ETV Bharat / city

ଆଜି ନନ୍ଦନକାନନ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ - ନନ୍ଦନକାନନରେ ହରପିସ ରିସର୍ଚ୍ଚ

ଭୁବନେଶ୍ବର ନନ୍ଦନକାନରେ ବୁଧବାର ପହଞ୍ଚିବେ କେନ୍ଦ୍ରୀୟ ରିସର୍ଚ୍ଚ ଟିମ । ସେମାନେ ହରପିସ ନାମକ ଏକ ଭୂତାଣୁ ଉପରେ ରିସର୍ଚ୍ଚ କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 25, 2019, 12:48 PM IST

ଭୁବନେଶ୍ବର: ବୁଧବାର ନନ୍ଦନକାନନକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ । ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କୁ ପରଖିବେ ଏହି ଟିମ । ହରପିସ ନାମକ ଏକ ଭୂତାଣୁ ଉପରେ ରିସର୍ଚ୍ଚ କରିବା ନେଇ ସୂଚନା ରହିଛି । ‘ସେଣ୍ଟ୍ରାଲ ଜୁ’ ର ମେମ୍ବର ଅଧିକାରୀ ଓ ଆସାମର ହରପିସର ବିଶେଷଜ୍ଞ ଡ଼ଃ ଗୌରାଙ୍ଗ ମହତ୍ତ୍ବ ଏହି ଟିମରେ ସାମିଲ ଅଛନ୍ତି । ସେମାନେ ନନ୍ଦନକାନନ ଆସି ପରିଭ୍ରମଣ କରି ଏହି ଭୂତାଣୁ ଉପରେ ରିସର୍ଚ୍ଚ କରିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦୀର୍ଘ ଦିନ ଧରି ନନ୍ଦନକାନନରେ ଜୀବଜନ୍ତୁମାନେ ମୃତ୍ୟୁବରଣ କରୁଛନ୍ତି । ଅଜଣା ରୋଗ ହେଉ ବା ସେମାନଙ୍କ ସୁରକ୍ଷାରେ ଅବହେଳା ଦ୍ବାରା ମୃତ୍ୟୁ ଏ ସମସ୍ତକୁ ଅନୁଧ୍ୟାନ କରିବାକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ । ଏହି ଟିମ ସମସ୍ତ ଘଟଣାର ତଦାରଖ କରିବେ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ କିଛି ଟିପ୍ପ ମଧ୍ୟ ଦେବେ। ବିଶେଷ ଭାବରେ ହରପିସ ଭାଇରସ ଉପରେ ରିସର୍ଚ୍ଚ କରିବେ।

ଏହି ହରପିସ ଭାଇରସ ବିଶେଷ ଭାବେ ହାତୀମାନଙ୍କ ପାଖରେ ଅତ୍ୟଧିକ ଦେଖିବାକୁ ମିଳିଛି । ତେଣୁ ନନ୍ଦନକାନନରରେ ଥିବା 4ଟି ହାତୀ କିଭଳି ଭାବରେ ସୁରକ୍ଷାରେ ରହିପାରିବେ, ସେନେଇ ଆଲୋଚନା କରିବେ। ଅନ୍ୟପକ୍ଷରେ କେଉଁ କାରଣରୁ ବିଭିନ୍ନ ରୋଗ ଆସୁଛି ସେନେଇ ମଧ୍ୟ ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ । ଆସାମର ହରପିସର ବିଶେଷଜ୍ଞ ଡ଼ଃ ଗୌରାଙ୍ଗ ମହତ୍ତ୍ ତତ୍ୱାବଧାନରେ ଟିମ ରିସର୍ଚ୍ଚ କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:
ଆଜି ନନ୍ଦନକାନନକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ। ହରପିସ ଉପରେ କରିବେ ରିସର୍ଚ୍ଚ।

ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ। ନନ୍ଦନକାନନର ଯିବ ଜନ୍ତୁଙ୍କ ପରଖିବ ଟିମ। ହରପିସ ଭୁତାଣୁ ଉପରେ କରିବେ ରିସର୍ଚ୍ଚ। ସେଣ୍ଟ୍ରାଲ ଜୁ ର ମେମ୍ବର ଅଧିକାରୀ, ଓ ଆସାମର ହରପିସର ବିଶେଷଜ୍ଞ ଡ଼ଃ ଗୌରାଙ୍ଗ ମହତ୍ତ୍ୱ ଆସୁଛନ୍ତି ।

Body:
ଦୀର୍ଘ ଦିନ ଧରି ନନ୍ଦନକାନନ ରେ ଜୀବଜନ୍ତୁମାନେ ମୃତ୍ୟୁ ବରଣ କରୁଛନ୍ତି। ଅଜଣା ରୋଗ ହେଉ ବା ସେମାନଙ୍କ ସୁରକ୍ଷା ରେ ଅବହେଳା ଦ୍ୱାରା ମୃତ୍ୟୁ। ଏହାକୁ ନେଇ ଆସୁଛନ୍ତି କେନ୍ଦ୍ରୀୟ ଟିମ। ତଦାରଖ କରିବେ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ କିଛି ଟିପ୍ପ ଦେବେ। ବିଶେଷ ଭାବରେ ହରପିସ ଭାଇରସ ଉପରେ ରିସେର୍ଚ୍ଚ କରିବେ। ଅନ୍ୟ 4 ଟି ହାତୀ କିଭଳି ଭାବରେ ସୁରକ୍ଷାରେ ରହିପାରିବେ ସେନେଇ ଆଲୋଚନା କରିବେ। ଅନ୍ୟପକ୍ଷରେ କେଉଁଇଁ କାରଣରୁ ବିଭିନ୍ନ ରୋଗ ଆସୁଛି ସେନେଇ ମଧ୍ୟ ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ। ଆସାମର ହରପିସର ବିଶେଷଜ୍ଞ ଡ଼ଃ ଗୌରାଙ୍ଗ ମହତ୍ତ୍ ତତ୍ୱାବଧାନ ରେ ଟିମ କରିବ ରିସର୍ଚ୍ଚ।

Byte- ଜୟନ୍ତ ଦାସ, ଡେପୁଟି ଡ଼ାଇରେକ୍ଟର, ନନ୍ଦନକାନନ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.