ETV Bharat / city

ମାନସ ସ୍ବାଇଁ ହତ୍ୟା ମାମଲା: କମିଶନରେଟ ପୋଲିସର ସହାୟତା ଲୋଡିଲା ଚାନ୍ଦବାଲି ପୋଲିସ - କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା

ନୟାଗଡ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାକୁ ଏକ ମାସ ୧୦ ଦିନ ବିତିଲାଣି । ହେଲେ ମୁଖ୍ୟ ଅଭିଯୁକ୍ତ ଏବେବି ପୋଲିସ ପଞ୍ଝାରୁ ବହୁ ଦୂରରେ ରହିଛି । ଅଧିକ ପଢନ୍ତୁ

ମାନସ ସ୍ବାଇଁ ହତ୍ୟା ମାମଲା, କମିଶନରେଟ ପୋଲିସର ସହାୟତା ଲୋଡିଲା ଚାନ୍ଦବାଲି ପୋଲିସ

author img

By

Published : Mar 17, 2022, 10:52 PM IST

ଭୁବନେଶ୍ବର: ନୟାଗଡ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାକୁ ଏକ ମାସ ୧୦ ଦିନ ବିତିଲାଣି । ହେଲେ ମୁଖ୍ୟ ଅଭିଯୁକ୍ତ ଏବେବି ପୋଲିସ ପଞ୍ଝାରୁ ବହୁ ଦୂରରେ ରହିଛି । ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଶର୍ମିଷ୍ଠାଙ୍କୁ ଧରିବା ପାଇଁ ଏବେ କମିଶନରେଟ ପୋଲିସର ସହାୟତା ଲୋଡିଛି ଚାନ୍ଦବାଲି ପୋଲିସ ।

ତେବେ ଶର୍ମିଷ୍ଠା ପୋଲିସ ହାତରେ ଧରା ପଡିଲେ ହୁଏତ, ମାନସ ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟିପାରିବ । କିନ୍ତୁ ତାହା ହୋଇ ପାରିନାହିଁ । ଏହି ମାମଲାରେ ସାମ୍ନାକୁ ଅନେକ ପ୍ରଶ୍ନ ଆସୁଥିବାବେଳେ କୁଆଡେ ଗଲେ ମାନସ ହତ୍ୟାକାଣ୍ଡର ମୁଖ୍ୟ କାର୍ପେଟଦାର ।

ମାନସ ସ୍ବାଇଁ ହତ୍ୟା ମାମଲା, କମିଶନରେଟ ପୋଲିସର ସହାୟତା ଲୋଡିଲା ଚାନ୍ଦବାଲି ପୋଲିସ

ସେହିପରି ହତ୍ୟାକାଣ୍ଡର ମୁଖ୍ୟ କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବେ କେଉଁଠି । କେବଳ ଶର୍ମିଷ୍ଠା ନୁହଁନ୍ତି ତାଙ୍କ ସହଯୋଗୀ ଝୁନା ମଧ୍ୟ ଫେରାର ଥିବା ଜଣା ପଡଛି । ଝୁନାର ଏହି ଚିପ ସହିତ ସମ୍ପର୍କ କଣ ।

କାହିଁକି ଝୁନା ଏହି ହତ୍ୟାକାଣ୍ଡ ଘଟଣାରେ ଜଡିତ । ପୋଲିସ ଏବେ ଝୁନାଙ୍କୁ ଖୋଜିବା ପାଇଁ ଆସିଥିବା ବେଳେ ତାଙ୍କୁ ନପାଇ ତାଙ୍କ ସ୍ବାମୀଙ୍କୁ ଜେରା କରି ଚାଲି ଯାଇଥିବା ଝୁନାଙ୍କ ସ୍ବାମୀ କହିଛନ୍ତି । ତେବେ ମାନସ ହତ୍ୟାକାଣ୍ଡରେ ଯେଉଁ ଚିପ କଥା ଉଠୁଛି ସେଥିରେ ରହିଥିଲା କଣ ।

ମାତ୍ର ଏହି ଚିପ ଏବେ କାହା ପାଖରେ ରହିଛି । ହତ୍ୟା ପୂର୍ବରୁ ସେହି ଚିପକୁ ମାନସ କଣ ଶର୍ମିଷ୍ଠାକୁ ଦେଇ ଦେଇଥିଲେ ନାଁ ନାହିଁ ।ମାନସ ହତ୍ୟାକାଣ୍ଡ ପରେ କଣ ସେ ଚିପ ଆଉ ପୋଲିସ ହାତରେ ଲାଗି ପାରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

ତେବେ ଏହାର ଖୁଲାସା କରିଛନ୍ତି ଝୁନାଙ୍କ ସ୍ବାମୀ । ଗତ ଫେବୃଆରୀ ୭ ତାରିଖରେ ମାନସଙ୍କୁ ଅପହରଣ ପରେ ହତ୍ୟା କରା ଯାଇଥିଲା । ମାର୍ଚ୍ଚ ୭ ତାରିଖରେ ଜଣେ ଡ୍ରାଇଭର ପୋଲିସ ହାତରେ ଧରା ପଡିବା ପରେ ୧୦ ତାରିଖରେ ମାନସର ମୃତଦେହ ରଣପୁର ଜଙ୍ଗଲରୁ ମାଟି ଖୋଳି ବାହାର କରା ଯାଇଥିଲା ।

ଅନ୍ୟପଟେ ମାନସ ହତ୍ୟାକାଣ୍ଡ ମାମଲାରେ ତିନି ଜଣ ଫେରାର ଥିବା ପୋଲିସ କହିଛି । ଏହି ତୃତୀୟ ବ୍ୟକ୍ତି ଖଣ୍ଡଗିରି ଅଞ୍ଚଳର ଏକ ମୋବାଇଲ ଦୋକାନୀ ବୋଲି ପୋଲିସକୁ ସୁଚନା ମିଳିଛି । ଏଥିସହ ମୋବାଇଲ ଦୋକନର ମାଲିକ ମଧ୍ୟ ସେହି ଦିନଠାରୁ ଫେରାର ଥିବା ଜଣା ପଡିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.