ଭୁବନେଶ୍ବର: ରାଜଧାନୀରେ ଭୟ ବଢାଉଥିବା ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ବରସ୍ଥିତ ଓୟୁଏଟରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ । 10 ଦିନିଆ ଗସ୍ତରେ ଆସିଥିବା 3 ଜଣିଆ କେନ୍ଦ୍ରୀୟ ଟିମ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦେଶକଙ୍କ ସହ ଆଲୋଚନା ପରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଓୟୁଏଟି ପରିସରରେ ।
ଏହି ଟିମ ବାର୍ଡଫ୍ଲୁ ସଂକ୍ରମଣ ହୋଇଥିବା ସ୍ଥାନରେ ସ୍ଥିତି ଅନୁଧ୍ୟାନ କରିବେ। ଆସିଥିବା ଟିମ ଭୁବନେଶ୍ବର 10 ଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ରହିବେ। ଜନ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକଙ୍କ ସହ କେନ୍ଦ୍ରୀୟ ଟିମ ଆଲୋଚନା ପରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବର୍ତ୍ତମାନ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ