ETV Bharat / city

ବିଶ୍ୱର ମଙ୍ଗଳ ପାଇଁ ଓଡ଼ିଶାରେ ଚତୁର୍ବେଦ ଯଜ୍ଞ - ଓଡ଼ିଶାରେ ଚତୁର୍ବେଦ ଯଜ୍ଞ

ତାମିଲନାଡୁର ବେଦ ଗବେଷଣା ସଂସ୍ଥା ଓ ସତ୍ୟଚେତନା ଟ୍ରଷ୍ଟ ଓଡିଶା ଶାଖା ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସରୁ ମେ’ 15 ତାରିଖ ପର୍ଯ୍ୟନ୍ତ ବେଦ ଯଜ୍ଞ ଆନ୍ଦୋଳନ ଆୟୋଜନ କରାଯାଉଛି ।

ବିଶ୍ୱର ମଙ୍ଗଳ ପାଇଁ ଓଡ଼ିଶାରେ ଚତୁର୍ବେଦ ଯଜ୍ଞ

author img

By

Published : Jan 22, 2021, 2:16 PM IST

ଭୁବନେଶ୍ବର: ବିଶ୍ବରେ ବିଭିନ୍ନ ସମୟରେ ପ୍ରକୃତି ତା'ର ଉଗ୍ର ରୂପ ପ୍ରଦର୍ଶନ କରି ସମାଜରେ ଅଭୂତ କ୍ଷତି ସାଧନ କରିଛି । ଏହା ଦ୍ବାରା ବ୍ୟକ୍ତି ଓ ସମାଜ ଅନେକ ପରିମାଣରେ ପ୍ରଭାବିତ ହୋଇ ଦୁର୍ବିସହ ଜୀବନଯାପନ କରୁଛନ୍ତି । ଯାହାର ମୁଖ୍ୟ କାରଣ ପଞ୍ଚମହାଭୂତରେ ଅସନ୍ତୁଳନ ବୋଲି ଆଧ୍ୟାତ୍ମିକ ବ୍ୟକ୍ତିମାନେ କୁହନ୍ତି। ଯାହାର ପ୍ରତିକାର ବୈଦିକ ଯଜ୍ଞ ଆୟୋଜନ।

ବିଶ୍ୱର ମଙ୍ଗଳ ପାଇଁ ଓଡ଼ିଶାରେ ଚତୁର୍ବେଦ ଯଜ୍ଞ

ତାମିଲନାଡୁର ବେଦ ଗବେଷଣା ସଂସ୍ଥା ଓ ସତ୍ୟଚେତନା ଟ୍ରଷ୍ଟ ଓଡିଶା ଶାଖା ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସରୁ ମେ 15 ତାରିଖ ପର୍ଯ୍ୟନ୍ତ ବେଦ ଯଜ୍ଞ ଆନ୍ଦୋଳନ ଆୟୋଜନ କରାଯାଉଛି । ଯାହା ମାଧ୍ୟମରେ ପ୍ରତି ଜିଲ୍ଲାରେ ଯଜ୍ଞ ଆୟୋଜନ କରାଯାଇ ଲୋକମାନଙ୍କୁ ଆଧ୍ୟାତ୍ମିକ ଚେତନା ପ୍ରତି ଉଦବୁଦ୍ଧ କରାଯିବ। ଯାହାର ପୂର୍ଣ୍ଣାହୂତି ପୁରୀ ଠାରେ ହେବ ବୋଲି ଆୟୋଜନର ମୁଖ୍ୟ ଶ୍ରୀ ଆତ୍ମାନନ୍ଦ ଜୀ ମହାରାଜ ପ୍ରକାଶ କରିଛନ୍ତି। ଆଧ୍ୟାତ୍ମିକ ଚେତନାର ଉତ୍ତରଣ ପାଇଁ ଆୟୋଜିତ ହେବାକୁ ଯାଉଥିବା ଏହି ଚତୁର୍ବେଦ ଯଜ୍ଞକୁ ଆଗ୍ରହୀ ବ୍ୟକ୍ତିବିଶେଷ ସହଯୋଗ କରିବାକୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ନିବେଦନ କରିଛନ୍ତି। ଏହି ଅବସରରେ ବେଦ ଯଜ୍ଞ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.