ଭୁବନେଶ୍ବର: ଆକାଶଛୁଆଁ ହୋଇଛି ପରିବା ଦର । ବନ୍ୟା ସ୍ଥିତି ସୁଧୁରିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ବନ୍ୟା ପରେ ପରିବା ଦର ଉଚ୍ଚା ହୋଇଛି । ଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେବା ଫଳରେ ପନିପରିବା ଦର ବୃଦ୍ଧି ହୋଇଛି । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି । ଉଚ୍ଚା ପରିବା ଦରକୁ ନେଇ ପେଶି ହେଉଛନ୍ତି ଗ୍ରାହକ । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । କଟକରେ ଆଜିର ଦର ସାମାନ୍ୟ କମିଛି । ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।