ETV Bharat / city

ସୁନ୍ଦରଗଡ ଓ ବରଗଡରେ ସ୍ବାସ୍ଥ୍ୟସେବା ସମୀକ୍ଷା କଲେ ଅସିତ ତ୍ରିପାଠୀ - କୋଭିଡ

ସୁନ୍ଦରଗଡ ଓ ବରଗଡ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ...

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ

author img

By

Published : May 9, 2021, 12:45 PM IST

Updated : May 9, 2021, 8:56 PM IST

ଭୁବନେଶ୍ବର/ସୁନ୍ଦରଗଡ: ସୁନ୍ଦରଗଡ ଓ ବରଗଡ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଦୁଇଟି ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା । ଏହି ଅବସରରେ ରାଜ୍ୟ ସରକାରଙ୍କ ପ୍ରମୁଖ ଉପଦେଷ୍ଟାଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ ।

ଖୋର୍ଦ୍ଧା ପରେ କୋରୋନା ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ । ରାଉରକେଲା ସହରରେ କୋଭିଡ ପରିଚାଳନାର ସମୀକ୍ଷା କରିବା ସହିତ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଅସିତ ତ୍ରିପାଠୀ । ସୋମବାର ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ଆହୁରି 90 ଆଇସିୟୁ ବିଶିଷ୍ଟ ଶଯ୍ୟା କାର୍ଯ୍ୟକ୍ଷମ ହେବ । ଏହା ସହିତ 120 ଅକ୍ସିଜେନ ବେଡ ବ୍ୟବସ୍ଥା, ଦୈନିକ ୫୦୦ ଆରଟିପିସିଆର ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯିବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଅସିତ ତ୍ରିପାଠୀ ।

ସୁନ୍ଦରଗଡ ଓ ବରଗଡରେ ସ୍ବାସ୍ଥ୍ୟସେବା ସମୀକ୍ଷା କଲେ ଅସିତ ତ୍ରିପାଠୀ

ରାଉରକେଲା ହାଇଟେକ୍ କୋଭିଡ ହସ୍ପିଟାଲ୍ ପରିଦର୍ଶନ କରିଛନ୍ତି ଦଳ । ଏହା ସହିତ ରାଉରକେଲା 24 ଘଣ୍ଟିଆ କୋଭିଡ ହେଲ୍ପଲାଇନ କଣ୍ଟ୍ରୋଲରୁମ ପରିଦର୍ଶନ କରି ସମଗ୍ର ଜିଲ୍ଲାର ସ୍ବାସ୍ଥ୍ୟ ସୁବିଧା ସମୀକ୍ଷା କରିଛନ୍ତି । ଏହି ଅବସରରେ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, 'ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ରହିଛି । ସେଠାରେ ୭୦୦ରୁ ଅଧିକ ଆଇସିୟୁ ଏବଂ ଅକ୍ସିଜେନ ବେଡ୍ ରହିଛି । ତେବେ ଆଗାମୀ ଦୁଇ ତିନିଦିନ ମଧ୍ୟରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ଏ ବାବଦରେ ସୁନ୍ଦରଗଡ଼ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ୯୦ଟି ଆଇସିୟୁ ବେଡ୍ ଏବଂ ୧୨୦ଟି ଅକ୍ସିଜେନ ଯୁକ୍ତ ବେଡ୍ ଖୁବଶୀଘ୍ର ବଢ଼ାଯିବ ।'

ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୫୦୦ ଅକ୍ସିଜେନ୍ ଶଯ୍ୟା ବିଶିଷ୍ଟ ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି । ଏହା ସୁନ୍ଦରଗଡ଼ ଜିଲ୍ଲା ଏବଂ ବିଶେଷକରି ରାଉରକେଲା ସହରରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଅଧିକ ସହାୟକ ହେବ । ରାଜ୍ୟ ସରକାର ଏହାର ପରିଚାଳନା କରିବେ।

ସମୀକ୍ଷା ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଏହି ଟିମ୍ ରାଉରକେଲା ମହାନଗର ନିଗମ ଦ୍ୱାରା ପରିଚାଳିତ ୨୪ ଘଣ୍ଟିଆ କୋଭିଡ୍ ହେଲ୍ପଲାଇନ୍ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ହେଲ୍ପଲାଇନ୍ ମାଧ୍ୟମରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ କିପରି ବିଭିନ୍ନ ସୂଚନା ଓ ସହାୟତା ଯୋଗାଇ ଦିଆଯାଉଛି ତାହା ଅନୁଧ୍ୟାନ କରିଥିଲେ । ଏହା ପରେ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ।

ସେହିପରି ସୁନ୍ଦରଗଡ ପରେ ବରଗଡ ଗସ୍ତ କରିଛନ୍ତି ଅସିତଙ୍କ ନେତୃତ୍ବାଧୀନ ଉଚ୍ଚସ୍ତରୀୟ ଦଳ । ଏହି ଅବସରରେ ବରଗଡ଼ କୋଭିଡ଼ ହସ୍ପିଟାଲରେ 30 ଟି ICU ଶଯ୍ୟା ସହ RTPCR ଟେଷ୍ଟିଙ୍ଗ ମେସିନ ଦିଆଯିବ ବୋଲି କହିଛନ୍ତି । ଏହା ବ୍ୟତୀତ ପଦ୍ମପୁର ଉପଖଣ୍ଡ କୋଭିଡ଼ କେୟାର ସେଣ୍ଟରରେ ଏବଂ ବିଜେପୁର CHC ରେ ଡାକ୍ତର ଯୋଗେଇଦେବାକୁ ବରଗଡ଼ CDMO ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଅତିରିକ୍ତ ୧୫ ରୁ ୩୦ଟି ଆଇସିୟୁ ଶଯ୍ୟା ଖୋଲିବା ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ/ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର/ବରଗଡରୁ ରାଜେଶ ସରାପ, ଇଟିିଭି ଭାରତ

Last Updated : May 9, 2021, 8:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.