ETV Bharat / city

ସୌଜନ୍ୟତା ଭୁଲିଗଲେ ନବୀନ: ସୁର

author img

By

Published : Jul 12, 2021, 8:22 PM IST

ଭୁବନେଶ୍ୱରରେ ୭୫୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ରର ଭିିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଟଣୀରେ ଏହି କାର୍ଯ୍ୟକ୍ରମ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ସୁର ରାଉତରାୟଙ୍କୁ ନିମନ୍ତ୍ରଣ କରିନଥିଲେ । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସୁର ରାଉତରାୟ। ଅଧିକ ପଢ଼ନ୍ତୁ...

ସୌଜନ୍ୟତା ଭୁଲିଗଲେ ନବୀନ: ସୁର
ସୌଜନ୍ୟତା ଭୁଲିଗଲେ ନବୀନ: ସୁର

ଭୁବନେଶ୍ୱର: ଭୁବନେଶ୍ୱରରେ ବାଗଚୀ- କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ଏବଂ ବାଗଚୀ ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଦଳର ଭୁବନେଶ୍ୱର ୩ ବିଧାୟକଙ୍କ ସହ ଜଟଣୀସ୍ଥିତ ସ୍ଥାନରେ ପହଞ୍ଚିଥିଲେ । ହେଲେ ହସ୍ପିଟାଲଟି ଜଟଣୀ ଅଞ୍ଚଳରେ ହେଉଥିବା ସତ୍ତ୍ବେ ସୌଜନ୍ୟତା ଦୃଷ୍ଟିରୁ ସ୍ଥାନୀୟ ବିଧାୟକଙ୍କୁ ନିମନ୍ତ୍ରଣ କରିନଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ମର୍ମାହତ ହୋଇଛନ୍ତି ସ୍ଥାନୀୟ ବିଧାୟକ ବା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।

ସୌଜନ୍ୟତା ଭୁଲିଗଲେ ନବୀନ: ସୁର

ସେ କହିଛନ୍ତି "ପୂର୍ବରୁ ଏମ୍ସ ଉଦଘାଟନ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ ସ୍ଥାନୀୟ ବିଧାୟକ ନିମନ୍ତ୍ରିତ ହୋଇଥିଲେ । ତେବେ ପାଲିଏଟିଭ କେୟାର ସେଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନବେଳେ ନବୀନ ବାବୁ କେମିତି ସୌଜନ୍ୟତା ଭୁଲିଗଲେ ।" କୌଣସି ଏକ ଭଲ କାର୍ଯ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତ ସ୍ଥାନୀୟ ପ୍ରତିନିଧି ସାମିଲ ହେବା ଭଲ କଥା । ହେଲେ ନବୀନ କେମିତି ଭୁଲିଗଲେ ବୋଲି ପ୍ରଶ୍ନ କରିଛନ୍ତି ସୁର ।

ଭୁବନେଶ୍ୱରରେ ଏକ ୭୫୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ନିମନ୍ତେ ସୁବ୍ରତ ବାଗଚୀ ଫାଉଣ୍ଡେସନ କାର୍ଯ୍ୟର ଭିିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.