ETV Bharat / city

ଆସନ୍ତା 3 ଦିନ ପ୍ରବଳ ବର୍ଷା ସମ୍ଭାବନା, 5 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଆସନ୍ତା 3 ଦିନ ପ୍ରବଳ ବର୍ଷା ସମ୍ଭାବନା । ସତର୍କ କରାଇଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ....

ଆସନ୍ତା 3 ଦିନ ପ୍ରବଳ ବର୍ଷା ସମ୍ଭାବନା, 5 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

author img

By

Published : Jul 11, 2021, 9:28 PM IST

ଭୁବନେଶ୍ବର: ଆସନ୍ତା 3 ଦିନ ପ୍ରବଳ ବର୍ଷା ଲାଗି ରହିବ। ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ତଥା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ଗୋଟିଏ ନିମ୍ନ ଚାପ ରେଖା ପଶ୍ଚିମରୁ ପୂର୍ବ ରାଜସ୍ଥାନ ,ମଧ୍ୟପ୍ରଦେଶ,ଦକ୍ଷିଣ ଛତିଶଗଡ଼, ଓଡିଶା ମଧ୍ୟ ଦେଇ ଲଘୁଚାପ କେନ୍ଦ୍ରରେ ମିଶିଛି,ଏହାର ପ୍ରଭାବରେ ଆସନ୍ତା 3 ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ମିଳିଥିବା ସୂଚନା ଅନୁସାରେ,ଉପରୋକ୍ତ ପାଣିପାଗର ନିୟାମକ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା,ସୋମବାର ସକାଳ ୮.୩୦ ମଧ୍ୟରେ କୋରାପୁଟ,ମାଲକାନଗିରି,ରାୟଗଡା,କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଧର୍ମଗଡ଼ରେ ସର୍ବାଧିକ ୬୪ ମିମି ବର୍ଷା ରେକର୍ଡ କରାଯାଇଛି । ୧ ଜୁନରୁ ୧୦ ଜୁଲାଇ ସୁଦ୍ଧା ଓଡ଼ିଶାରେ ୨୫୯.୩ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ବାଭାବିକ ବର୍ଷା ୩୨୫.୫ ମିମି ଠାରୁ ୨୦ ପ୍ରତିଶତ କମ ରହିଛି | ୧ଜୁନରୁ ୧୦ ଜୁଲାଇ ମଧ୍ୟରେ ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ସେହିପରିଭଦ୍ରକ,ବଲାଙ୍ଗୀର,ବୌଦ୍ଧ,କନ୍ଧମାଳ,ଗଞ୍ଜାମ,ସମ୍ବଲପୁର,ଝାରସୁଗୁଡା,ଅନୁଗୁଳ,ଗଜପତି,ରାୟଗଡା,ଯାଜପୁର,କେନ୍ଦୁଝର,ମୟୁରଭଞ୍ଜ,ଦେବଗଡ଼ ଜିଲ୍ଲାରେ ୨୦ ପ୍ରତିଶତରୁ କମ ବର୍ଷା ରେକର୍ଡ ହୋଇଛି । ସେହିପରି ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.