ETV Bharat / city

ଆଜିଠୁ ଆକାଂକ୍ଷୀ ଜିଲ୍ଳାର ସ୍ଥିତି ପରଖିବେ କେନ୍ଦ୍ରମନ୍ତ୍ରୀ, ୨୦ରେ ଦାଖଲ ହେବ ରିପୋର୍ଟ

ରାଜ୍ୟରେ ଆକାଂକ୍ଷୀ ଜିଲ୍ଲାରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ୧୦ କେନ୍ଦ୍ରମନ୍ତ୍ରୀ । ଏଥିଲାଗି ଆଜି(ମଙ୍ଗଳବାର)ଠୁ ଆରମ୍ଭ ହୋଇଛି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ । ଅଧିକ ପଢନ୍ତୁ

ଆଜିଠୁ ଆକାଂକ୍ଷୀ ଜିଲ୍ଳାର ସ୍ଥିତି ପରଖିବେ କେନ୍ଦ୍ରମନ୍ତ୍ରୀ, ୨୦ରେ ଦାଖଲ ହେବ ରିପୋର୍ଟ
ଆଜିଠୁ ଆକାଂକ୍ଷୀ ଜିଲ୍ଳାର ସ୍ଥିତି ପରଖିବେ କେନ୍ଦ୍ରମନ୍ତ୍ରୀ, ୨୦ରେ ଦାଖଲ ହେବ ରିପୋର୍ଟ
author img

By

Published : Apr 12, 2022, 1:23 PM IST

Updated : Apr 12, 2022, 2:53 PM IST

ଭୁବନେଶ୍ବର: ରାଜ୍ୟର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ସ୍ଥିତି ପରଖିବେ କେନ୍ଦ୍ର ସରକାର । ଏଥିଲାଗି ରାଜ୍ୟର 10 ଆକାଂକ୍ଷୀ ଜିଲ୍ଳା ଗସ୍ତ କରିବେ 10 କେନ୍ଦ୍ରମନ୍ତ୍ରୀ । ଆଜି(ମଙ୍ଗଳବାର)ଠୁ ଆରମ୍ଭ ହୋଇଛି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ । ଏହି କେନ୍ଦ୍ରମନ୍ତ୍ରୀ ମାନେ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଥିବା ପ୍ରକଳ୍ପ ବୁଲି ଦେଖିବେ। ଏହାପରେ 20 ତାରିଖ ସୁଦ୍ଧା ସମୀକ୍ଷା ସାରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଆଜିଠୁ ଆକାଂକ୍ଷୀ ଜିଲ୍ଳାର ସ୍ଥିତି ପରଖିବେ କେନ୍ଦ୍ରମନ୍ତ୍ରୀ, ୨୦ରେ ଦାଖଲ ହେବ ରିପୋର୍ଟ

କେନ୍ଦ୍ରମନ୍ତ୍ରୀ ସଞ୍ଜୟ ବାଲିଆନ୍ କୋରାପୁଟ ଗସ୍ତରେ ଥିବା ବେଳେ 13 ଓ 14 ତାରିଖରେ ଢେଙ୍କାନାଳ ଜିଲ୍ଳା ଗସ୍ତ କରିବେ ଧର୍ମେନ୍ଦ୍ର ପ୍ରଧାନ । ପରେ ପରେ ମାଲକାନଗିରି ଜିଲ୍ଳା ଗସ୍ତ କରିବେ ଅଶ୍ଵିନୀ ବୈଷ୍ଣବ । ସେହିପରି ଅର୍ଜୁନ ମୁଣ୍ଡା କଳାହାଣ୍ଡି, ସାଧୀ ନିରଞ୍ଜନ ଜ୍ୟୋତି ବଲାଙ୍ଗୀର, ପ୍ରହ୍ଲାଦ ସିଂ ପଟେଲ ଗଜପତି, ଏସ୍.ପି ବଘେଲ ନୂଆପଡ଼ା, ଶୋଭାକରନ ନବରଙ୍ଗପୁର, ସୋନି ପ୍ରକାଶ ରାୟଗଡା, ସୁବାଷ ସରକାର କନ୍ଧମାଳ ଗସ୍ତ କରି ସମୀକ୍ଷା କରିବେ।

ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଳାର ସ୍ଥିତି ପରଖିବେ ୧୦ କେନ୍ଦ୍ରମନ୍ତ୍ରୀ

ଆକାଂକ୍ଷୀ ଜିଲ୍ଳାରେ ଉନ୍ନୟନ ମୂଳକ କାମ କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରିତାକୁ ନେଇ ସେମାନେ ସମୀକ୍ଷା କରିବେ । ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଥିବା ପ୍ରକଳ୍ପଗୁଡ଼ିକୁ ଏହି କେନ୍ଦ୍ରମନ୍ତ୍ରୀମାନେ ବୁଲି ଦେଖିବେ। ଏହାପରେ 20 ତାରିଖ ସୁଦ୍ଧା ସମୀକ୍ଷା ସାରି କେନ୍ଦ୍ର ସରକାରଙ୍କୁ ଦେବେ ସମୀକ୍ଷା ରିପୋର୍ଟ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 12, 2022, 2:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.