ETV Bharat / city

ନବୀନ ଜଣେ ଭଲ ଲୋକ: କେନ୍ଦ୍ରମନ୍ତ୍ରୀ - ପ୍ରଶଂସାରେ ଶତମୁଖ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ

ନବୀନଙ୍କ ପ୍ରଶଂସାରେ ଶତମୁଖ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ କାମ କରୁଛନ୍ତି ଓ ଅଧିକ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 23, 2019, 9:50 AM IST

ଭୁବନେଶ୍ବର: ନବୀନଙ୍କ ପ୍ରଶଂସାରେ ଶତମୁଖ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ । ଭୁବନେଶ୍ବରରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସେ ସିଧାସଳଖ ଏ କଥା କହିଥିଲେ 'କି ନବୀନ ଜଣେ ଭଲ ଲୋକ'। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ କାମ କରୁଛନ୍ତି ଓ ଅଧିକ କାମ କରିବାର ଆବଶ୍ୟକତା ରହିଛି।

ଏହା ସହ ସେ ପୂର୍ବ ସରକାର ବିଷୟରେ ମଧ୍ୟ ବଖାଣିଛନ୍ତି । ବିଜେଡି ପୂର୍ବରୁ ଏନଡିଏ ଅଂଶୀଦାର ଦଳ ଥିଲା। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିଲେ। ଏବେ ଯଦିଓ ଏନଡିଏ ସହିତ ସେ ପ୍ରତ୍ୟେକ୍ଷ ଭାବେ ଜଡିତ ନାହାଁନ୍ତି ତେବେ ପରୋକ୍ଷ ତାଙ୍କର ସମର୍ଥନ ରହିଛି। ବିଜେପି ଓଡ଼ିଶାରେ ବିଜେଡିକୁ ବିରୋଧ କରିବା ସ୍ବଭାବିକ କଥା ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ଅଧିନରେ ଗ୍ରାମାଞ୍ଚଳରେ ୧୫.୫୭ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଅଠାୱଲେ ଜଣାଇଛନ୍ତି। ଏଥିରୁ ୮ଲକ୍ଷ ୬୪ହଜାର ୧୭୬ଟି ଘର ସମ୍ପୂର୍ଣ୍ଣ ହୋଇଛି । ସହରାଞ୍ଚଳରେ ୧.୪ଲକ୍ଷ ଘର ମଞ୍ଜୁର ହେବା ସହ ୩୩ହଜାର ସମ୍ପୂର୍ଣ୍ଣ ହୋଇଛି । ଏସସି/ଏସଟି ଆଇନରେ ଚଳିତ ବର୍ଷ ୧୦୦୨ ମାମଲା ହୋଇଛି । ୟୁପି ଅପେକ୍ଷା କମ ମାମଲା ଅଛି ଏବଂ ଅଧିକ ପଦକ୍ଷେପ ନେବା ଆବଶ୍ୟକ । ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ସେ କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: ନବୀନଙ୍କ ପ୍ରଶଂସାରେ ଶତମୁଖ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ। ଓଡ଼ିଶାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସିଧାସଳଖ ଏହି କଥା କହିଥିଲେ କି ନବୀନ ଜଣେ ଭଲ ଲୋକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ କାମ କରୁଛନ୍ତି ଓ ଅଧିକ କାମ କରିବାର ଆବଶ୍ୟକତା ରହିଛି ।
ବିଜେଡି ପୂର୍ବରୁ ଏନଡିଏ ଅଂଶୀଦାର ଦଳ ଥିଲା। ନିଜେ ନବୀନ କେନ୍ଦ୍ରମନ୍ତ୍ରୀ ଥିଲେ। ଏବେ ଯଦିଓ ଏନଡିଏ ସହିତ ପ୍ରତ୍ୟକ୍ଷ ରେ ନାହାଁନ୍ତି ତେବେ ପରୋକ୍ଷ ସମର୍ଥନ ରହିଛି। ବିଜେପି ଓଡ଼ିଶାରେ ବିଜେଡିକୁ ବିରୋଧ କରିବା ସ୍ୱାଭାବିକ କଥା ବୋଲି ସେ କହିଛନ୍ତି।

ରାଜ୍ୟରେ ପିଏମଏୱାଇରେ ଗ୍ରାମାଞ୍ଚଳରେ ୧୫.୫୭ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି ରାମଦାସ କହିଛନ୍ତି । ଏଥିରୁ ୮ଲକ୍ଷ ୬୪ହଜାର ୧୭୬ଟି ଘର ସମ୍ପୂର୍ଣ୍ଣ ହୋଇଛି । ସହାରାଞ୍ଚଳରେ ୧.୪ଲକ୍ଷ ଘର ମଞ୍ଜୁର ହେବା ସହ ୩୩ହଜାର ସମ୍ପୂର୍ଣ୍ଣ ହୋଇଛି । ଏସସି/ଏସଟି ଆଇନରେ ଚଳିତ ବର୍ଷ ୧୦୦୨ ମାମଲା ହୋଇଛି । ୟୁପି ଅପେକ୍ଷା କମ ମାମଲା ଅଛି ଏବଂ ଅଧିକ ପଦକ୍ଷେପ ନେବା ଆବଶ୍ୟକ ବୋଲି ରାମଦାସ କହିଛନ୍ତି ।
ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପରେ ସେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି।, Body:ବାଇଟ ରାମଦାସ ଅଠାୱଲେ, କେନ୍ଦ୍ରମନ୍ତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.