ETV Bharat / city

ସୁରୁଖୁରୁରେ ଶେଷ ହେଲା ଇସ୍କନରେ ରଥଟଣା - ରଥଟଣା

ଇସ୍କନ ମନ୍ଦିରରେ ସୁରୁଖୁରୁରେ ସମ୍ପନ୍ନ ହୋଇଛି ରଥଟଣା । ମନ୍ଦିରରେ ପ୍ରଥମେ ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଥିଲା ବଳଭଦ୍ରଙ୍କ ରଥଟଣା । ଇସ୍କନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମିଳିତ ସହଯୋଗରେ ଦିନ 3ଟା 35ମିନିଟ୍‌ରେ ରଥଟଣା ଆରମ୍ଭ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 4, 2019, 2:59 PM IST

Updated : Jul 4, 2019, 8:26 PM IST

ଭୁବେନଶ୍ବର: ଇସ୍କନ ମନ୍ଦିରରେ ସୁରୁଖୁରୁରେ ସମ୍ପନ୍ନ ହୋଇଛି ରଥଟଣା । ମନ୍ଦିରରେ ପ୍ରଥମେ ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଥିଲା ବଳଭଦ୍ରଙ୍କ ରଥଟଣା । ଇସ୍କନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମିଳିତ ସହଯୋଗରେ ଦିନ 3ଟା 35ମିନିଟ୍‌ରେ ରଥଟଣା ଆରମ୍ଭ ହୋଇଥିଲା । ତେବେ ସକାଳେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ମା’ ସୁଭଦ୍ରା ଝୁଲି ଝୁଲି ଅପୂର୍ବ ଚମକ ସହ ଭକ୍ତଙ୍କ ଗହଣରେ ରଥାରୂଢ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତିନି ଠାକୁରଙ୍କୁ ଏକାଠି ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ । ତେଣେ ହରିବୋଲ ଓ ହୁଳହୁଳି ସହ ଖଞ୍ଜଣୀ କୀର୍ତ୍ତିନରେ କମ୍ପି ଉଠୁଛି ଚତୁର୍ଦ୍ଦିଗ । ରଥାରୂଢ ହେବା ପରେ ତିନି ଠାକୁରଙ୍କର ରାଜାଭିରାଜ ବେଶ ସମ୍ପନ୍ନ ହୋଇଥିଲା । ଏହାପରେ ଇସ୍କନ ସନ୍ୟାସୀ ଭକ୍ତିପ୍ରାଣ ଗୋପିନାଥ ମହାରାଜଙ୍କ ଦ୍ବାରା ଛେରା ପହଁରା ନୀତି ସମାପନ ହୋଇଥିଲା ।

1991 ମସିହାରୁ ଏଠାରେ ରଥଯାତ୍ରା ପର୍ବର ଆୟୋଜନ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବେଶ୍‌ ଉତ୍ସାହ ଓ ଆଡମ୍ବରର ସହ ପାଳନ ହୋଇଛି ରଥଯାତ୍ରା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

BLANK 

Conclusion:
Last Updated : Jul 4, 2019, 8:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.