ETV Bharat / city

ଆଜି ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍, କୋରୋନା ସ୍ଥିତି କରିବେ ଯାଞ୍ଚ - କୋରୋନା ସ୍ଥିତି

ରାଜ୍ୟରେ କୋରୋନା ସ୍ଥିତି ନେଇ ଯାଞ୍ଚ କରିବାକୁ ଆଜି (ସୋମବାର) ଆସୁଛି କେନ୍ଦ୍ରୀୟ ଟିମ । ରାଜ୍ୟରେ କାହିଁକି ବଢୁଛି ଆକ୍ରାନ୍ତ ସଂଖ୍ୟା ସେନେଇ କରିବେ ଯାଞ୍ଚ । ଅଧିକ ପଢନ୍ତୁ...

ସୋମବାର ଆସିବେ କେନ୍ଦ୍ରୀୟ ଟିମ୍
ସୋମବାର ଆସିବେ କେନ୍ଦ୍ରୀୟ ଟିମ୍
author img

By

Published : Jul 4, 2021, 1:39 PM IST

Updated : Jul 5, 2021, 6:25 AM IST

ଭୁବନେଶ୍ବର: ଆଜି(ସୋମବାର) ଆସୁଛି କେନ୍ଦ୍ରୀୟ ଟିମ । ରାଜ୍ୟରେ କୋରୋନା ସ୍ଥିତି ନେଇ ଯାଞ୍ଚ କରିବ ଦଳ । ଓଡିଶା ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ବ ନେଇଛନ୍ତି ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଏ.ଡାନ । ଓଡିଶା ସମେତ 6ଟି ରାଜ୍ୟକୁ ଟିମ ପଠାଇଛି କେନ୍ଦ୍ର ।

ଓଡିଶା ସମେତ ସଂକ୍ରମଣ ଅଧିକ ଥିବା 6ଟି ରାଜ୍ୟକୁ ସ୍ବତନ୍ତ୍ର ଟିମ୍ ପଠାଇଛନ୍ତି କେନ୍ଦ୍ର ସରକାର । ଏହି ଟିମ ଜଣେ ଚିକିତ୍ସକ ଓ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞକୁ ନେଇ ଗଠନ କରାଯାଇଛି । ଏହି ଦୁଇଜଣିଆ ଟିମ ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ କୋରୋନା ସଂକ୍ରମଣ ଉପରେ ଆଲୋଚନା କରିବେ । ପରବର୍ତ୍ତୀ ସମୟରେ କିଛି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଟିମ କୋରୋନା ଟେଷ୍ଟିଂ,ନିରୀକ୍ଷଣ,ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାର୍ଯ୍ୟକାରିତା ଆଦିର ତଦାରଖ କରିବେ ।

ଓଡିଶା ସହିତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁର ଗସ୍ତ କରିବ ଟିମ୍ । ମଣିପୁରକୁ ଯାଉଥିବା ଟିମର ନେତୃତ୍ବ ନେବେ ଡ. ଏଲ୍ ସ୍ ଆସ୍ତିକରନ୍, ଅରୁଣାଚଳ ପ୍ରଦେଶ ପାଇଁ ଡ. ସଞ୍ଜୟ ସାଧୁଖାନ୍, ତ୍ରିପୁରା ପାଇଁ ଡ. ଆର.ଏନ୍ ସିହ୍ନା, କେରଳ ପାଇଁ ଡ. ରୁଚି ଜେନା ଏବଂ ଛତିଶଗଡ ପାଇଁ ଡ.ଦିବ୍ୟାକର ସାହୁ । କେନ୍ଦ୍ରୀୟ ଟିମ ସ୍ଥିତି ପରଖିବା ସହିତ ଏବଂ ପ୍ରତିକାର କାର୍ଯ୍ୟ ପାଇଁ ମଧ୍ୟ ପରାମର୍ଶ ଦେବ ଟିମ୍ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Jul 5, 2021, 6:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.