ETV Bharat / city

ଡ୍ୟାମେଜ କଣ୍ଟ୍ରୋଲ ନାଁରେ ପ୍ରହସନ ବନ୍ଦ କରୁ କେନ୍ଦ୍ର: ନିରଞ୍ଜନ - ଏମଏସପି ବୃଦ୍ଧି ପ୍ରସଙ୍ଗ

MSP ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଲେ କେନ୍ଦ୍ର ସରକାର ବନ୍ଦ କରୁ ପ୍ରହସନ । ଅଧିକ ପଢନ୍ତୁ...

ଡ୍ୟାମେଜ କଣ୍ଟ୍ରୋଲ ନାଁରେ ପ୍ରହସନ ବନ୍ଦ କରୁ କେନ୍ଦ୍ର:ନିରଞ୍ଜନ

author img

By

Published : Jun 10, 2021, 8:44 PM IST

ଭୁବନେଶ୍ବର: ସର୍ବନିମ୍ନ ସହାୟକ ମୂଲ୍ୟ (MSP) 72 ଟଙ୍କା ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏମିତି କରି ଲୋକଙ୍କୁ ସାହାଯ୍ୟ ନୁହେଁ ଅପମାନିତ କରୁଛନ୍ତି ସରକାର । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କୁ ରେଜଗାରକ୍ଷମ କରିବା ପାଇଁ ବ୍ୟବସ୍ଥା କରନ୍ତୁ । ଡ୍ୟାମେଜ କଣ୍ଟ୍ରୋଲ ନାଁରେ ପ୍ରହସନ ବନ୍ଦ କରନ୍ତୁ ବୋଲି କହିଛନ୍ତି ନିରଞ୍ଜନ ।

ଡ୍ୟାମେଜ କଣ୍ଟ୍ରୋଲ ନାଁରେ ପ୍ରହସନ ବନ୍ଦ କରୁ କେନ୍ଦ୍ର:ନିରଞ୍ଜନ

ଡ୍ୟାମେଜ କଣ୍ଟ୍ରୋଲ ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ 3ଟି ପଦକ୍ଷେପ ନେଇଛନ୍ତି । ମାଗଣା ଟିକା, ମାଗଣା ଚାଉଳ, MSP ଦର 72 ଟଙ୍କା ବୃଦ୍ଧି କରିଛନ୍ତି । ଏଥିରୁ ସ୍ପଷ୍ଟ ଅନୁଭବ ହେଉଛି ଯେ, ଭାରତୀୟଙ୍କୁ ହିନସ୍ତା ଅବସ୍ଥାରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ଚାହୁଁଛନ୍ତି । MSP ରେ କିଲେ ପିଛା 72 ପାଇସା ବୃଦ୍ଧି କରାଯାଇଛି । ଏଥିରେ କଣ ଚାଷୀଙ୍କ ସମସ୍ୟାର ସମାଧନ ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

80 କୋଟି ଲୋକଙ୍କୁ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣାରେ ଚାଉଳ ଯୋଗାଇବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯଦି ଓଡ଼ିଶାର କଥା ବଚାରକୁ ନିଆଯାଏ 3 କୋଟି 36 ଲକ୍ଷ ଲୋକ ଖାଦ୍ୟ ସୁରକ୍ଷା ଆଇନର ପରିସର ଭୁକ୍ତ ଅଛନ୍ତି । ଏପଟେ ମାସକୁ ପେଟ୍ରୋଲ ଦର 30 ଟଙ୍କା ବୃଦ୍ଧି କରି 100 କୁ ଟପେଇ ଦେଲେଣି । ଖାଇବା ତେଲ ସହ ଡାଲି ବି 200 ଟଙ୍କା ଛୁଇଲାଣି । ଏହାସହ ଅନ୍ୟ ଖାଦ୍ୟ ସାମଗ୍ରୀର ଦର ବି ବୃଦ୍ଧି ପାଇଲାଣି । କେବଳ ଚାଉଳକୁ ଫ୍ରି କରି ବାହାଦୁରୀ ହେବାକୁ ଚାହୁଁଛନ୍ତି ସରକାର ।

ଏ ସବୁ କରି ଲୋକଙ୍କୁ ସାହାଯ୍ୟ ନୁହେଁ ଅପମାନିତ କରୁଛନ୍ତି ସରକାର । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ । ଗରିବ ଲୋକଙ୍କୁ ରେଜଗାର କ୍ଷମ କରିବା ପାଇଁ ବ୍ୟବସ୍ଥା କରନ୍ତୁ । ଡ୍ୟାମେଜ କଣ୍ଟ୍ରୋଲ ନାଁରେ କେନ୍ଦ୍ର ସରକାର ପ୍ରହସନ ବନ୍ଦ କରନ୍ତୁ ବୋଲି ନିରଞ୍ଜନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.