ETV Bharat / city

ବିଧାନ ପରିଷଦ ନେଇ ମିଳିଲା ଚିଠି, କେନ୍ଦ୍ର ମାଗିଲା ସ୍ପଷ୍ଟୀକରଣ

author img

By

Published : Mar 6, 2022, 4:35 PM IST

ବିଧାନ ପରିଷଦ ପ୍ରସଙ୍ଗରେ ମିଳିଲା କେନ୍ଦ୍ରର ଚିଠି । ଆଜି ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବିଧାନ ପାରିଷଦ ନେଇ ମିଳିଲା ଚିଠି, କେନ୍ଦ୍ର ମାଗିଲା ସ୍ପଷ୍ଟୀକରଣ

ଭୁବନେଶ୍ବର: ବିଧାନ ପରିଷଦ ପ୍ରସଙ୍ଗରେ ମିଳିଲା କେନ୍ଦ୍ରର ଚିଠି । ଆଜି(ରବିବାର) ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ବିଧାନସଭା ପକ୍ଷରୁ ଲେଖା ଯାଇଥିବା ଚିଠିର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର । ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ବିଧାନସଭାରେ ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି । ବିଧାନପରିଷଦ ଗଠନ ନେଇ କଣ ପ୍ରକ୍ରିୟା ରହିବ ସେ ନେଇ ଚିଠିରେ ଉଲ୍ଲେଖ ରହିଛି । ଏହି ଚିଠି ମାଧ୍ୟମରେ ବିଧାନପରିଷଦ ଗଠନ ନେଇ କେତେକ ସ୍ପଷ୍ଟୀକରଣ ଚାହିଁଛନ୍ତି କେନ୍ଦ୍ର ସରକାର ।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭା ପରିଷଦ ଗଠନ ନେଇ କିଛି ପ୍ରସ୍ତାବ ଆସିନଥିବା ସଂସଦରେ ଉତ୍ତର ରଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜି୍‌ଜୁ । କେଉଁ ପରିସ୍ଥିତିରେ ଭୁଲ ଉତ୍ତର ରଖାଗଲା ସେ ନେଇ ବିଧାନସଭା ପକ୍ଷରୁ ୨ଟି ଚିଠି ଲେଖାଯାଇଥିଲା । ଏହାର ଉତ୍ତର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ।

ଶାସକ ବିଜୁ ଜନତା ଦଳ ଏବେ "ପ୍ରୋବ୍ଲେମ ଅଫ ପ୍ଲେଣ୍ଟି" ସମସ୍ୟା ଦେଇ ଗତି କରୁଛି । ଅର୍ଥାତ ବିଜେଡିର ଏବେ ଅସଂଖ୍ୟ ନେତା । ସେମାନଙ୍କୁ ସନ୍ତୁଷ୍ଟ କରି ରଖିବା ବିଜେଡି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନେତାଙ୍କୁ କେମିତି ଥଇଥାନ କରିବେ ଓ କେଉଁଠି କରିବେ ତାହାକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ ପ୍ରକ୍ରିୟା । ସରକାର ବିଧାନ ପରିଷଦ ଗଠନ କରି କିଛି ନେତାଙ୍କୁ ଥଇଥାନ କରିବା ମୁଡ୍‌ରେ ରହିଛନ୍ତି । ପୂର୍ବରୁ ଚିଠି ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ବାଚସ୍ପତି ନିଜଆଡ଼ୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.