ETV Bharat / city

ଓଏଏସଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁମନ୍ତ୍ର: 'ଲୋକଙ୍କ ନିକଟତର ହୁଅ'

author img

By

Published : Mar 3, 2021, 10:00 PM IST

ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ରହିଛି, ସରକାରୀ ଅଧିକାରୀ ଲୋକଙ୍କ ନିକଟତର ହୁଅନ୍ତୁ । ସେମାନଙ୍କ ସମସ୍ୟା ସହାନୁଭୂତି ଏବଂ ସମ୍ମାନର ସହ ଶୁଣନ୍ତୁ । ଆଉ ଯଥାଶୀଘ୍ର ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଓଡିଶା ପ୍ରଶାସନିକ ସେବା (ଓଏଏସ୍) କ୍ୟାଡରର ପ୍ରୋବେସନର୍ସଙ୍କୁ ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ମୁଖ୍ୟ ଶାସନ ସଚିବଙ୍କ ଗୁରୁମନ୍ତ୍ର
ମୁଖ୍ୟ ଶାସନ ସଚିବଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ଜନସାଧାରଣଙ୍କ ନିକଟତର ହୁଅ । ସେମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କର । ସେମାନଙ୍କ କଥା ଶୁଣ । ତାଙ୍କ ସମସ୍ୟାର ସମାଧାନ କର । ଓଏଏସ ପ୍ରୋବେସନର୍ସଙ୍କୁ ଏମିତି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଓଏଏସ ପ୍ରୋବେସନର୍ସଙ୍କୁ ୁପାମର୍ଶ ଦେଲେ ସୁରେଶ ମହାପାତ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜନତା ହେଉଛନ୍ତି ରାଜ୍ୟର ମାଲିକ । ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ରହିଛି, ସରକାରୀ ଅଧିକାରୀ ଲୋକଙ୍କ ନିକଟତର ହୁଅନ୍ତୁ । ତେଣୁ ଆପଣମାନେ ଲୋକଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରନ୍ତୁ । ସେମାନଙ୍କ ସମସ୍ୟା ସହାନୁଭୂତି ଏବଂ ସମ୍ମାନର ସହ ଶୁଣନ୍ତୁ । ଆଉ ଯଥାଶୀଘ୍ର ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଓଡିଶା ପ୍ରଶାସନିକ ସେବା (ଓଏଏସ୍) କ୍ୟାଡରର ପ୍ରୋବେସନର୍ସଙ୍କୁ ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରବର୍ତ୍ତିତ 'ମୋ ସରକାର' ନୀତି ପାଳନ କରିବାକୁ ପ୍ରୋବେସନର୍ସଙ୍କୁ ପରାମର୍ଶ ଦେଇଛନ୍ତି ସୁରେଶ। ଲୋକମାନେ ଯେମିତି ଅନୁଭବ କରିବେ ଯେ, ସରକାର ସେମାନଙ୍କର ଏବଂ ଏହା କେବଳ ସେମାନଙ୍କ ପାଇଁ କାର୍ଯ୍ୟ କରୁଛି ।

ଲୋକମାନଙ୍କୁ ଏବଂ ସେମାନଙ୍କର ସମସ୍ୟାକୁ କେବେବି ଅବହେଳା ନକରିବାକୁ ସୁରେଶ ପରାମର୍ଶ ଦେଇଛନ୍ତି । କୌଣସି ପକ୍ଷପାତିତା ନକରି ସମସ୍ତଙ୍କୁ ନିରପେକ୍ଷ ଭାବରେ ବ୍ୟବହାର କର । ସୁରେଶ ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯେତେବେଳେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବିଷୟରେ ବାରମ୍ବାର ଖରାପ ମତାମତ ମୋ ସରକାରଙ୍କ ନଜରକୁ ଆସିବ । ସେତେବେଳେ ସରକାର ସେହି ଅଧିକାରୀଙ୍କ ବିରୋଧରେ ଗୁରୁତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ

ଏହାସହ ନିଜର ପ୍ରଶାସନିକ ସେବାର ଅଭିଜ୍ଞତା ମଧ୍ୟ ବାଣ୍ଟିଛନ୍ତି ସୁରେଶ । ଜଗନ୍ନାଥ ମନ୍ଦିର ଏବଂ କନ୍ଧମାଳ ଦଙ୍ଗା ସମୟର ଅନୁଭୂତି ସେୟାର କରିଛନ୍ତି ସୁରେଶ । କୋଭିଡ ପରିଚାଳନା ସମୟରେ ସେମାନଙ୍କର ଫିଲ୍ଡ ଟ୍ରେନିଂ ସମାପ୍ତ ହୋଇଛି । ଆନୁଷ୍ଠାନିକ ତାଲିମ 27 ଜୁନ୍, 2021 ପର୍ଯ୍ୟନ୍ତ ଜାରି ରହିବ । ଏହି ବ୍ୟାଚରେ ଷାଠିଏ ଜଣ ପ୍ରୋବେସନର୍ ଅଛନ୍ତି । ସେମାନଙ୍କ ମଧ୍ୟରୁ 29 ଜଣ ପ୍ରୋବେସନର୍ ମହିଳା ଅଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.