ETV Bharat / city

ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା, ଅକ୍ଟୋବରରୁ ହେଲ୍ପ ଲାଇନ ନମ୍ବର ଜାରି - helpline numbers have been issued since October

ଚଳିତବର୍ଷ ଅକ୍ଟୋବର ପହିଲାରୁ ସାରା ଦେଶରେ ଲାଗୁ ହେବ ବରିଷ୍ଠ ନାଗରିକ ହେଲ୍ପ ଲାଇନ ନମ୍ବର । ଏହି ନମ୍ବର ମାଧ୍ୟମରେ ବରିଷ୍ଠ ନାଗରିକମାନେ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ କରିପାରିବେ ।

scheme for senior citizens
ବିରଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଯୋଜନା
author img

By

Published : Jul 7, 2020, 7:36 PM IST

ଭୁବନେଶ୍ବର: ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ଯୋଜନା । ଚଳିତବର୍ଷ ଅକ୍ଟୋବର ପହିଲାରୁ ସାରା ଦେଶରେ ଲାଗୁ ହେବ ବରିଷ୍ଠ ନାଗରିକ ହେଲ୍ପ ଲାଇନ ନମ୍ବର । ଏହି ନମ୍ବର ମାଧ୍ୟମରେ ବରିଷ୍ଠ ନାଗରିକମାନେ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ କରିପାରିବେ ଓଡିଶା ସରକାର ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସହମତି ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ବିରଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଯୋଜନା

ଏହାସହ ଖୁବଶୀଘ୍ର ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ଆକ୍ସନ ପ୍ଲାନ ମଧ୍ୟ ପ୍ରସ୍ତୁତ ହେଉଛି । ଏହି ଯୋଜନା ମୁତାବକ ମୋବାଇଲ ଭ୍ୟାନ ଯୋଗେ ବରିଷ୍ଠ ନାଗରିକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ଏଥିସହିତ ଅନ୍ୟ 5 ପ୍ରକାରରେ ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଇବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର ।

ଏଥିପାଇଁ 9 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହି ଯୋଜନା ଗୁଡିକ ମାଧ୍ୟମରେ ରାଜ୍ୟର ପ୍ରାୟ 10ଲକ୍ଷ ବରିଷ୍ଠ ନାଗରିକ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.