର ଶିଳ୍ପ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭର୍ଚୁଆଲ୍ ମୋଡରେ ଯୋଗ ଦେଇ ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା କହିଛନ୍ତି ଯେ, ଆଦିତ୍ୟ ବିର୍ଲା ଗ୍ରୁପ୍ ପାଇଁ ଓଡିଶା ସର୍ବାଧିକ ପୁଞ୍ଜି ବିନିଯୋଗ ସ୍ଥାନ ଭାବରେ ଉଭା ହୋଇଛି । ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ସେ ପ୍ରଶଂସା କରିଛନ୍ତି । ଅଲିମ୍ପିକ୍ସରେ ଭାରତୀୟ ହକିର ସଫଳତାରେ ଓଡିଶା ସରକାରଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପରେ ୧୨ ହଜାରରୁ ଅଧିକ ଲୋକ କାମ କରୁଛନ୍ତି । ରାୟଗଡ଼ାରେ 8600 କୋଟି ଟଙ୍କା ପୁଞ୍ଜିନିବେଶରେ ଉତ୍କଳ ଆଲୁମିନା 1993 ମସିହାରେ ଶିଳ୍ପ ପ୍ରତିଷ୍ଠା କରିଥିଲା ।

କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି କେ ପାଣ୍ଡିଆନ୍ ସଂଚାଳନ କରିଛନ୍ତି । ଆୟୋଜିତ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ହିଣ୍ଡାଲକୋ ଏମଡି ସତୀଶ ପାଇ, ଶିଳ୍ପ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ । ଶିଳ୍ପ ବିଭାଗର ମୁଖ୍ୟ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇଥିବା ବେଳେ ଏବଂ ହିଣ୍ଡାଲକୋ ମୁଖ୍ୟ ବି.ସି. ମିଶ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.