ETV Bharat / city

ଅଗଷ୍ଟ 7ରେ କୋର୍ଟରେ ହାଜର ହେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ

author img

By

Published : Jul 18, 2019, 9:41 PM IST

ଆସନ୍ତା 7 ତାରିଖରେ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ହାଜର ହେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କୋର୍ଟରେ ହାଜର ହେବାକୁ ତାଙ୍କୁ ସମନ ଜାରି କରାଯାଇଛି ।

ଫାଇଲ ଫଟୋ

ଭୁବନେଶ୍ୱର: ଆସନ୍ତା 7 ତାରିଖରେ ଏସଡିଜେଏମ କୋର୍ଟରେ ହାଜର ହେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । 2004 ବାଲେଶ୍ବର ଗୋଷ୍ଠୀ କନ୍ଦଳ ଓ 2013ରେ ଆଦିବାସୀ ବିରୋଧରେ ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି ମନ୍ତ୍ରୀ । ତେଣୁ ଆସନ୍ତା 7 ତାରିଖରେ ସ୍ବତନ୍ତ୍ର କୋର୍ଟରେ ହାଜର ହେବା ପାଇଁ ସମନ କରାଯାଇଛି ।

ପୂର୍ବରୁ ଗତ 3 ତାରିଖରେ ତାଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା । ହେଲେ ସେ ଅନୁପସ୍ଥିତ ଥିଲେ । ପୁଣି ଥରେ ତାଙ୍କୁ ଏକ ସୁଯୋଗ ଦେଇ ତାରିଖ ଘୋଷଣା କରାଯାଇଛି । ପ୍ରକାଶ ଯେ, 2004 ମସିହାରେ ବାଲେଶ୍ୱରରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଓ 2013 ମସିହାରେ ଏକ କାର୍ଯ୍ୟକ୍ରମରେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ଆଦିବାସୀ ସଂଘ ପକ୍ଷରୁ ନୀଳଗିରି ଥାନାରେ ଏତଲା ଦିଆଯାଇଥିଲା । ଏହି ଦୁଇ ଏତଲାକୁ ଆଧାର କରି ବାଲେଶ୍ୱର କୋର୍ଟରେ ମାମଲା ଶୁଣାଣି ଚାଲିଥିଲା। ଏବେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଲୋକପ୍ରତିନିଧିଙ୍କ ମାମଲାର ଶୁଣାଣି ହେବା ପାଇଁ ନିଷ୍ପତ୍ତି ହେବାରୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟକୁ ଗତ 3 ତାରିଖରେ ମାମଲା ସ୍ଥାନାନ୍ତର କରାଯାଇଥିଲା ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.