ଭୁବନେଶ୍ବର: ରାଜ୍ୟରେ କମୁନି କୋରୋନା ସଂକ୍ରମଣ । ସ୍ଥିତି ଯାଞ୍ଚ ନେଇ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍ । ଓଡିଶା ପାଇଁ ଟିମରେ ନେତୃତ୍ବ ନେବେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଏ.ଡାନ । ଓଡିଶା ସମେତ 6ଟି ରାଜ୍ୟକୁ ଟିମ ପଠାଇଛି କେନ୍ଦ୍ର ।
ସଂକ୍ରମଣ ସ୍ଥିତି ଯାଞ୍ଚ ନେଇ ଗଠିତ ଟିମରେ ଜଣେ ଚିକିତ୍ସକ ଓ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି । ଓଡିଶା ସହିତ ସଂକ୍ରମଣ ଅଧିକ ଥିବା 6 ରାଜ୍ୟରେ ସ୍ଥିତି ଯାଞ୍ଚ କରିବ କେନ୍ଦ୍ରୀୟ ଟିମ । ରାଜ୍ୟଗୁ଼ଡିକ ହେଲା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁରକୁ । ମଣିପୁରକୁ ଯାଉଥିବା ଟିମର ନେତୃତ୍ବ ନେବେ ଡ. ଏଲ୍ ସ୍ ଆସ୍ତିକରନ୍, ଅରୁଣାଚଳ ପ୍ରଦେଶ ପାଇଁ ଡ. ସଞ୍ଜୟ ସାଧୁଖାନ୍, ତ୍ରିପୁରା ପାଇଁ ଡ. ଆର.ଏନ୍ ସିହ୍ନା, କେରଳ ପାଇଁ ଡ. ରୁଚି ଜେନା ଏବଂ ଛତିଶଗଡ ପାଇଁ ଡ.ଦିବ୍ୟାକର ସାହୁ ।
କୋରୋନା ପରିଚାଳନା ଏବଂ ମହାମାରୀର ମୁକାବିଲା ପାଇଁ ଦଳଗୁଡିକ ସେମାନଙ୍କର ପ୍ରୟାସରେ ସେମାନଙ୍କୁ ସମର୍ଥନ କରିବେ । ଏହି ରାଜ୍ୟଗୁଡିକର ଦୁଇ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ଦଳ ଜଣେ ଚିକିତ୍ସକ ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ । ଦଳଗୁଡିକ ତୁରନ୍ତ ରାଜ୍ୟ ଗସ୍ତ କରିବା ସହିତ କୋରୋନା ପରିଚାଳନାର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନଜର ରଖିବେ ।
ବିଶେଷକରି ପରୀକ୍ଷଣ, ନୀରିକ୍ଷଣ ଏବଂ ଧାରଣ କାର୍ଯ୍ୟ ସହିତ କୋରୋନା ଉପଯୁକ୍ତ ଆଚରଣ ଏବଂ ଏହାର କାର୍ଯ୍ୟକାରିତା ଯଥା ହସ୍ପିଟାଲ ଶଯ୍ୟାର ଉପଲବ୍ଧତା, ଆମ୍ବୁଲାନ୍ସ ଭେଣ୍ଟିଲେଟର, ମେଡିକାଲ ଅମ୍ଳଜାନ ଇତ୍ୟାଦି ସହିତ ପର୍ଯ୍ୟାପ୍ତ ସାମଗ୍ରୀ ଏବଂ କୋରୋନା ଟୀକାକରଣ ପ୍ରଗତି ବିଷୟ ଉପରେ ଫୋକସ କରିବେ । କେନ୍ଦ୍ରୀୟ ଟିମ ସ୍ଥିତି ପରଖିବା ସହିତ ଏବଂ ପ୍ରତିକାର କାର୍ଯ୍ୟ ପାଇଁ ମଧ୍ୟ ପରାମର୍ଶ ଦେବ ଟିମ୍ ।
କେନ୍ଦ୍ରୀୟ ଦଳଗୁଡିକ ପରିସ୍ଥିତିର ଆକଳନ କରିବା ପରେ ଏବଂ ଜନସ୍ବାସ୍ଥ୍ୟ କାର୍ଯ୍ୟକଳାପ ଉପରେ ପ୍ରତିକାର ବ୍ୟବସ୍ଥାକୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ । ଯାଞ୍ଚ ପ୍ରକ୍ରିୟାର ଏକ ରିପୋର୍ଟ କପି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ