ETV Bharat / city

ଓଡ଼ିଶାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି, ଆଇନ ବିଶ୍ବ ବିଦ୍ୟାଳୟ ଜାତୀୟ ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ - ଭୁବନେଶ୍ବରରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଉଦୟ ଉମେଶ ଲଲିତ । ଦିନିକିଆ ଓଡ଼ିଶା ଗସ୍ତରେ ସେ ଆଜି (ଶନିବାର) ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଅଧିକ ପଢ଼ନ୍ତୁ

ଦିନିକିଆ ଓଡ଼ିଶା ଗସ୍ତରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି

author img

By

Published : Sep 17, 2022, 7:32 AM IST

ଭୁବନେଶ୍ବର: ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଉଦୟ ଉମେଶ ଲଲିତ । ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହି ଅବସରରେ ଆଜି (ଶନିବାର) ଆଇନ ବିଶ୍ବ ବିଦ୍ୟାଳୟ ଜାତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ପେପରଲେସ କୋଡର ମଧ୍ୟ କରିବେ ଉଦଘାଟନ ।

ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଉଦୟ ଉମେଶ ଲଲିତଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଆଜି କଟକରେ ହେବାକୁ ଥିବା ଜୁଡିସିଆଲ ଏକାଡେମିରେ ଯୋଗଦେବେ ମୁଖ୍ୟ ବିଚାରପତି ଉଦୟ ଉମେଶ ଲଲିତ । ୩୦ ଜିଲ୍ଲାରେ କୋର୍ଟ ମାନଙ୍କରେ ଲାଗୁ ହେବାକୁ ଥିବା ପେପରଲେସ କୋଡର ଉଦଘାଟନ କରିବେ । ଯାହାଦ୍ବାରା କୋର୍ଟରେ ହେଉଥିବା ଫାଇଲ ବ୍ୟବସ୍ଥା ପେପରଲେସ ହୋଇ ଅନଲାଇନ ଜରିଆରେ ହବ । ଏହା ଫଳରେ ଲୋକେ ଘରି ବସି କୋର୍ଟରେ ଅଭିଯୋଗ କରିବା ସହିତ ଅନେକ ବ୍ୟବସ୍ଥାର ସୁବିଧା ନେଇପାରିବେ ।

ଦିନିକିଆ ଓଡ଼ିଶା ଗସ୍ତରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି

ସେହିପରି ଆଜି (ଶନିବାର) ଦିନ ୧୧ଟା ବେଳକୁ ଜାତୀୟ ଆଇନ ବିଶ୍ବ ବିଦ୍ୟାଳୟ ଗସ୍ତ କରିବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଉଦୟ ଉମେଶ ଲଲିତ‌ । ସେଠାରେ ଓଡିଶା ହାଇକୋର୍ଟକୁ ୭୫ ବର୍ଷ ପ୍ରତିଷ୍ଠା ଅବସରରେ ଓଡିଶା ହାଇକୋର୍ଟ ଚିତ୍ର ଥିବା ପୋଷ୍ଟାଲ କଭର ଉନ୍ମୋଚନ କରିବେ । ଏହାପରେ ପୁରୀ ଗସ୍ତକରି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.