ETV Bharat / city

ଓଡିଶାରେ 3 ସଡକ ହେବ 6 ଲେନ୍, ଗଡକରୀଙ୍କ ଗ୍ରୀନ ସିଗନାଲ

author img

By

Published : Feb 10, 2021, 9:50 PM IST

ଜେଟରେ ପ୍ରସ୍ତାବିତ ଓଡିଶାର 3ଟି 6 ଲେନ୍‌ ସଡକ ପରିଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହି 3ଟି ପ୍ରୋଜେକ୍ଟ ମଧ୍ୟରେ ଧନରା-ହାତୀବେଣା ସେକ୍ସନ, ହାତୀବେଣା-ବଡକୁମାରୀ ସେକ୍ସନ ଓ କାରକି-କାଳିଆଗୁଡା ସେକ୍ସନ ଅନ୍ତର୍ଭୁକ୍ତ ରହିଛି । ଅଧିକ ପଢନ୍ତୁ...

ଓଡିଶାରେ 3 ସଡକ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରୀ

ଭୁବନେଶ୍ବର: ଚଳିତ ବର୍ଷ ସାଧାରଣ ବଜେଟରେ ପ୍ରସ୍ତାବିତ ଓଡିଶାର 3ଟି 6 ଲେନ୍‌ ସଡକ ପରିଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହି 3ଟି ପ୍ରୋଜେକ୍ଟ ମଧ୍ୟରେ ଧନରା-ହାତୀବେଣା ସେକ୍ସନ, ହାତୀବେଣା-ବଡକୁମାରୀ ସେକ୍ସନ ଓ କାରକି-କାଳିଆଗୁଡା ସେକ୍ସନ ଅନ୍ତର୍ଭୁକ୍ତ ରହିଛି ।

ତେବେ ଧନରା-ହାତୀବେଣା ସେକ୍ସନ ପାଇଁ 477.76 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ହାତୀବେଣା-ବଡକୁମାରୀ ସେକ୍ସନ ପାଇଁ 791.17 କୋଟି ଓ କାରକି-କାଳିଆଗୁଡା ସେକ୍ସନ ପାଇଁ 498.51 କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ଏହି ସବୁ ରାସ୍ତା ରାୟପୁର-ବିଶାଖାପାଟନମ ଅର୍ଥନୈତିକ କରିଡର ଅନ୍ତର୍ଗତ ଭାରତମାଳା ପରିଯୋଜନାରେ ନିର୍ମାଣ ହେବ ।

ବଜେଟରେ ଅର୍ଥମନ୍ତ୍ରୀ 13 ହଜାର କିମି ଲମ୍ବର ନୂଆ ସଡକ ନିର୍ମାଣ ବିଷୟରେ ଘୋଷଣା କରିଛନ୍ତି । ଏହା 3.3 ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ସେଥିମଧ୍ୟରୁ ଭାରତମାଳା ପରିଯୋଜନା ଅଧୀନରେ 3800 କିମି ସଡକ ନିର୍ମିତ ହୋଇସାରିଛି । ଭାରତମାଳା କାର୍ଯ୍ୟକ୍ରମ ପାଇଁ 5.35 ଲକ୍ଷ କୋଟି ଟଙ୍କାର କାମ ଦିଆଯାଇଛି । 2022 ମାର୍ଚ୍ଚ ସୁଦ୍ଧା ସରକାର ଆଉ 8500 କିମି ସଡକ ନିର୍ମାଣ ପାଇଁ ଠିକା ଦେବେ । ଏହି ପ୍ରକ୍ରିୟାରେ 11 ହଜାର କିମି ଅତିରିକ୍ତ ଜାତୀୟ ରାଜପଥ କରିଡର ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଏସବୁକୁ ଦୃଷ୍ଟିରେ ରଖି ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିମନ୍ତେ ଏଥର ବଜେଟରେ 1,08,230 କୋଟି ଟଙ୍କାର ରେକର୍ଡ ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.