ଭୁବନେଶ୍ବର: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ରାଜ୍ୟର ବୃହତ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ଲାଗୁ କରନ୍ତୁ ସରକାର ବୋଲି ଲେଖିଛନ୍ତି ଷଡ଼ଙ୍ଗୀ ।
ଦେଶରେ କୋରୋନା ମହାମାରୀ ଚାଲିଥିବା ବେଳେ ଗରିବ ଲୋକ ଆୟୁଷ୍ମାନ ଭାରତ ଯୋଜନାରୁ ଉପକୃତ ହେବେ । ରାଜ୍ୟ ବାହାରେ ଚିକିତ୍ସିତ ହେବେ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ମର୍ମରେ ଏକ ଚିଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି । ଏବେ 25 ରାଜ୍ୟ ଓ 7 କେନ୍ଦ୍ରଶାସିତ ଅଞ୍ଚଳ ଏହାଦ୍ବାରା ଉପକୃତ ହେଉଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ